ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ , ଦୁର୍ଗନ୍ଧ ପରିବେଶ ରେ ଲୋକେ ଅସ୍ତ୍ୟବ୍ୟସ୍ତ

କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ସଦର ମହକୁମା ସ୍ଥିତ ମାଁ ଭଣ୍ଡାର ଘରଣୀ ମନ୍ଦିର ରାସ୍ତା ଉପରେ କୁଡ କୁଡ ଅଳିଆ ଆବର୍ଜନା ସହ କାଦୁଅ ଅପରିଷ୍କାର ରେ ଭରି ହୋଇଛି । ଏହାକୁ ନେଇ ସ୍ତାନୀୟ ଲୋକମାନେ ବହୁ ଅଭିଯୋଗ ଓ ସୋସିଆଲ ମେଡିଆ ରେ ଫୋଟୋ ଭାଇରେଲ କରି ବାରମ୍ବାର ଅସଫଳ ହୋଇଛନ୍ତି । ସ୍ତାନୀୟ ପ୍ରଶାସନର ଅଣଦେଖା କରି ଆସୁଥିବା ବେଳେ ଏହି ଠାରେ ସ୍ୱଚ୍ଛ ଭାରତ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଦେଇ ମାଁ ଭଣ୍ଡାର ଘରଣୀ, ସୋନାଦେଇ ମାତା ମନ୍ଦିର , ମାଁ ମଙ୍ଗଳାଙ୍କ ମନ୍ଦିର ରହିଛି । ପ୍ରାୟ ସବୁଦିନେ ଗ୍ରାମବାସୀ ପୂଜା ପାଠ କରିବା ପାଇଁ ଏହି ରାସ୍ତା ଦେଇ ଯିବା ଆସିବା କରନ୍ତି । ସେହିପରି ସ୍ଥାନୀୟ ଦୈନିକ ବଜାର କୁ ପନିପରିବା କ୍ରୟ ଓ ବିକ୍ରୟ କରିବା ପାଇଁ ଲୋକେ ଉକ୍ତ ରାସ୍ତା କୁ ବ୍ୟବହାର କରୁଛନ୍ତି । ଏହି ଠାରେ ଅଳିଆ ଆବର୍ଜନା ସବୁ ପୋଚିସୋଡି ବହୁତ ଦୁର୍ଗନ୍ଧ ହେଉ ଥିବା ବେଳେ ଏଗୁଡିକ ସଫେଇ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା କୋଷାଗୁମୁଡା ଗ୍ରାମର ଭୁବନେଶ୍ୱର ନାୟକ,କିରଣ ନାୟକ,ମୁରଲୀ ପାନକା,ସୀତା ରାମ ବେହେରା, ନଗେନ୍ଦ୍ର ଗୁପ୍ତା, ନାଗରାଜ,ଚଣ୍ଡୀ ଚରଣ ଘୋସାଲ,ନବୀନ ନାୟକ, ମୋତି କେଉଟ, ସେନାପତି ବିଶୋଇ,ଅମର ପଟନାୟକ ଅଭିଯୋଗ କରିଛନ୍ତି । ଏଣୁ ସ୍ଥାନୀୟ ପ୍ରଶାସନ ଯଥାଶୀଘ୍ର ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଅଳିଆ ଆବର୍ଜନା ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି । ନହେଲେ ଆଗାମୀ ଦିନରେ କୋଷାଗୁମୁଡା ଗ୍ରାମବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ

Related posts

ମୁକ୍ତିରାଣୀ ଦେବତା ଙ୍କ କବିତା ଅହଙ୍କାର

Sunil Chandra Nayak

ବୋଲବମ ଭକ୍ତ ଙ୍କୁ ପାଣିଢ଼ାଳି ଉତ୍ସାହିତ କଲେ ବିଧାୟକ 

Sunil Chandra Nayak

ସରୋଜିନୀ ପତି ଙ୍କ କବିତା ନାଭି କ୍ଷେତ୍ର ରଥଯାତ୍ରା 

Sunil Chandra Nayak

Leave a Comment

error: Content is protected !!