ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାୟଲ ର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

ରାଉରକେଲା/ ସହରର ନୃତ୍ୟାନୁଷ୍ଠାନ ପାୟଲ ର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତା କାଲି ୧୦ ତାରିଖ ଦିନ ସେକ୍ଟର ୩ ଜଗନ୍ନାଥ ମନ୍ଦିର ଠାରେ କରାଯିବ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏନେଇ ସେକ୍ଟର ୨ ସ୍ଥିତ ପାୟଲ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ଗୁରୁ କେତକୀ ଭଟ୍ଟାଚାର୍ଯ୍ୟ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୧୯୮୫ ମସିହାରୁ ପାୟଲ ସୃଷ୍ଟି ହୋଇ ଚଳିତ ବର୍ଷ ୩୭ ବର୍ଷରେ ପଦାର୍ପଣ କରିଛି। ବିଗତ ଦୁଇ ବର୍ଷ କରୋନା ପାଇଁ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ତେବେ ଚଳିତବର୍ଷ ପିଲାମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣକୁ ବିକଶିତ କରିବା ପାଇଁ ରଥ ସଜାସଜି କାର୍ଯ୍ୟକ୍ରମ କରାଯିବ। ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ରାଉରକେଲାରେ ହୋଇନଥିବା ବେଳେ ଚଳିତବର୍ଷ ଏଥିରେ ଭାଗନେଉଥିବା ପ୍ରତିଯୋଗୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରୋତ୍ସାହନ ଯୋଗାଇଦିଆଯିବ। ସେହିପରି ଆସନ୍ତା ଅକ୍ଟୋବର ୯ତାରିଖ ଦିନ ରାଉରକେଲା କ୍ଲବ ଠାରେ ଅପରାହ୍ନ ୩ଟା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ଓ ୧୫ତାରିଖ ଦିନ ବାର୍ଷିକୋତ୍ସବ ରେ କୌତୁକ ପୋଷାକ ଓ ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ। ତେବେ ଆସନ୍ତାକାଲି ୧୦ତାରିଖ ରଥ ସଜାସଜି କାର୍ଯ୍ୟକ୍ରମରେ ଭାଗନବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସାଧାରଣ ସଂପାଦକ କୃଷ୍ଣଲାଲ ଭଟ୍ଟାଚାର୍ଯ୍ୟ, ସହ ସଂପାଦକ ଡାକ୍ତର ପୂଜା ପତି,ସୋନା ଚୌଧୁରୀ, ରିମି ଚକ୍ରବର୍ତ୍ତୀ ଓ ରେଖା ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଡା ପତି ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଦେଶ୍ କି ବାତ୍ ଫାଉଣ୍ଡେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ବୌଦ୍ଧ ବ୍ଲକ ସ୍ତରୀୟ ଅକ୍ଟୋବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ

Sunil Chandra Nayak

ପେଟ୍ରୋଲ-ଡିଜେଲ ପରେ ୪୦ଟଙ୍କା କମିଲା ଘଣା ସୋରିଷ ତେଲ ଦର

Leave a Comment

error: Content is protected !!