ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାନ୍ତି ଶୃଙ୍ଖଳା ମଧ୍ୟରେ ନର୍ଲା ଅଞ୍ଚଳ ରେ ବାହୁଡା ଯାତ୍ରା ସମାପନ 

ରୁପ୍ରା, ୯/୭ (ମନିସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ସମେତ ନର୍ଲା, ରୁପ୍ରାରୋଡ୍, ସରିଆଁ, ପଲମ, ବୁଢିପଦର, ଲାଗଗୁଡା, ଉଲିକୁପା, ସେରଗଡ ,ମାଣ୍ଡେଲ ଓ ତୁଲାପଡା ଠାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ସମାପନ ହୋଇଯାଇଛି। ଆଜି ସକାଳୁ ରୀତିନୀତି ଅନୁଯାୟୀ ରୁପ୍ରା ସ୍ଥିତ ମାଉସୀ ମା’ ମନ୍ଦିର ଠାରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ବିନୋଦ ବିହାରୀ ମିଶ୍ର , ସହଯୋଗୀ ପୂଜକ ବୃନ୍ଦାବନ ମିଶ୍ର ଓ ନାରାୟଣ ପାଢ଼ୀ ଓ ଦାୟିତ୍ବ ତୁଲାଇ ଥିଲେ । ଅପରାହ୍ନରେ ଛେଁରା ପହରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉମାକାନ୍ତ ସାହୁ ଓ ହରେକୃଷ୍ଣ ବେହେରା ଛେରାଁ ପହରା କରିଥିଲେ। ଛେଁରା ପହରା ସରିବା ପରେ ମହାପ୍ରଭୁଙ୍କୁ ରଥାଋଢ କରାଯାଇଥିଲା। ମହାପ୍ରଭୁ ରଥାଋଢ ହେବାପରେ ପରମ୍ପରା ଅନୁଯାୟୀ ଛୋଟ ଶିଶୁ ମାନଙ୍କୁ ରଥଛୁଆଁ କରାଯାଇଥିଲା। ରଥାଋଢ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଗଣ ଅପେକ୍ଷା କରି ରହିଥିଲେ । ତେବେ ପ୍ରବଳ ବର୍ଷା ହେବାରୁ ଶ୍ରଦ୍ଧାଳୁ ଓ ଭକ୍ତଗଣ ତଥା ମନ୍ଦିର କମିଟି ବହୁତ ଅସୁବିଧାର ସମ୍ମୁଖିନ ହୋଇଥିଲେ। ବର୍ଷା ସାମାନ୍ୟ କମିବା ପରେ ରଥଟଣା ଆରମ୍ଭ ହୋଇଥିଲା। ଭକ୍ତମାନେ ରଥାଋଢ ମହାପ୍ରଭୁଙ୍କୁ ଶ୍ରୀ ଦଧିବାମନ ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ତେବେ ରଥଟଣା ସମୟରେ ବିଦ୍ୟୁତ କେବୁଲ ପାଇଁ ରଥ ଟାଣିବା ସମୟରେ ବହୁତ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା। ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ,ରୁପ୍ରାର ଜୁନିୟର ରେଡକ୍ରସ୍ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ଥଣ୍ଡା ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରିଥିଲେ। ରଥ ମନ୍ଦିର ପରିସରକୁ ପହଞ୍ଚିବା ପରେ ମା’ଲକ୍ଷ୍ମୀ ଠାକୁରାଣୀ ଅଭିମାନ କରି ମହାପ୍ରଭୁଙ୍କୁ ମନ୍ଦିର ମଧ୍ୟକୁ ଛାଡି ନଥିଲେ, ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନୁରୋଧ ରକ୍ଷାକରି ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ଦେଇଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଶ୍ରୀମଦ୍ ଭଗବଦ୍ ଗୀତାର ପ୍ରଥମ ଅଧ୍ଯାୟର ସାରକଥା– ୧

Sunil Chandra Nayak

ଚନ୍ଦ୍ର କଳା ଦେବୀ ଙ୍କ କବିତା – ଜୟ ହନୁମାନ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କୁ ଅଳି

Sunil Chandra Nayak

Leave a Comment

error: Content is protected !!