ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଗାଲିଫ୍ଟ କେନାଲ ରୁ ଖରିଫ ଚାଷ ପାଇଁ ଆଜିଠୁ ଜଳସେଚନ ଆରମ୍ଭ

କୋକସରା,୧୧/୭(ମ ନି ସ ) କଳାହାଣ୍ଡି ଜିଲ୍ଲା ମୁଖୀଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ମେଗାଲିଫ୍ଟ କେନାଲ ରୁ ଆଜି ଚଳିତ ଖରିଫ ଚାଷ ୨୦୨୨/୨୩ ପାଇଁ ପ୍ରଥମ ପର୍ଯ୍ୟାୟରେ ମଙ୍ଗଳପୁର ବ୍ୟାରେଜ ନିକଟରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ଖରିଫ ଧାନ ଚାଷ ପାଇଁ ମେଗାଲିଫ୍ଟ କେନାଲ ର ମଙ୍ଗଳପୁର ବ୍ୟାରେଜ ନିକଟରୁ ଜୟପାଟଣା, କୋକସରା,ଧର୍ମଗଡ ଓ ଜୁନାଗଡ଼ ବ୍ଲକ ର ୨୫ ହଜାର ୨୭୫ ହେକ୍ଟର ଚାଷଜମି ପାଇଁ ଜଳ ନିଷ୍କାସନ ଆରମ୍ଭ କରାଯାଇଛି। ଏହି ଅବସରରେ ଉପର ଇନ୍ଦ୍ରାବତୀ ଡ୍ୟାମ ନିର୍ବାହୀ ଯନ୍ତ୍ରୀ ଲିଫ୍ଟ କେନାଲ ଜଳସେଚନ କୁସୁମଖୁଣ୍ଟି ଇଂ. ଅକ୍ଷୟ କୁମାର ଭୋଇ, ଉପଖଣ୍ଡ ଇନ୍ଦ୍ରାବତୀ ଅଧିକାରୀ ଲିଫ୍ଟ କେନାଲ ମଙ୍ଗଳପୁର ଇଂ. ରାଜେଶ କୁମାର ପାତ୍ର, ଉପଖଣ୍ଡ ଅଧିକାରୀ ଲଡୁଗାଁ ଲିଫ୍ଟ ହେଡ ଚିଙ୍କୁରାଜ ପ୍ରଧାନ, ସହକାରୀ ଯନ୍ତ୍ରୀ ମିନିକେତନ ରଥ, ପ୍ରକଳ୍ପ ନିର୍ଦେଶକ ଇଂ. ରଘୁପତି, ଏଲଏଣ୍ଡଟି, ଇଂ. ସୌମେନ୍ଦ୍ର ବେହେରା ମରାମତି ଇନଚାର୍ଜ ଅଧିକାରୀ ଏଲଏଣ୍ଡଟି ଉପସ୍ଥିତ ରହିଥିଲେ। ମେଗାଲିଫ୍ଟ କେନାଲରେ ଜଳସେଚନ ଦ୍ୱାରା ଜୟପାଟଣା ବ୍ଲକ ର ୭୬୬୮.୨ ହେକ୍ଟର, କୋକସରା ବ୍ଲକ ର ୧୧୩୦୧.୭୧ ହେକ୍ଟର, ଧର୍ମଗଡ ବ୍ଲକ ର ୬୨୮୪.୮୩ ହେକ୍ଟର, ଜୁନାଗଡ଼ ବ୍ଲକ ର ୧୯.୯୩ ହେକ୍ଟର ମୋଟ ୨୫ ହଜାର ୨୭୫ ହେକ୍ଟର ପାଇଁ ରବିବାର ଠୁ ମେଗାଲିଫ୍ଟ ରୁ କେନାଲ ଦେଇ ଖରିଫ ଚାଷ ପାଇଁ ଜଳସେଚନ ନିଷ୍କାସନ କରାଯାଇଛି। ମଙ୍ଗଳପୁର ବ୍ୟାରେଜ ନିକଟରୁ ଆଜି ଦିନ ୧୧ଘଣ୍ଟା୩୦ ମିନିଟ ସମୟ ରେ ସମସ୍ତ ଅଧିକାରୀ ଙ୍କ ଉପସ୍ଥିତି ରେ ପୂଜାର୍ଚ୍ଚନା ପରେ ଗେଟ ଖୋଲାଯାଇଛି। ଏନେଇ ଏଲଏଣ୍ଡଟି କମ୍ପାନୀ ର କୁସୁମଖୁଣ୍ଟି ମେଗାଲିଫ୍ଟ କେନାଲ ଦାଇତ୍ଵରେ ଥିବା ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ ସୂଚନା ଦେଇଛନ୍ତି ।

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ ପ୍ରବନ୍ଧ ମଦ ବିରୋଦ୍ଧରେ ସଂଗ୍ରାମ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ବର୍ଷା ଆସିଲା ପରେ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!