ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

ଢେଙ୍କାନାଳ -: ଦୁଃଖୀ ରଙ୍କୀ ଓ ଅସହାୟ ବ୍ୟକ୍ତି ଙ୍କ ମୁହଁରେ ହସ ଫୁଟେଇ ଜନ ମଙ୍ଗଳ ଓ ସାମାଜ ସେବା ରେ ନିଜକୁ ନିୟୋଜିତ କରିଥିବା ଜନ ପ୍ରତିନିଧି ଙ୍କ ଭିତରୁ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ ଅନ୍ୟତମ।ଏଇ କେତେ ଦିନ ହେବ ସେ ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟି ଯାଇଛନ୍ତି ।

ଆଜି ସେଇପରି ଏକ ଚିତ୍ର ଦେଖିବାକୁ ମିଳିଛି ବ୍ଲକ୍ କାର୍ଯ୍ୟାଳୟ ରେ। ବାଉଁଶ ପୋଖରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆ କୋଟ ଗାଆଁ ର ଜନୈକା ମହିଳା ଯାହାଙ୍କ ନାମ ମାଟିଆଣି ନାଏକ, ଦୀର୍ଘ ଦିନ ରୁ ଦୁଇ ଗୋଡ଼ ଅଚଳ ହୋଇ ପଡି ଵାରୁ ସେ ଠିକ୍ ଭାବେ ଚଲା ବୁଲା ତଥା ଦୈନଦିନ କାମ କରି ପାରୁ ନାହାନ୍ତି। ଅଭାବ ଅନାଟନ ରେ ସେ ଜୀବନ ଅତିବାହିତ କରୁଛନ୍ତି। ତାଙ୍କର ଗୋଟିଏ ଅବିବାହିତ ତଥା ରୋଗାକ୍ରାନ୍ତ ଝିଅ ଟିଏ ମଧ୍ୟ ରହିଛି।ଏହି ଅଭାବନୀୟ ଚିତ୍ର ଟି ସସ୍ମିତା ଙ୍କ ଆଖି ରେ ପଡ଼ିବାରୁ ତାଙ୍କୁ ସାହାର୍ଯ୍ୟ ର ହାତ ବଢ଼େଇଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ।ଏହି ପରିପ୍ରେକ୍ଷୀରେ ABDO ଅଶୋକ କୁମାର ମିଶ୍ର,GPEO ଧନେଶ୍ଵର କିଶନ ଙ୍କ ଉପସ୍ଥିତି ରେ ତାଙ୍କୁ ଏକ wheel chair ପ୍ରଦାନ କରାଯାଇଅଛି।ଏହି ପରି ମହାନତା କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ଓ ଶୁଭେଛା ର ସୁଅ ଛୁଟି ଚାଲିଛି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

 

Related posts

ଟ୍ରାଫିକ ସମସ୍ୟା ଜଟିଳ ପୋଲିସ ନିରବ

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ନର୍ଲାରୋଡ଼ ରେଳଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ଆସନ୍ତା ଅପ୍ରେଲ ୧୧ ରେଳରୋକ ପାଇଁ ସଜବାଜ

Sunil Chandra Nayak

Leave a Comment

error: Content is protected !!