ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଭାବ ବଣିକ 

  ଭାବ ବଣିକ 

   ବେଣୁଧର ସୂତାର

ହୃଦୟ ଆବେଗ ମୁଗ୍ଧ ଅନୁଭବ
ବୁକୁତଳେ ଖେଳେ ଭାବ ପୁଲକ
କୂଳ ଲଙ୍ଘିଯାଏ ସମ୍ମୋହିତ ମନ
ଚିନ୍ତା ଚେତନାରେ ଭରି ମହକ
ଖିଆଲି ମନର ବିଳାସୀ ତୃଷ୍ଣା
ଭିଜା ଭିଜା ଏଇ ବୁକୁ ଅଗଣାରେ
ଲହଡ଼ି ମାରୁଛି ଭାବର ଜ୍ୟୋତ୍ସ୍ଳା ।
ନିରବ ଲଗ୍ନର ସମର୍ପିତ ଭାବ
ନିଃଶବ୍ଦରେ ତୋଳେ ସ୍ଵର ସ୍ଵାକ୍ଷର
ଭାବାତୀତ ମନ ତନ୍ମୟ ତୀର୍ଥରେ
ଚେତନା କଳ୍ପର ସୂକ୍ଷ୍ମ ନିର୍ଝର
ପ୍ରାଣେ ଭରିଦିଏ ପ୍ରଶାନ୍ତି ଧାରା
ହୃଦୟ ବୀଣାର ମଧୁର ଝଙ୍କାର
ଅମୃତ ବୋଳାସେ ଭାବ ପସରା ।
ଭଲ ପାଇବାର ନିଃସର୍ତ୍ତ ଉଲ୍ଲାସେ
ବୁକୁତଳେ ଖେଳେ ପ୍ରୀତିର ଢେଉ
ବିରାଟ ଆକାଂକ୍ଷା ପରିପୂର୍ଣ୍ଣତାରେ
ଅଥଳ ମାନସ ମନ୍ଥନ ହେଉ
ଭାବ ମଳୟର କୁହୁକ ଛୁଆଁ
କଳ୍ପନାର ତୀରେ ମାଟି ମନସ୍କରେ
ମଧୁମୟ ଲାଗେ ଏଇ ଦୁନିଆଁ ।
ହୃଦୟ ପୃଷ୍ଠାରେ ତଲ୍ଲୀନ ସ୍ଵାକ୍ଷର
ଅନୁଚେତନାର ପୁଣ୍ୟ ପରିଧି
ଭାବ ଉନ୍ମାଦର ଅମୃତ ଆଧାର
ନିରାଶା ମରୁର ଆଶା ବାରିଧି
ଖୋଲି ଦିଏ ଏଇ ହୃଦୟ ଦ୍ଵାର
ହୃଦ ବେଦିକାର ଭାବମୋତି ହାର
ଅନେକ ସ୍ଵପ୍ନର ଏ ଇସ୍ତାହାର ।
ଭାବ ଉପବନ ଭବ୍ୟ ଉପହାର
ଅନୁରାଗେ ଭରା ଚାରୁ ଭୂମିକା
ପୁଲକିତ ସ୍ଵର ମହକ ମଧୁର
ସାରସ୍ଵତ କୁଞ୍ଜ ମଧୁ ମଲ୍ଲୀକା
ଜ୍ଞାନ ମଞ୍ଜରୀ ର ମୋତି ମାଣିକ
ଅନବଦ୍ୟ ଯାର ନୈବେଦ୍ୟ ସମ୍ଭାର
  ଭାବମୟ ତୁମେ ଭାଵ ଵଣିକ ।

କେଶଦୁରାପାଳ କେନ୍ଦୁଝର

Related posts

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

Sunil Chandra Nayak

ଅମୃତ ସରୋବର ପାଇଁ ଭୂମି ପୂଜନ

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!