ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ବିଶ୍ୱଜନସଂଖ୍ୟା ଦିବସ – ୨୦୨୨ ପାଳିତ 

ଭବାନୀପାଟଣା ତା ୧୧.୭.୨୦୨୨:( ମ ନି ସ  ) ଜନସଂ ବୃଦ୍ଧି ଜନିତ ସମସ୍ୟା ସଂପର୍କରେ ବିଶ୍ଵ ସ୍ତରରେ ସଚେତନତା ସୃଷ୍ଟି କରିବାପାଇଁ ପ୍ରତ୍ୟେକ ବର୍ଷ ବିଶ୍ଵ ଜନସଂଖ୍ୟା ଦିବସ ପାଳନ କରାଯାଏ ।ଏହି ଅବସରରେ ଆଜି ସ୍ଥାନୀୟ ଡି ଏଚ ଏଚ ସମ୍ମିଳନୀ ଗୃହରେ ସକାଳ ୧୦.୦୦ଘଣ୍ଟା ସମୟରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀ ବିବେକାନନ୍ଦ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ସି ଡି ଏମ ଓ ଡ କସ୍ତୁରୀ ମିଶ୍ର ଯୋଗ ଦେଇଥିଲେ।ସଭା ପୂର୍ବରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଦ୍ବାରା ଏକ ସଚେତନତା ଶୋଭାଯାତ୍ରା ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ସି ଡ଼ି ଏମ ଓ ଡ ମିଶ୍ର ଏକ ସଚେତନତା ରଥର ଶୁଭ ଉଦଘାଟନ କରିଥିଲେ। ସଭାରେ ମୁଖ୍ୟବକ୍ତା ରୂପେ ଡ ରଞ୍ଜନ ମିତ୍ର ଯୋଗଦେଇ ପରିବାର ନିୟୋଜନ ଆମ ସମସ୍ତଙ୍କର ଦାୟିତ୍ୱ ଓ ପରିବାର ନିୟୋଜନ କୁ ଆପଣାଇ ଜନସଂଖ୍ୟା ବୃଦ୍ଧି କୁ ହ୍ରାସ ଦିଗରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ମୁଖ୍ୟ ଅତିଥି ଡ ମିଶ୍ର ଜନସଂଖ୍ୟା ବୃଦ୍ଧି କୁ ରୋକା ନଗଲେ ଆଗକୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇ ଏହା ଆମର ପରିବେଶ,ସାମାଜିକ ବ୍ୟବସ୍ଥା ,ଅର୍ଥନୀତି ଉପରେ ପ୍ରବଳ ଚାପ ଓ ପ୍ରଭାବ ପକାଇବ ବୋଲି କହିଥିଲେ।ସଭାରେ ଜନସଂଖ୍ୟା ବୃଦ୍ଧିରେ ଅନେକ କାରଣ ମଧ୍ୟରୁ ଅଜ୍ଞତା,ଦାରିଦ୍ର୍ୟ ଓ ଅନ୍ନୁନତ ମାନସିକତା ଦାୟୀ ବୋଲି ମତ ପ୍ରକାଶ ପାଇଥିଲା।

ଏହି ଅବସରରେ ୨୦୨୧-୨୨ବର୍ଷ ପାଇଁ ପରିବାର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା।ସର୍ବୋତ୍ତମ ସି ଏଚ ସି ରୂପେ ବୋର୍ଡା ସି ଏଚ ସି,ଉତ୍ତମ ସର୍ଜନ ରୂପେ ୨୦୨୧-୨୨ ବର୍ଷ ରେ ୩୦୦୦ ଟି ମହିଳା ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିବା ଧର୍ମଗଡ ଡାକ୍ତରଖାନା ର ଡ ସଦାନନ୍ଦ ପାଣିଗ୍ରାହୀ, ଉତ୍ତମ ସର୍ଜନ ରୂପେ ୧୨ ଟି ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଜୁନାଗଡ ଡାକ୍ତରଖାନା ର ଡ ଭଗବାନ ପଣ୍ଡା,ଉତ୍ତମ ଏ ଏନ୍ ଏମ ରୂପେ ବୋର୍ଡା ସି ଏଚ ସିର ଶ୍ରୀମତୀ ଲିନା ସାହୁ, ଉତ୍ତମ ଆଶା କର୍ମୀ ରୂପେ ନର୍ଲା ର ଶ୍ରୀମତୀ ସାବିତ୍ରୀ ଗୌଡଙ୍କୁ ପୁରସ୍କୃତ କରାଯାଇଥିଲା। “ଜନସଂଖ୍ୟାରେ ସ୍ଥିରତା ଉପରେ ନିଜର ଭୂମିକା ଓ ଦାୟିତ୍ଵ “ଶୀର୍ଷକ ବକ୍ତୃତା ଉପରେ ପ୍ରତିଯୋଗିତାରେ ଆଶାକର୍ମୀ ସାଜଦା ବେଗମ୍,ପଦ୍ମାବତୀ ଘଡେ଼ଇ,ସୁଭାଷିନୀ ସୁନାନୀ ଓ ଏ ଏନ୍ ଏମ ବୈଶାଖୀ ସାହୁ,ରୋଜାଲିନ ପାଢ଼ୀ,ରାଜଲକ୍ଷ୍ମୀ ଜେନା ପ୍ରଥମ,ଦ୍ଵିତୀୟ,ତୃତୀୟ ପୁରସ୍କାର ପାଇଥିଲେ ।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ରିତା ନାଏକ,ମିନାକ୍ଷୀ ମହାନ୍ତି,ସୁଧାଂଶୁ ଦିଗାଲ,ବିବେକାନନ୍ଦ ସାମଲ ,ସରକାରୀ ନର୍ସିଂ ସ୍କୁଲର ଛାତ୍ରୀ,ଆଶାକର୍ମୀ,ଏ ଏନ୍ ଏମତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Related posts

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ହସୁଛି ଲୋ କଳାଚାନ୍ଦ

Sunil Chandra Nayak

ଆଇ ଆର ବି ନବମ ବାଟାଳୀଆନ ଦ୍ବାରା ୬୩ ତମ ଶହୀଦ ଦିବସ ପାଳିତ 

Sunil Chandra Nayak

ଜୁନାଗଡରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଉଦଘାଟିତ

Leave a Comment

error: Content is protected !!