ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଚିଲା ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ଧର୍ମଗଡ:୨୯/୭/୨୨: ଧର୍ମଗଡ ବ୍ଲକ ଚିଲିଚିଲା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ, ତହସିଲଦାର ହରେକୃଷ୍ଣ ବରିହା,ସହ ଜିଲ୍ଲାପାଳ ଚିନ୍ମୟ କୁମାର ନାୟକ, ସବ ରେଜିଷ୍ଟ୍ରାର ମିଲନ ଝାଙ୍କର, ରେଞ୍ଜର ଭବାନୀ ଶଙ୍କର କୁଅଁର, ଏବିଇଓ ଅରୂପା ନନ୍ଦ ଭୋଇ, ବ୍ରାହ୍ମଣ ଛେଣ୍ଡିଆ ସରପଞ୍ଚ ମନୋଜ ନାଏକ, ସମିତି ସଭ୍ୟ ଇନ୍ଦୁମତି ମାଝୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବିଦ୍ୟାଳୟ ପରିସର ରେ ବୃକ୍ଷ ରୋପଣ କରିଥିଲେ । ପ୍ରଧାନ ଶିକ୍ଷକ ମନୋରଞ୍ଜନ ମୁଣ୍ଡ ଙ୍କ ଅଧ୍ୟକ୍ଷତାରେ ଗଛ ଲଗାଅ ପ୍ରକୃତି ବଞ୍ଚାଅ ଉପରେ ଏକ ସଚେତନତା ସଭା କରାଯାଇଥିଲା । କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ପାର୍ଥବ ମାଝୀ, ସିଆର ସିସି ରାଜେନ୍ଦ୍ର ଦୁରିଆ , ଟିକେଶ୍ୱର୍ ନାଏକ, ସାମାଜିକ କର୍ମୀ ଡାକେ ଲହଜଲ, ଢଗମାଳିଆ ନାଏକ, ସତ୍ୟବାନ୍ ନାଏକ, ରୋହିତ ନାଏକ, ଧର୍ମପଦ ସୁନାନୀ, ଅଙ୍କିତ ସେଠୀ ଙ୍କ ସମେତ ଅଭିଭାବକ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଦୁର୍ନୀତି ନିବାରଣ ସପ୍ତାହ ଅକ୍ଟୋବର ୩୧ ରୁ ନଭେମ୍ବର ୬ ପର୍ଯ୍ୟନ୍ତ

Sunil Chandra Nayak

ପରିବା ବ୍ୟବସାୟୀ ମକରନ୍ଦ ସାହୁଙ୍କ ଘର ସମ୍ମୁଖରେ ଥିବା ପିକଅପ୍ ଭେନ୍ ଚୋରି

Sunil Chandra Nayak

ବଢ଼ି ଚାଲିଛି ଲୁଟ ର ରାଜ , ପୋଲିସ ପ୍ରଶାସନ କୁ ଖାତିର ନାହିଁ

Sunil Chandra Nayak

Leave a Comment

error: Content is protected !!