ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ସ୍ଥିତ ଅଗ୍ରସେନ ଭବନ ଠାରେ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଷ୍ଠିତ

ନୂଆପଡା: ଖଡ଼ିଆଲ ସ୍ଥିତ ଅଗ୍ରସେନ ଭବନ ଠାରେ କୈଳାଶ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଓଡିଶା ମାରୱାଡି ସମ୍ମିଳନୀର ସଭାପତି ଗୋବିନ୍ଦ ଚନ୍ଦ୍ର ଅଗ୍ରୱାଲ।ମୁଖ୍ୟ ବକ୍ତା ଭାବରେ ଷ୍ଟିୟରିଂ କମିଟି ସଦସ୍ୟ କୈଳାଶ ଅଗ୍ରୱାଲ।ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଜୋନ୍ ଉପ-ସଭାପତି ମନୋଜ କୁମାର ଜୈନ, କଳାହାଣ୍ଡି ଜୋନ୍ ଉପ-ସଭାପତି ସୁବାସ ଚନ୍ଦ୍ର ଅଗ୍ରୱାଲ, ଖଡ଼ିଆଳ ମାରୱାଡି ସମ୍ମିଳନୀ ର ନବ ନିର୍ବାଚିତ ସଭାପତି ନରେଶ ଛାପଡ଼ିଆ, ଉପ-ସଭାପତି ବିନୋଦ କୁମାର ଅଗ୍ରୱାଲ,, ସମ୍ପାଦକ ବଜରଙ୍ଗ ଲାଳ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।ବ୍ୟୁଟି ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରାରମ୍ଭିକ ସଙ୍ଗୀତ ଗାୟନ, ଗଣେଶ ବନ୍ଦନା ଆଦି ଅନୁଷ୍ଠିତ ହୋଇଥିଲା।ଦେଶ, ଜାତିର ଉନ୍ନତି ପାଇଁ ମାରୱାଡି ସମ୍ପ୍ରଦାୟର ଅବଦାନ ଉପରେ ଆଲୋଚନା କରିବା ସହ ଭବିଷ୍ୟତରେ ଅନେକ ଜନ ହିତକର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଅତିଥି ଗଣ ମତବ୍ୟକ୍ତ କରିଥିଲେ।ସମ୍ପ୍ରଦାୟର ନବ ନିର୍ବାଚିତ କାଉନସିଲର, ଏନ ଏ ସି ଅଧ୍ୟକ୍ଷ ଓ କୃତି ଛାତ୍ରଛାତ୍ରୀ ତଥା ଦେଶର ଉଚ୍ଚ ପଦପଦବୀରେ ଯୋଗ୍ୟତା ବ୍ୟକ୍ତି ଵିଶେଷଙ୍କୁ ଏଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।ଖଡ଼ିଆଳ ମାରୱାଡି ସମ୍ମିଳନୀର ନୁଆଁ ମନୋନୀତ ସଭାପତି, ଉପ-ସଭାପତି ଓ ସଦସ୍ୟ ମାନେ ଶପଥ ଗ୍ରହଣ କରିଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୃଷକ ଉତ୍ପାଦକ କମ୍ପାନୀ ସଚେତନତା କର୍ମଶାଳା 

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

Leave a Comment

error: Content is protected !!