ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯଶିପୁର ପ୍ରସିଦ୍ଧ ଗ୍ରାମୀଣ ବାହୁଡା଼ ଯାତ୍ରା ସଂପନ୍ନ,୧୫,୦୦୦ ରୁ ଉର୍ଦ୍ଧ୍ବ ଜନ ସମାଗମ

ମୟୂରଭଞ୍ଜ- ୧୨/୭/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ବାମନଘାଟୀ ଉପଖଣ୍ଡର ସର୍ବପ୍ରଥମ ବହଳଦା ବ୍ଲକର ଯଶିପୁର ପଞ୍ଚାୟତର ଯଶିପୁର ଗ୍ରାମରେ ୧୯୬୩ ମସିହାରୁ ରଥଯାତ୍ରା ପାଳିତ ହୋଇ ଆସୁଅଛି ।ଏହି ରଥର ପ୍ରଥମେ ବେଷ୍ନବ ଜାତିର ସ୍ବର୍ଗତ ଅଦ୍ଵୈତ ଦାସଙ୍କ ନାମକ ଜଣେ ଧାର୍ମିକ ଲୋକ ଖଣ୍ଡେ ଭଙ୍ଗା ଚାଳିଆରୁ ଆରମ୍ଭ କରିଥିଲେ ।ସେତେବେଳେ ଶଗଡ଼ ଗାଡ଼ିରେ ରଥଯାତ୍ରା ହେଉଥିଲା ।ଲୋକଙ୍କ ପାଖରୁ ଶଗଡ଼ ଚକ ମାଗି ମାଗି ରଥ ନିର୍ମାଣ କରି ରଥ ଟଣା ଯାଉଥିଲା ।ପ୍ରଥମେ କେବଳ ଜଗନ୍ନାଥଙ୍କ ମୂର୍ତ୍ତିକୁ ଟଣା ଯାଉଥିଲା ପରେ ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତିକୁ ନିଜେ ଗାଁ ଲୋକେ ନିର୍ମାଣ କରି ପୂଜାର୍ଚ୍ଚନା କରି ରଥ ଟାଣୁଥିଲେ । ବହୁବର୍ଷ ପରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ଜଗନ୍ନାଥ ମନ୍ଦିର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ପରେ ଝରାଡିହି ଅଂଚଳର ଧର୍ମପରାୟଣ ବ୍ୟବସାୟୀ ଦିନେଶ ଦାସ ସେଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ଯଶିପୁରର ଗ୍ରାମୀଣ ରଥଯାତ୍ରା ଓ ବାହୁଡା଼ ଦେଖିବାକୁ ପଡୋଶୀ ଝାଡଖଣ୍ଡ , ପଶ୍ଚିମବଙ୍ଗର,ତିରିଂ ଵହଳଦା,ଯାତ୍ରା, ଗୋରୁମହିଷାଣୀ ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଛୁଟି ଆସିଥିଲେ ।ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିଲା । ବାହୁଡ଼ା ଉପଲକ୍ଷେ ଗ୍ରାମ ପଡ଼ିଆରେ ଫୁଟବଲ ଖେଳ,କାତିଖେଳ ଆୟୋଜିତ ହୋଇଥିଲା । ଆବାଳ ବୃଦ୍ଧ ବନିତା ଅସ୍ଥାୟୀ ମାଉସୀ ମା’ମନ୍ଦିର ପାଖରୁ ରଥ କୁ ମନ୍ଦିର ପର୍ଯ୍ୟନ୍ତ ଟାଣିଥିଲେ ।ସମସ୍ତଙ୍କ ଘର ସମ୍ମୁଖରେ ପୂଜାର୍ଚ୍ଚନା , ହୁଳହୁଳି, ଶଙ୍ଖ ଧ୍ୱନି, ସଂକୀର୍ତ୍ତନଗ୍ରେ ପ୍ରକମ୍ପିତ ଓ ଭାବମୟ ପରିବେଶ ହୋଇ ଉଠିଥିଲା ଯଶିପୁର ଗ୍ରାମ । ସ୍ମୃତି ରଂଜନ ପାଣି ଏବଂ ଲଳିତ ମହାନ୍ତି ଧାରା ବିବରଣୀ କରିଥିଲେ । ଶ୍ରଦ୍ଧାଳୁମାଙ୍କ ପାଇଁ ୧୦ ଟଙ୍କାରେ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ଗାଁ ଲୋକଙ୍କ ର ଦୁଃଖ ପ୍ରଶାସନ ଏକ ସ୍ଥାୟୀ ମାଉସୀ ମା ମନ୍ଦିର ନିର୍ମାଣ ଓ ସବୁଠାରୁ ପୁରାତନ ରଥଯାତ୍ରା ପାଇଁ କିଛି ଆର୍ଥିକ ଅନୁଦାନ ଦେଲେ ଭଲ ହୁଅନ୍ତା ବୋଲି ଗଣମାଧ୍ୟମକୁ ଦୁଃଖର ସହ କହିଥିଲେ ।ଏହି ଗ୍ରାମରେ ଗଉଡ଼, ଆଦିବାସୀ, ଭୂୟାଁ,ପାତ୍ର ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି ।ଅଳ୍ପ ଘର ପିଛା ମାସିକ ଅନୁଦାନରେ ଜଗନ୍ନାଥ ମନ୍ଦିର ପୂଜା ହୁଏ । ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଓ ବାହୁଡା଼ ସଂପନ୍ନ‌ ହୋଇଥିବାରୁ ରଥ କମିଟି ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ଇଂ କମଳାକାନ୍ତ ନାଏକ ,ବ୍ଳକ ଅଧ୍ୟକ୍ଷା ଦୀପାଞ୍ଜଳୀ ସିଂ, ଲାଲ ମୋହନ ବାରିକ,ଲିପୁ ମହାକୁଡ଼, ନଗେନ୍ଦ୍ର ବାରିକ,ବିଦ୍ଯାଲୋଚନ ମହାକୁଡ଼, ଗୌରୀଶଙ୍କର ପାତ୍ର,ଭରତ ବେହେରା, ସୀତାରାମ ବେହେରା ଏବଂ ରଥ କମିଟି ସଦସ୍ୟ ବୃନ୍ଦ ଅଂଚଳବାସୀ ଅକୁଣ୍ଠ ସହଯୋଗ କରିଥିବାରୁ କୃତଜ୍ଞତାଓ ସାଧୁବାଦ ଜଣାଇଥିଲେ ।

ମୟୂରଭଞ୍ଜରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ବିରିକୋଟ ଗ୍ରାମରେ ମାଁ ଡୋକରୀ ଦେବୀ ଙ୍କ ଦଶହରା ପର୍ବ

Sunil Chandra Nayak

ଜୁନାଗଡ଼ ବ୍ଲକ ସମ୍ମୁଖରେ ସିପିଆଇର ଗଣବିକ୍ଷୋଭ

Sunil Chandra Nayak

ରହସ୍ୟର ଦେବତା ଶ୍ରୀଜଗନ୍ନାଥ

Sunil Chandra Nayak

Leave a Comment

error: Content is protected !!