ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପବିତ୍ର ହେରାପଞ୍ଚମୀ ଉପଲକ୍ଷେ ଭଜନ ସନ୍ଧ୍ୟା ଅନୁଷ୍ଠିତ

ବାଲେଶ୍ଵର,୦୫/୭/୨୨- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ହେରାପଞ୍ଚମୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ ତୋରାଣିପଦା ଗ୍ରାମର ଦିଲ୍ଲୀପ କୁମାର ବେହେରାଙ୍କ ବାସଭବନ ପରିସରରେ ପଳସା ଗ୍ରାମର ଖରାଖିଆ ଚନ୍ଦ୍ରଶେଖର ଭଜନ ମଣ୍ଡଳୀଙ୍କ ଦ୍ବାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବାହୁଡା ଦିନ ଶ୍ରୀ ବେହେରାଙ୍କ ଘରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଦାୟ ନେବେ । ଏଥିରେ ପ୍ରକାଶ ଦାଶ, ପ୍ରିୟଙ୍କା ପାଣିଗ୍ରାହୀ, ଉଦୟ ଘଡାଇ, ସାନନ୍ଦ ପାଣିଗ୍ରାହୀ, ଦୀପକ ମୁଖୀ ଓ ନିରଞ୍ଜନ ରାଉତ ପ୍ରମୁଖ ସୁନ୍ଦର ସୁନ୍ଦର ଜଗନ୍ନାଥ ଭଜନ ପରିବେଷଣ କରିଥିଲେ । ଯାହା ସମ୍ପୃକ୍ତ ଅଞ୍ଚଳକୁ ଆନନ୍ଦ ମୁଖରିତ କରିଥିଲା । ଉକ୍ତ ଭଜନ ସନ୍ଧ୍ୟା ଦେଖିବା ପାଇଁ ବହୁ ଜଗନ୍ନାଥ ପ୍ରେମୀଙ୍କ ସମାଗମ ହୋଇଥିଲା । ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ବାହୁଡା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଚାଲୁ ରହିବ ବୋଲି ଭଜନ ସନ୍ଧ୍ୟାର ଆୟୋଜକ ଦିଲ୍ଲୀପ କୁମାର ବେହେରା ପ୍ରକାଶ କରିଛନ୍ତି । ସବୁଠାରୁ ବେଶି ଆଶ୍ଚର୍ଯ୍ୟ ବିଷୟ ଉକ୍ତ ବ୍ଲକ ସିଙ୍ଗିଡି ଗ୍ରାମର କାହ୍ନା ମହାନ୍ତି ଯିଏ କି ଜଣେ ଅନ୍ଧ ମଣିଷ ଲାଲ ଓ ଅର୍ଗାନରେ ତାଙ୍କରି ହସ୍ତ ଚାଳନା ସମସ୍ତଙ୍କୁ ଚକିତ କରିଥିଲା । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିବାର ଓ ଜଗନ୍ନାଥ ପ୍ରେମୀ ମାନେ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ପାଳଭୂତ ସାଙ୍ଗେ କଥା

Sunil Chandra Nayak

ରିଷିଡା କପ ଫୁଟବଲ: ଶୁକ୍ରବାର ସୋନପୁର ଓ ତୁଷୁରା ମଧ୍ୟରେ ପ୍ରଥମ ସେମିଫାଇନାଲ

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

Leave a Comment

error: Content is protected !!