ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସବୁଜ ପୃଥିବୀ ଗଢ଼ିବା ଆସ  ଗଛ ଲଗାଇବା ଆସ

ସବୁଜ ପୃଥିବୀ ଗଢ଼ିବା ଆସ

         ଗଛ ଲଗାଇବା ଆସ

(ଗୀତି କବିତା)

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

 

ଗଛ ଲଗାଇବା ଫଳ ଫଳାଇବା

ମହୀରେ ଖେଳିବ ହସ

ସବୁଜିମା ଭରା ହେବ ବସୁନ୍ଧରା

ଗଛ ଲଗାଇବା ଆସ…..(୦)

 

ଗଛରୁ ମିଳଇ ଆହାର ଓ ଛାଇ

ଗଛ ପାଇଁ ମିଳେ ଜଳ

ଶୁଦ୍ଧ ଅମ୍ଳଜାନ ଯୋଗାଇ ଜୀଵନ

ରଖେ ଗଛ ସୁଶୀତଳ

ଗଛ ପାଇଁ ମହୀ ସୁନ୍ଦର ଦିଶଇ

ଦୂରାଏ ଦୂଷିତ ବିଷ…….(୧)

 

ମାଟିର ସୁରକ୍ଷା କରେ ଗଛ ରକ୍ଷା

ଖାଦ୍ୟ ବସ୍ତ୍ରକୁ ଯୋଗାଇ

ରୋଗ ଉପଚାର କରେ ନିରନ୍ତର

ଶରୀରର ଅଂଶ ଦେଇ

ଆଦର କରିବା ଯତନ ତା ନେବା

ତା’ ପାଇଁ ଆମର ହସ…..(୨)

 

ଜୀବ ଜନ୍ତୁ ଯେତେ ତା ପାଇଁ ହେ ସତେ

ନିର୍ଭୟେ ବଞ୍ଚିବା ପାଇଁ

ଅତି ଆବଶ୍ୟକ ଚିଜ ଯେ ଅନେକ

ପାଆନ୍ତି ତାହାଠୁ ଭାଇ

ସିଏ ଟି ଜୀଵନ ବନ୍ଧୁରେ ମହାନ

ଚିର ସଖା ବର୍ଷ ମାସ….(୩)

ଫୁଲବାଣୀ, କନ୍ଧମାଳ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ସମ୍ପର୍କର ଡୋରୀ

Sunil Chandra Nayak

ମଡେଲ ଡିଗ୍ରୀ କଲେଜରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରୁ ୮୩ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

ମାନସିକ ଅନଗ୍ରସର ପୁଅ ଗୁପ୍ତ ଧନ ଲୋଭର ବଶବର୍ତ୍ତୀ ହୋଇ ନିଜ ବାପାଙ୍କୁ ବଳୀଦେବା ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!