ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

    ଶିଖା 

ଜଗଦୀଶ ଶତପଥୀ

ଦେଖି ଚାହିଁ ଖୋଜିରହି
ଭୁଲିହୁଏ ନିଜର ଅସ୍ତିତ୍ବ।
ଅପାରଗ ଭବିଷ୍ୟତ ତାଳିମାରେ
ଊଣକରି ପିଇ ହୁଏ ଯେତସବୁ
ଘିଅ ଆଉ ଘୃଣାର ଯାତନା !
ଯେତେପାର ପିଇନିଅ!
ଯେତେ ପାର ଶୋଷିନିଅ!
ଅର୍ଦ୍ଧଦଗ୍ଧ ଜୀବନ୍ତ ଶରୀର।
ଶିଖାପରି ଜଳିଯାଏ
ଜୀବନ ସଳିତା,ବୁକୁଫଟା ଚିତ୍କାର ର
ଦୁନ୍ଦୁଭି ଭିତରେ।
ଆଶା ସାଜେ ମରୀଚିକା
ଅହର୍ନିଶି ଗାଉଥାଏ ଜୀବନ ର ବେଦ,ଝୁମ୍ପୁଡିର ଲେଲିହାନ ଶିଖାର କନ୍ଦରେ।
ଶୁଭୁଥାଏ ଜୟଗାନ
ଆଲ୍ଲା ଇଶ୍ୱର ଏକ ହେ,
ସବ୍ ତୁମ୍ ହୋ ଭଗବାନ।
କିଏବା ପଚାରେ ଦୀପ ତୁ କେମିତି ଜଳୁଛୁ,
ଆଲୋକିତ କରିଚାଲୁ ନଛୋଡ ଭଂଗିରେ।
ଶିଖା କିନ୍ତୁ ଦେଉଥାଏ ଆଲୋକ ବର୍ଣ୍ଣିକା, ଅବୁଝା ଇଶ୍ୱର ପରି।

ଧର୍ମଶାଳା, ଯାଜପୁର

Related posts

ବେଦାନ୍ତ ଲିମିଟେଡ ପକ୍ଷରୁ ନିୟମଗିରି ବେଦାନ୍ତ ନଗରଠାରେ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ  

ନିରୁପମା ପାଣି ଙ୍କ କବିତା ଅଜବ ଗଜବ

ଉଦଘାଟନ ହେଲା ଉମରକୋଟ ରେ ନୂଆ ଚର୍ଚ୍ଚ

Sunil Chandra Nayak

Leave a Comment

error: Content is protected !!