ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ରାଉରକେଲା ଆଇନ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆଇନ ମହାବିଦ୍ୟାଳୟ ପରିସର ଓ ମହିଳା ହଷ୍ଟେଲ ସମ୍ମୁଖରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାକ୍ତନ ଛାତ୍ରସଂସଦ ର ସଭାପତି ଡଃ ସୁମନ ଦତ୍ତଙ୍କ ପୌରହିତ୍ୟ ଓ ସାଧାରଣ ସଂପାଦକ ତ୍ରିଲୋକିନାଥ ପାଣ୍ଡେଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଆଇନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା, ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଅଧିକାରୀ ରଶ୍ମିରଂଜନ ପତି, ସମାଜସେବୀ ପ୍ରଶାନ୍ତ ସେଠୀ, କବି ଅଭିରାମ ପ୍ରଧାନ ଓ ମହାବିଦ୍ୟାଳୟ ପରିଚାଳନା ସମିତିର କାର୍ଯ୍ୟକାରୀ ସଭାପତି ସଂଜୀବ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଫଳବୃକ୍ଷ ରୋପଣ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଆଲୁମନି ମନୋରଞ୍ଜନ ଦାଶ,ବିବେକାନନ୍ଦ ଦାସ, ସତ୍ୟାନନ୍ଦ ବେହେରା, ସୁବାସ ଗୁପ୍ତା, ଅଧ୍ୟାପକ ସୁନିଲ୍ ମିଶ୍ର,ଅଧ୍ୟାପକ ଏମଡି ରଫିକ, ଏସ୍ କେ ବିଶି ଓ ମହାବିଦ୍ୟାଳୟ ର ଅଧାପିକା ଡଃ ସମ୍ପାଦିକା ମହାନ୍ତି,ଡଃ ଦିବ୍ୟେନ୍ଦୁ ପଣ୍ଡା,ତନ୍ମୟ ରାଜ ପାଢୀ, ସୁଜାତା ନାୟକ,ଲକ୍ଷ୍ମୀପ୍ରିୟା ସାହୁ, ମନୋରଞ୍ଜନ ମହାନ୍ତି,ଦେବାଶିଷ ବେହେରା, ଅଜୟ ପାଣିଗ୍ରାହୀ,ଅକ୍ଷୟ ଦାଶ, ଆୟୁଷ୍ମାନ ସାହୁ,ନନ୍ଦ କିଶୋର ମାହାତୋ ଓ ନିତ୍ୟାନନ୍ଦ ବିଶୋଇ ପ୍ରମୁଖ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ କବି ଶ୍ରୀ ପ୍ରଧାନ ବୃକ୍ଷରୋପଣ ସଂପର୍କରେ ଏକ ସୁନ୍ଦର କବିତା ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ଛାତ୍ରସଂସଦ ତରଫରୁ ପଶୁପତିନାଥ ଚାଟାର୍ଜୀ, ଦେବାଶିଷ ମହାନ୍ତି,ଡଃ ପ୍ରଜ୍ଞା ପରମିତା ପଣ୍ଡା, ଲୋକସମ୍ପର୍କ ଅଧିକାରୀ କୁଞ୍ଜବିହାରୀ ରାଉତ ଓ ଆଇନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ସର୍ବଶ୍ରୀ ଶୁଭମ ଓରାମ, ଶୁଭଶ୍ରୀ ପ୍ରସାଦ ଘଡେଇ ,ମାନସୀ ସ, ପାୟଲ ପ୍ରିୟଦର୍ଶନୀ ଦେବତା,ସମିୟା ମହନ୍ତ,ଦେବାଶିଷ ଲାଲ୍,ସୌମ୍ୟରଂଜନ ମହାକୁଡ,ବିନୋଦ କଣ୍ଡେୟାଙ୍ଗ,ପୂଜା ଅବତାର,ଆଞ୍ଚଲ ପ୍ରଧାନ, ରେଣୁ କୁମାରୀ,ପଦ୍ମନୀ ପୂରନ,ନନ୍ଦିନୀ କିରେଇ,ମନିଷା କୁଲୁ,ସସ୍ମିତା ପୂରନ, ଶୁଭଦ୍ରା କିଶାନ,ଟିକେଶ୍ବରୀ ରତେଲ, ସୁମିତ ବଦ୍ରା,ସୁରଜ ପ୍ରକାଶ,ରାହୁଲ କୁମାର ନାୟକ, ରାମ ଅଗ୍ରୱାଲ,ସୋନୁ ସାହୁ,ପ୍ରମିଳା ଲାକ୍ରା,ସଲୋମୀ ଲାକ୍ରା, ନିରଞ୍ଜନ, ନିତିନ ଅଗ୍ରୱାଲ,ଶାମିନ ନିଶା, ଦାନିସ୍ତା ସାବ୍ରୀ,ଲିଟିଲ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଲୋକ ସଂପର୍କ ଅଧିକାରୀ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପଟ୍ଟାମୁଣ୍ଡାଇ ସ୍ଥିତ ଶ୍ରୀ ଶ୍ରୀ ରାଧାରମଣ ମଠ ରେ ଧର୍ମୀୟ ସଭା  

Sunil Chandra Nayak

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସଂଘର୍ଷ

Sunil Chandra Nayak

Leave a Comment

error: Content is protected !!