କଲମପୁର,୧୫/୭(ମସିହା) କଲମପୁର ବ୍ଲକ ଦେପୁର ପଞ୍ଚାୟତ ଅନ୍ତର୍ଗତ ବଙ୍କାପଲା ଗ୍ରାମର ଦିବାକର କୁମାର (୫୨) ଦୀର୍ଘ ଏକ ବର୍ଷ ହେବ ରୋଗ ଶଯ୍ୟାରେ ପଡି ରହିଛନ୍ତି l ଦିବାକର ପରିବାର ମୁଖିଆ ହୋଇ ଥିବାରୁ ସେ ଶଯ୍ୟାଶାୟୀ ହେବା ପରେ ପରିବାର ଦୟନୀୟ ପରିସ୍ଥିତି ଦେଇ ଗତି କରୁଛି l ତାଙ୍କ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନା ବୁଲାଇ ବୁଲାଇ ମା ପୁଅ ଦୁହେଁ ହତାଶ ହୋଇ ଗଲେଣି l ଗରିବ ପରିବାର ହେତୁ ମେଡିକାଲ ବୁଲାଇବା, ଔଷଧ ପତ୍ର କିଣିବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି l ବାଧ୍ୟ ହୋଇ ସ୍ୱାମୀ କୁ ଛାଡି ମଧ୍ୟ ସ୍ତ୍ରୀ ସପୁରୀ କିଛିଦିନ ବୁଲା ବିକାଳୀ ଭାବେ ଫେନ୍ସି ସାମାନ ନେଇ ଘର ଘର ବୁଲିଲା l ଯାହା ଉପାର୍ଜନ ହେଲା ସେଥିରୁ ଔଷଧ କିଣିଲା ସେଥିରୁ ପୁଣି ପରିବାର ର ଖର୍ଚ୍ଚ l କିଛି ଦିନ ପରେ ତାର ଏହି ଛୋଟ ବ୍ୟବସାୟ ମଧ୍ୟ ଅର୍ଥlଭାବ ହେତୁ ବନ୍ଦ କରିବାକୁ ପଡିଲା l ମଜୁରୀ କରିଯିବାକୁ ଭାବିଲା ହେଲେ ସ୍ୱାମୀ ଦିବାକର ଦୁଃଖ ଯନ୍ତ୍ରଣାରେ ଛଟପଟ ହୋଇ ରହୁଛି l ବିଭିନ୍ନ ସମୟରେ ତାର ଗୋଡ ହାତ ମାଲିସ କରିବାକୁ ପଡୁଛି ତ କେତେବେଳେ ରୋଗୀ କୁ ଖୁଆ ପିଆ କରିବା ସହିତ ତାର ଶୌଚ ନାନାଦି ସେବା କାର୍ଯ୍ୟରେ ନିୟୋଜିତ ହେବାକୁ ପଡୁଛି l ଏଭଳି ପରିସ୍ଥିତି ହେତୁ ପାଠ ପଢା ପୁଅ ସମୀର କୁମାର (୨୧) ବାହାର ରାଜ୍ୟ କୁ ଦାଦନ ଖଟିଯାଇଛି l ଏହି ଖବର ସମ୍ବାଦ ରେ ପ୍ରକାଶିତ ହେବା ପରେ ଜଣେ ସାମାଜସେବୀ ଟ୍ୱିଟ କରି ମୋ ସରକାର, ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ କୁ ଜଣାଇଥିଲେ l ଏହି ନିବେଦନ ଅନୁସାରେ କଲମପୁର ର ଏକ ଡାକ୍ତରିଦଳ ଦିବାକର ନିକଟକୁ ପହଂଚିଥିଲେ l ଚିକିତ୍ସା ର ସମସ୍ତ ତଥ୍ୟ ସଂଗ୍ରହ କରି ସମସ୍ତ ବୃତ୍ତାନ୍ତ ଏବଂ ପରିବାର ର ଅଭାବନୀୟ ପରିସ୍ଥିତି ହେତୁ କଳାହାଣ୍ଡି ସିଡିଏମଓ କିଛି ସରକାରୀ ସହାୟତା ମିଳିବା ପାଇଁ ଜିଲ୍ଲାପାଳ କୁ ତଥ୍ୟ ସହ ନିବେଦନ ପାଇଁ ଜଣାଇଛନ୍ତି l ଚିଠି ନଂ ୪୨0୧ ଗତ ୧0 ତାରିଖରେ ଏକ ପତ୍ର ମାଧ୍ୟମରେ ଜଣାଇଥିବା ଟ୍ୱିଟ ର ରିପ୍ଲାଇ ରେ ନିବେଦନ କରିଥିବା ସେହି ସାମାଜିକ କର୍ମୀ କୁ ମଧ୍ୟ ପ୍ରେରଣ କରିଥିବା ବ୍ୟକ୍ତି ଠାରୁ ଜାଣିବାକୁ ମିଳିଛି l ତେବେ ଏହି ରୋଗୀ ଏବଂ ତାଙ୍କ ପରିବାର ପ୍ରତି ସରକାର ତଥା ପ୍ରଶାସନ ଆଗକୁ କିଭଳି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା l
ପରମାନନ୍ଦ ଠାକୁର ମସିହା ପ୍ରତିନିଧି କଲମପୁର କଳାହାଣ୍ଡି ।