ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୌତମ କଚିମ ଙ୍କ କବିତା ଲଲାଟ ଲିଖନ

ଲଲାଟ ଲିଖନ

 

ଗୌତମ କଚିମ,

 

ବିଚିତ୍ର ପ୍ରକାର ସୃଷ୍ଟି ର ସୃଜନୀ,

କାହାକୁ କରିଛି ମହା ମାନି ସେତ,

କାହାକୁ କରିଛି ଧନି,

କାହାକୁ କରିଛି ମହା ମୂର୍ଖ ସେତ,

କାହାକୁ କରିଛି ଜ୍ଞାନୀ,

କାହାକୁ କରିଛି ମହା ଦାନୀ ପୁଣି,

କାହାକୁ କରିଛି ଦୀନ,

ଏହାତ ଅଟଇ ବିଧାତା ର ଦାନ,

 ଲଲାଟ ଲିଖନ,

 ଲଲାଟ ଲିଖନ।।

କାହାକୁ ଗଢିଛି କାଲା କରି ସୃଷ୍ଟି,

କାହାକୁ କରିଛି ଅନ୍ଧ,

କାହାକୁ ଗଢିଛି ଛୋଟା କରି ପୁଣି,

କାହାକୁ କରିଛି ମୁକ,

କାହା ଭାଗ୍ୟେ ପୁଅ ଝିଅ ଦେଇ ଅଛି,

ପୁଣି କାହାକୁ କରିଛି ପୁତ୍ର ହିନ,

ଏହାତ ଅଟଇ ବିଧାତା ର ଦାନ,

ଲଲାଟ ଲିଖନ,

ଲଲାଟ ଲିଖନ।।

କାହାକୁ କରିଛି ମହା ସୁଖୀ ପୁଣି,

କାହାକୁ କରିଛି ଦୁଃଖି,

କିଏ ଭୋଗେ ଏଠି ସୁସ୍ୱାଦୁ ଭୋଜନ,

କିଏ ଭୋଗେ ଧୂଳି ମାଟି,

କହାକୁ କରିଛି ଗୁଣ ବନ୍ତ ସୃଷ୍ଟି,

କହାକୁ ଯେ ସଇତାନ,

ଏହାତ ଅଟଇ ବିଧାତା ର ଦାନ,

ଲଲାଟ ଲିଖନ,

ଲଲାଟ ଲିଖନ।।

ବଡ଼ ମୁଣ୍ଡା, ଚନ୍ଦା ହାଣ୍ଡି, ଜିଲ୍ଲା ନବରଙ୍ଗପୁର

Related posts

ରାଜ୍ୟ ସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ରେ ନବରଙ୍ଗପୁର ପ୍ରତିଯୋଗୀ ଙ୍କୁ ମିଳିଲା ସ୍ଵର୍ଣ୍ଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!