ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଙ୍ଗିଡିପାସ ଗ୍ରାମରେ ଝାଡାବାନ୍ତି ଆତଙ୍କ , ଆଉ ଜଣଙ୍କର ମୃତ୍ଯୁ, ମୃତ୍ଯୁ ସଂଖ୍ୟା ୨ କୁ ଛୁଇଁଲା

ଥୁଆମୂଳ ରାମପୁର:୧୨/୭- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଚିଙ୍ଗଡିପାସ ଗ୍ରାମରେ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଜଣେ ମୃତ୍ୟୁବରଣ କରିଥିବା ବେଳେ ପୁଣି ଆଜି ରାତିରେ ଜଣେ ମୃତ୍ୟୁ ବରଣ କରିଛନ୍ତି ମୃତ୍ଯୁ ସଂଖ୍ୟା ୨ କୁ ଛୁଇଁଛି। ମୃତ ବ୍ୟକ୍ତି ଜଣକ ହେଲେ ରାମ ମାଝୀ। ଗତକାଲି ରାମ ମାଝୀଙ୍କୁ ଥୁଆମୂଳ ରାମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ହେଲେ ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଗୁରୁତର ହେବାରୁ ତାଙ୍କୁ ଡାକ୍ତର ବୁର୍ଲା ଡାକ୍ତରଖାନା କୁ ରେଫର କରିଥିଲେ ହେଲେ ବୁର୍ଲା ଯିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି।ଫଳରେ ଗାଁରେ ଏବେ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଗତକାଲି ଗାଁକୁ ମେଡ଼ିକାଲ ଟିମ ଯାଇ ଆକ୍ରାନ୍ତ ବ୍ୟକ୍ତି ଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିବା ବେଳେ ଗୁରୁତର ରୋଗୀଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଝାଡାବାନ୍ତି ଆଗକୁ ବ୍ଯାପିବା ସମ୍ଭାବନା ରହିଅଛି ତୂରନ୍ତ ଏହାର ଜରୁରୀ କାଳୀନ ଉନ୍ନତ ମାନର ଚିକିତ୍ସା ସେବା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦେବା ପାଇଁ ଦାବି ହେଉଅଛି

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗଜଲଷ୍ମୀ ପୂଜା କମିଟି କୁମ୍ଭାର ପଡା ନୂତନ କର୍ମକର୍ତ୍ତା ନିର୍ବାଚନ ,ସଭାପତି ମାନସ , ସମ୍ପାଦକ ସୁଜିତ 

Sunil Chandra Nayak

ଶ୍ରୀମଦ ଭାଗବତ ଏବଂ ଆଜିର ପ୍ରାସଙ୍ଗିକତା ଆଲୋଚନାଚକ୍ର ଅନୁଷ୍ଠିତ

Sunil Chandra Nayak

ନଡିଆ କଟା କାତି ରେ ଯୁବକଙ୍କୁ ଆକ୍ରମଣ

Sunil Chandra Nayak

Leave a Comment

error: Content is protected !!