ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛାତ୍ର ଙ୍କୁ ମାଡ଼ ମାରି ହାତ ଭାଙ୍ଗିବା ଘଟଣା, ଅଭିଯୁକ୍ତ ଶିକ୍ଷକ ଚାକିରୀ ରୁ ନିଲମ୍ବିତ

ଚନ୍ଦାହାଣ୍ଡି 18/7– ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବହୁ ଚର୍ଚ୍ଚିତ ଧୋଡିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ରେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଙ୍କୁ ପ୍ଲାଷ୍ଟିକ ପାଇପ ରେ ବାଡେଇ ହାତ ଭାଙ୍ଗିଥିବା ଶିକ୍ଷକ ଉମେଶ ସୁନାନୀ ଙ୍କୁ ଚାକିରୀ ରୁ ନବରଙ୍ଗପୁର ଜିଲ୍ଲାପାଳ କମଳଲୋଚନ ମିଶ୍ର ଘଟଣା କୁ ଗୁରୁତ୍ୱ ଦେଇ ପତ୍ର ସଂଖ୍ୟା 1358 ତାରିଖ 16/7/2022 ରେ ଚାକିରୀ ରୁ ନିଲମ୍ବନ କରାଯାଇଥିବା ନେଇ ଚନ୍ଦାହାଣ୍ଡି ବି ଡି ଓ ଧର୍ମରାଜ ମାଝି ସୂଚନା ଦେଇଛନ୍ତି l ଶିକ୍ଷକ ଙ୍କ ଚାକିରୀ ରୁ ନିଲମ୍ବନ ପତ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଘୁମଣି ଜାନି ଙ୍କୁ ପେରଣ କରାଯାଇ ଥିବା ସେ ସୂଚନା ଦେଇଛନ୍ତି l ଘଟଣାର ଅଧିକା ବିଭାଗିୟ ତଦନ୍ତ ଜାରି ରହିଛି ବୋଲି ଚନ୍ଦାହାଣ୍ଡି ମଙ୍ଗଳ ସଂପ୍ରସାରଣ ଅଧିକାରୀ ଜଗମୋହନ ମାଝି ପ୍ରକାଶ କରି ଛନ୍ତି l ଛାତ୍ର ଙ୍କ ବାପା ତ୍ରିଲୋଚନ ବାଘଙ୍କ ଶିକ୍ଷକ ନାମରେ ଦେଇ ଥିବା ଏତଲାନୁସାରେ ଚନ୍ଦାହାଣ୍ଡି ଥାନା କେଶ ନଂ 84/22 ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଧା ଶିକ୍ଷକ ଚନ୍ଦାହାଣ୍ଡି ଥାନାରେ ହାଜର ହୋଇ ନଥିବା ଥାନା ସୂତ୍ର ରୁ ଜଣା ପଡିଛି l ଏଦିଗରେ ଜିଲ୍ଲା ପ୍ରଶାସନ ଘଟଣା ର ଏକ ନିରପେକ୍ଷ ତଦନ୍ତ କରି ଉଚିତ ପଦକ୍ଷେପ ନେବା କୁ ସାଧାରଣ ରେ ଦାବୀ କରାଯାଇଛି l

 ପ୍ରକାଶ ଥାଉକି ଗତ 11 ତାରିଖ ରାତି ନଅ ଟା ସମୟ ରେ ଧୋଡ଼ିପାଣି କଲ୍ୟାଣ ବିଭାଗ ଉଚ୍ଚ ବିଦ୍ୟାଳୟ ରେ ଆଦିତ୍ୟ ବାଘ ନାମକ ଜଣେ ସପ୍ତମ ଶ୍ରେଣୀ ର ଛାତ୍ର ବିଦ୍ୟାଳୟ ଅନ୍ତେବାସ ରେ ଅନ୍ୟ ଜଣେ ସହପାଠି ସହ ମାଡ଼ଗୋଳ ହେବାରୁ ଶିକ୍ଷକ ଉମେଶ ସୁନାନୀ ଦୁଇ ଛାତ୍ର ଙ୍କୁ ବୁଝା ସୁଝା କରିବା ବଦଳ ରେ ରାଗି ଯାଇ ଆଦିତ୍ୟ ବାଘ ଙ୍କୁ ପ୍ଲାଷ୍ଟିକ ପାଇପ ରେ ପିଟିବାରୁ ଛାତ୍ର ର ହାତ ଭାଙ୍ଗି ଯିବାରୁ l ଛାତ୍ର ଙ୍କ ବାପା ଚନ୍ଦାହାଣ୍ଡି ଥାନା ରେ ଏତଲା ଦେବାରୁ ଥାନାଅଧିକାରୀ ଚନ୍ଦାହାଣ୍ଡି ଥାନା ରେ ଏକ ମାମଲା ରୁଜ୍ଜୁ କରି ଏହାର ତଦନ୍ତ ଭାର ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଅର୍ପଣ କରି ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମୋଟେର ପଞ୍ଚାୟତରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସର୍ପ ଘାତରେ କ୍ଷେତ୍ର ବାଗଙ୍କ ମୃତ

Sunil Chandra Nayak

ପ୍ରତିମା ଶତପଥି ଙ୍କ ଗଳ୍ପ ସାଙ୍ଗ

Sunil Chandra Nayak

Leave a Comment

error: Content is protected !!