ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଓ ସଚେତନ ନାଗରିକ ମଞ୍ଚ ତରଫରୁ କଳମପୁର ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ

କଳମପୁର,୧୫/୭/ (ମସିହା) କଳମପୁର ବ୍ଳକ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ ଓ ସଚେତନ ନାଗରିକ ମଞ୍ଚ ତରଫରୁ ଗୁରୁବାର ଦିନ କଳମପୁର ତହସିଲଦାରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଖ୍ରୀଷ୍ଟ ପୂର୍ବ ୨୮୦ ରେ ସମ୍ରାଟ ଅଶୋକଙ୍କ ରାଜୁତି ସମୟରେ ନିର୍ମାଣ ହୋଇଥିବା ଅଶୋକ ସ୍ତମ୍ଭର ଅଗ୍ରଭାଗକୁ ୨୬ ଜାନୁଆରୀ ୧୯୫୦ ମସିହାରେ ଭାରତୀୟ ସମ୍ବିଧାନ ଦ୍ଵାରା ଜାତୀୟ ପ୍ରତୀକର ମାନ୍ୟତା ଦିଆ ଯାଇଥିଲା । ସେହି ଦିନରୁ ଦେଶର ପାସପୋର୍ଟ, ତଥା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତର ମାନଙ୍କରେ ଅଶୋକ ସ୍ତମ୍ଭକୁ ଜାତୀୟ ପ୍ରତୀକ ଭାବେ ବ୍ୟବହାର ହେଉଛି । କିନ୍ତୁ ଏହାକୁ ପୁନଃ ସ୍ଥାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ପରିବର୍ତ୍ତନ କରିଛନ୍ତି,ଏହା ଭାରତୀୟ ଐତିହ୍ୟ ଓ ସସ୍କୃତି ତଥା ମାନବତାବାଦୀ ବିଚାରଧାରାକୁ ସକିର୍ଣ୍ଣ କରୁଛି । ବର୍ତମାନ ସ୍ଥାପନ କରାଯାଇଥିବା ଅଶୋକ ସ୍ତମ୍ଭ, ପୂର୍ବରୁ ରହିଥିବା ଅଶୋକ ସ୍ତମ୍ଭ ଠାରୁ ଭିନ୍ନ ଦେଖାଯାଉଛି । ବ୍ୟକ୍ତିଗତ ବିଚାରଧାରାକୁ ଜାତୀୟ ପ୍ରତୀକ ସ୍ଥାପନରେ ଜାତୀୟ ସଂସ୍କୃତି ଓ ଐତିହ୍ୟ ପ୍ରତି ଅଣଦେଖା କରିବା ପରିତାପର ବିଷୟ ବୋଲି ଉଲ୍ଲେଖ କରିଛନ୍ତି । ତେଣୁ ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି ପୂର୍ବରୁ ରହିଥିବା ଅଶୋକ ସ୍ତମ୍ଭକୁ ପୁନଃ ସ୍ଥାପନ କରନ୍ତୁ ବୋଲି ଉପସ୍ଥିତ ବ୍ୟକ୍ତିମାନେ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନ କଳମପୁର ବ୍ଳକ ଯୁବ ସଭାପତି ମାଧବ ସୁନାନୀ, ବ୍ଳକ ଉପସଭାପତି ଶ୍ରୀକାନ୍ତ ଛତ୍ରିଆ, ବ୍ଳକ କଂଗ୍ରେସ ସଭାପତି ଗଣେଶ ନାଗ, ଆଇନଜୀବୀ ଲୋକନାଥ ନାଗ, ଭଗବାନ ମାଝୀ, ଶ୍ୟାମ ନାଗ, ରଘୁନାଥ ଛତ୍ରିଆ,ନିଧନ ନାଗ, ମନୁ ନାଗ, ନବିନ ନାଏକ, ଗଣେଶ ମାଝୀ, ଦେବବ୍ରତ ମହାରଣା ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ ।

ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି

Related posts

ବାବା ଭୈରବ ୟୁଥ୍ କ୍ଲବ ତରଫରୁ ସଫା କରାଗଲା ଗଛ ମୁଳର ଘାସ

Sunil Chandra Nayak

ୟୁରିଆ ସାର ଚୋରା ଚାଲାଣ ଘଟଣା, ଗାଡି ଡ୍ରାଇଭର କୁ କୋର୍ଟ ଚାଲାଣ 

Sunil Chandra Nayak

ରାଇରଙ୍ଗପୁରରେ ଶ୍ରୀ ଜଗନ୍ନାଥ ଉପାସନା,ଅଣସରନୀତି-ଏକ ତାତ୍ବିକ ଆଲୋଚନା ନେଇ ଜାତୀୟ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!