ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାକ୍ଟର ଦୁର୍ଘଟଣା ରେ ଫୁଲବାଣୀ ର ଜଣାଶୁଣା ସାମଜସେବୀ ଶଶାଙ୍କ ସାହୁ ମୃତ୍ୟୁ

ଫୁଲବାଣୀ ର ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କର ପୁତ୍ର ସମସ୍ତ ଙ୍କର ଅତିପ୍ରିୟ ଜଣାଶୁଣା ସମାଜସେବୀ ଶଶାଙ୍କ ସାହୁ ଙ୍କର ଅକାଳ ବିୟୋଗ କୁ ନେଇ ଫୁଲବାଣୀ ସହରରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ ଶଶାଙ୍କ ସାହୁ ଖଜୁରିପଡା ଥାନା ଅନ୍ତର୍ଗତ ଖଲିବେରେଣା ଠାରେ ଥିବା ତାଙ୍କର କୃଷି ଫାର୍ମ ର ଚାଷ ଜମିରେ ଟ୍ରାକ୍ଟର ଚାଳାଉଥିବା ବେଳେ ଟ୍ରାକ୍ଟର ଓଲଟି ଶଶାଙ୍କ ଟ୍ରାକ୍ଟର ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରି ଖଜୁରିପଡା ମେଡ଼ିକାଲ କୁ ନେବା ବେଳେ ଶଶାଙ୍କ ର ମୃତ୍ୟୁ ହୋଇଥିଲା। ଖଜୁରିପଡା ଥାନା ପୋଲିସ ଶବ ଜବତ କରି ଏକ ଅପମୃତ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମେଡ଼ିକାଲ କୁ ପଠାଇଥିଲେ। ସାମଜସେବୀ ଶଶାଙ୍କ ସାହୁ ଥିଲେ ଜଣେ ଭଦ୍ର,ମେଳାପୀ ମିଷ୍ଟଭାସି ନିଷ୍କପଟ ସଙ୍ଗଠକ,ପରୋପକାରୀ ସରଳ ହୃଦୟ ର ବ୍ୟକ୍ତି ଥିଲେ। ତାଙ୍କର ମୃତ୍ୟୁ ସମୟରେ ୫୫ ବର୍ଷ ହୋଇଥିଲା । ସେ ସମାଜସେବା କରିବା ନିମନ୍ତେ ନିଜେ ସେଭ ନାମକ ସ୍ବେଛାସେବୀ ଅନୁଷ୍ଠାନ ଗଠନ କରି ଲୋକଙ୍କମାନଙ୍କୁ ସେବା କରିବା ସହ ଲୋକଙ୍କୁ ସଚେତନତା କରିବା ନିମନ୍ତେ ପ୍ରୟାସ ଜାରି ରଖିଥିଲେ। ତାଙ୍କର ମୃତ୍ୟୁ ରେ ଫୁଲବାଣୀ ସ୍ବେଚ୍ଛାସେବୀ ମହାସଙ୍ଘ ର କର୍ମକର୍ତ୍ତା ଶୋକ ବ୍ୟକ୍ତ କରିଥିଲେ। ତାଙ୍କ ମୃତ୍ୟୁ ରେ ସମାଜସେବୀ ଅଶୋକ ପରିଡା,ପ୍ରେସକ୍ଲବ ସଭାପତି ସୁନିଲ ପଟ୍ଟନାୟକ,ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ଅରୂପ କୁମାର ଜେନା, ସନ୍ତୋଷ କୁମାର ଦିଗାଲ,ଅଶୋକ ମହାନ୍ତି, କାହ୍ନୁ ଚରଣ ଶତପଥୀ,ବୈଦ୍ୟନାଥ ନାୟକ, ସାମଜସେବୀ ମହମ୍ମଦ ଜିଆଉଦ୍ଦିନ ଖାଁ,ସ୍ୱାତୀ ସମ୍ପାଦକ ଇଂ ହରିଶଙ୍କର ରାଉତ,ପ୍ରଦୀପ ଦାସ,ବନବାସୀ ସେବାସମିତି ବାଲିଗୁଡା ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା,ନିପିଡୀତ ସମ୍ପାଦକ ରାମ ଚନ୍ଦ୍ର ଦାସ,ସାଲୁଙ୍କି ସମ୍ପାଦକ ଅଶୋକ ପ୍ରଧାନ,ପାହାଡ଼ ସମ୍ପାଦକ ପଞ୍ଚାନନ ମିଶ୍ର ସମସ୍ତ ପିଏଜି ସଦସ୍ୟ ଗଭୀର ଶୋକ ବ୍ୟକ୍ତ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ

Related posts

ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଘ୍ନରାଜ

Sunil Chandra Nayak

ଡେଙ୍ଗାଗୁଡାରେ ବୁଢାରଜାଙ୍କ ବାର୍ଷିକ ଦଶହରା ପୂଜା ଅନୁଷ୍ଠିତ

Sunil Chandra Nayak

ତାଳଡଙ୍ଗା ଗ୍ରାମରେ ଗ୍ରହରାଜ ଶ୍ରୀ ଶନିମହାରାଜ ଙ୍କ ଯଜ୍ଞ ଓ ବାର୍ଷିକମହୋତ୍ସବ ଅନୁଷ୍ଠିତ

Leave a Comment

error: Content is protected !!