ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

ନଳିନୀ ପ୍ରଭା ମିଶ୍ର

 

ଜୀବନ ଶ୍ରୀକ୍ଷେତ୍ର ପାଲଟିଛି ଆଜି

  କିବା! ପ୍ରଭୁ ରାମ ଲୀଳା

ହୃଦୟ ବିନୋଦେ ଭାବ ପରମୋଦେ

  ଭକ୍ତି ରଙ୍ଗ କରେ ଖେଳା।

କେ କହେ ପ୍ରଭୁ ହେ! ଏ ଭବ

  ସଂସାରୁ ତରିବି ତବ କୃପାରେ

ଶୂନ୍ୟ ସିଂହାସନ ହେବ ଆଜି ପୂର୍ଣ୍ଣ

  ଦ୍ବାଦଶ ଦିନ ଶେଷରେ।

ବାହୁଡ଼ା ବିଜୟ ହେଉଛନ୍ତି ପ୍ରଭୁ

  ଭାଇ ଭଗିନୀ ସାଥିରେ

ବଡ଼ ଦାଣ୍ଡ ହୁଏ ଗହଳ ଚହଳ

  ଭକ୍ତଙ୍କ ଗହଣରେ।

ଜଗନ୍ନାଥ ବିନା ଲକ୍ଷ୍ମୀ ଠାକୁରାଣୀ

  ଥିଲେ ବହି ଅଭିମାନ

ରସଗୋଲା ଖୋଲି କାଳିଆ ଠାକୁର

  କରିବେ ମାନ ଭଞ୍ଜନ।

ଯୁଗଳ ମିଳନ ନୁହଁ ଇ ବର୍ଣ୍ଣନ

  ଦିଶୁଛନ୍ତି କେଡେ ତୋରା

ଦର୍ଶକ ମଣ୍ଡଳୁ ସ୍ଵର୍ଗ କମଣ୍ଡଳୁ

  ବର୍ଷ ଇ ସୂଧା ଧାରା।

ନିଳାଦ୍ରି ବିଜୟେ ପ୍ରଭୁ କର କ୍ଷୟ

 ପାପୀଙ୍କର ଅତ୍ୟାଚାର

ସମସ୍ତଙ୍କୁ ସୁଖୀ କର ମହାବାହୁ

   ଦେଇ ତବ କୃପା ନୀର

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

 

Related posts

ଆତ୍ମ ସୁରକ୍ଷା ଶିବିର ଉଦଯାପିତ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଦୁର୍ଗେ ଦୁର୍ଗତି ନାଶିନୀ

Sunil Chandra Nayak

ରିଜର୍ଭ ପୋଲିସ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶାସ୍ତ୍ରୀୟ ଭାଷା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!