ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା ଘର ଧସିଲା ପୋଲ ନିକଟ ମାଟି 

ପାପଡାହାଣ୍ଡି ,13/7  ପାପଡାହାଣ୍ଡି ବ୍ଲକରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଝିପ ଝିପ ବର୍ଷା ଲାଗି ଲୋକଙ୍କୁ ଘରୁ ବାହାରିବ ମୁସ୍କିଲ ହୋଇପଡିଛି | ବ୍ଲକର ପାପଡାହାଣ୍ଡି ଠାରୁ କୋଷାଗୁମୁଡା ରାସ୍ତାର ମୋକିଆ ପୋଲ ନିକଟ ମାଟି ଧସି ଯାଇଛି | ଯାହା ଫଳରେ ୟାତୟତ ଲାଗି ସମସ୍ୟା ଦେଖାଦେଇଛି | ଖବର ପାଇ ପ୍ରଶାସନ ତରଫରୁ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି | ସେହିପରି ମୈଦଲପୁର ଓ ଏହାର ଆଖ ପାଖ ଅଂଚଳ ରେ ଗତ ଦୁଇ ଦିନ ହେଲା ଲଗାଣ ବର୍ଷା ହେବା ଯୋଗୁଁ ବିଭିନ୍ନ ଗାଁ ରେ ଘର ଭାଙ୍ଗିଥିବା ର ସୂଚନା ମିଳିଛି l ସୂଚନା ଅନୁସାରେ, ଭିଷଣ ବର୍ଷା ହେବା ଯୋଗୁଁ ରାତିରେ ଶୋଇଥିବା ଅବସ୍ଥା ରେ କାକୁଡିଆମ୍ବ ଗ୍ରାମ ର ତ୍ରିଲୋଚନ ଶବର, ଗାଦବା କତରାର ଲବ ଗାଦବା ଙ୍କର ଘର ଭୁଶୁଡି ପଡ଼ିଛି l ମୈଦଲପୁର କମର୍ଲା ସାହି ରେ ଥିବା ଚାଉଳ ମିଲ ର କାନ୍ଥ ଭୁଶୁଡି ପଡିଛି ଏଥିରେ କାହାର କିଛି କ୍ଷୟ କ୍ଷତି ହୋଇନଥିବା ସୂଚନା ମିଳିଛି l ଏ ନେଇ ତ୍ରିଲୋଚନ ମୈଦଲପୁର ରାଜସ୍ବ ବିଭାଗ ରେ ଲିଖିତ ଅଭିଯୋଗ କରିବା ପରେ ତାଙ୍କୁ ସଂଗେ ସଂଗେ ପଲିଥିନ ଦିଆଯାଇଛି |

ସ୍ୱପଜିତ ପଟନାୟକ, ପାପଡାହାଣ୍ଡି , ନବରଙ୍ଗପୁର 

Related posts

ବେକରେ ଦାଉଡ଼ିଦେଇ ଯୁବକର ଆତ୍ମହତ୍ୟା

Sunil Chandra Nayak

ବୀରଚକ୍ର ଶହୀଦ ନାଏବ୍ ସୁବେଦାର୍ ନୁଦୁରାମ ସୋରେନଙ୍କର ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଶୁଭ ଅନାବରଣରେ ଯୋଗ ଦେଲେ ମନ୍ତ୍ରୀ ଅଶ୍ବୀନୀ ପାତ୍ର ଓ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ

Sunil Chandra Nayak

ବିଧାୟକଙ୍କ ପ୍ରଚେଷ୍ଟାରେ ହମିରପୁରର କବରସ୍ଥାନର ଉନ୍ନତିକରଣ

Sunil Chandra Nayak

Leave a Comment

error: Content is protected !!