ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଧାବୀ ସମ୍ମାନ ୨୦୨୧-୨୨ ରେ ସମ୍ମାନିତ

ନବରଙ୍ଗପୁର(ମନିସ)–-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶେମେଳା ଗ୍ରାମ ପଞ୍ଚାୟତ ଦିଶାରୀଗୁଡା ଗ୍ରାମର ସୁନିଲ୍ ମହାନ୍ତି ଙ୍କ ଔରସରୁ ମିନାକ୍ଷୀ ମହାନ୍ତିଙ୍କ ଗର୍ଭରୁ କୋଳ ମଣ୍ଡନ କରିଥିବା ସୁଯୋଗ୍ୟ ସନ୍ତାନ ଅଭିଶେକ ମହାନ୍ତି ମେଧାବୀ ସମ୍ମାନ ୨୦୨୧-୨୨ ରେ ସମ୍ମାନିତ ହୋଇଚ୍ଛନ୍ତି।ପଙ୍କରୁ ପଦ୍ମ ଫୁଟିଲା ଭଳି ଏକ ମଫସଲ ଅଞ୍ଚଳର ଛାତ୍ର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୪୮୮ ମାର୍କ ରଖି ଏଟୁ ଗ୍ରେଡ୍ ପାଇ ସରସ୍ଵତୀ ଶିଶୁମନ୍ଦିର,ନୁଆଗଡ, ନବରଙ୍ଗପୁରର ଟେକ ରଖିଛନ୍ତି। ଏହି ଅବସରରେ ଏକ ସଭାର ଆୟୋଜନ ହୋଇଥିବାବେଳେ ସମ୍ପ୍ରୁକ୍ତ ବିଦ୍ୟାଳୟର ସଭାପତି ଚନ୍ଦ୍ର କୁମାର ଆଚାର୍ଜ୍ୟଙ୍କ ସଭାପତିତ୍ଵରେ ମୁଖ୍ୟ ଅତିଥି ଅତିରିକ୍ତଜିଲ୍ଲାପାଳ ଭାସ୍କର ରୋଇତ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ,ସମ୍ପ୍ରୁକ୍ତ ବିଦ୍ୟାଳୟ୍ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଧାକଡ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଉପସ୍ଥିତ ରହି ମନ ଦେଇ ବିଦ୍ୟା ଅଧ୍ୟୟନ କରି ନିଜ ଭବିଷ୍ୟତ ଗଢିବାକୁ ଚେଷ୍ଟା କରିବା ଉଦେଶ୍ୟ ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ।ଉକ୍ତ ବିଦ୍ୟାଳୟ ର ଛାତ୍ର ଅଭିଶେକ ମହାନ୍ତି ଙ୍କୁ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗ ବିଦ୍ୟାଳୟର ମେଧାବୀ ସମ୍ମାନ ୨୦୨୧-୨୦୨୨ର ମାନପତ୍ର ଓ କପ୍ ପ୍ରଦାନ କରି ସମ୍ମାନିତ କରାଇଥିଲେ।ମନ ଦେଇ ପାଠ ପଢିଲେ ଏଭଳି ସମ୍ମାନ ର ଅଧିକାରୀ ହୋଇ ପାରିବ ବୋଲି ଅଭିଶେକ ସମସ୍ତଙ୍କ ପାଇଁ ଉଦାହରଣ ହେଇଉଠିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ୍।

Related posts

ପୁର୍ତ୍ତ ବିଭାଗ ର ଅବହେଳା ଯୋଗୁଁ ରାସ୍ତା ପାଇଁ ଲୋକେ ହନ୍ତସନ୍ତ

Sunil Chandra Nayak

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

Leave a Comment

error: Content is protected !!