ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘର

ତେନ୍ତୁଳିଖୁଣ୍ଟି – ୧୯/୦୭/୨୨  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ 2020 -21 ଓ 2021 -22, 2022 -23 ତିନିଟି ଆର୍ଥିକ ବର୍ଷ ରେ ସରକାରଙ୍କ ଆବାସ ଯୋଜନା ରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇନି। 2019 ସାଧାରଣ ନିର୍ବାଚନ ପରେ ଦୁଇ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା। ଅଗ୍ନିକାଣ୍ଡ ଜନିତ ହେଉ ଅବା ପ୍ରାକୃତିକ ଦୁର୍ବିପାକ କ୍ଷତି ଗ୍ରସ୍ତ ଙ୍କୁ ଦିନରେ ଇନ୍ଦିରା ଆବାସ ଅବା ମୋ କୁଡ଼ିଆ (ବିଜୁ ପକ୍କା ଘର) ଯୋଜନା ରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳୁଥିଲା। ତାହା ମଧ୍ୟ ତିନି ବର୍ଷ ହେଲାଣି ମିଳୁନି। ଉଲ୍ଲେଖଯୋଗ୍ୟ ଯେ ତହସିଲ ତରଫରୁ ପ୍ରାକୃତିକ ଦୂର୍ବିପାକ ଗୃହ କ୍ଷତିଗ୍ରସ୍ତଙ୍କ ତାଲିକା ଗତ ଜୁନରୁ ଆଜି ପର୍ଯ୍ୟନ୍ତ 35 ପରିବାର ଙ୍କ ରିପୋର୍ଟ ପଠାଇଛି ବୋଲି ତହସିଲଦାର ପ୍ରଦୀପ କର କହିଥିବା ବେଳେ ତେନ୍ତୁଳିଖୁଣ୍ଟି ବ୍ଲକ କାର୍ଯ୍ୟାଳୟ ର ବିପିସି ଉମା ମହେଶ୍ୱରୀ ତହସିଲ ରୁ କିଛି ତାଲିକା ପାଇ ନାହା୍ନ୍ତି କହିବା ଦୁର୍ଭାଗ୍ୟଜନକ। ପଞ୍ଜିକୃତ କୋଠା ବାଡ଼ି ନିର୍ମାଣ ଶ୍ରମିକ ,ମତ୍ସ୍ୟଜୀବୀ ଙ୍କୁ,ମଧ୍ୟ ଗୃହ ନିର୍ମାଣ ପାଇଁ ଅର୍ଥ ମିଳୁଥିଲା। ସାମାଜିକ ଅର୍ଥନୈତିକ ଜାତିଗତ ସର୍ଭେ ଆଧାର ରେ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ଦିଆଯାଉଥିଲା। ନିର୍ମାଣ ଶ୍ରମିକ ଓ ମତ୍ସ୍ୟଜୀବୀ ଙ୍କୁ ମଧ୍ୟ ଏକ ତାଲିକା ଅନୁସାରେ ପର୍ଯ୍ୟାୟ କ୍ରମେ ବାର୍ଷିକ ବ୍ଲକ ବାରି ଦିଆ ଯାଇଥିଲା। 2026 -17 ଆର୍ଥିକ ବର୍ଷରେ 40 ଜଣ ନିର୍ମାଣଙ୍କୁ ଘର ନିର୍ମାଣ ଶ୍ରମିକ ଙ୍କୁ ଅର୍ଥ ଦିଆ ଯାଇ ଥିଲା। ତାହା ବି 2019 ପରଠୁ ତିନି ଆର୍ଥିକ ବର୍ଷ ବିତିବାକୁ ବସିଲାଣି କେହିବି ଗରୀବ ଯୋଗ୍ୟ ନିର୍ମାଣ ଶ୍ରମିକ କି ମତ୍ସ୍ୟଜୀବୀ ଘର ପାଇ ନାହାନ୍ତି। କେବଳ ଗତ ଆର୍ଥିକ ବର୍ଷ ରେ 18 ରୁ 20 ଜଣ ଟେରାକୋଟା ଶିଳ୍ପୀ ଘର ନିର୍ମାଣ ପାଇଁ ଅର୍ଥ ପାଇ ଛନ୍ତି। ପ୍ରଶ୍ନ ଉଠୁଛି ବାସହରା ଗରୀବ ଙ୍କ ଦରଦ ଲାଘବ ପାଇଁ ସରକାର ଙ୍କ ପାଖରେ ସମ୍ବଳ ନାହିଁ ନା ଆଗ୍ରହ ନାହିଁ। ଜିଲ୍ଲା ଶ୍ରମ ବିଭାଗ କୁ ନିର୍ମାଣ ଶ୍ରମିକଙ୍କୁ ଘର ଦିଆ ନ ଯିବା ସମ୍ପର୍କରେ ପଚାରିଲେ କହୁଛନ୍ତି ଆମେ ଯୋଗ୍ୟ ନିର୍ମାଣ ଶ୍ରମିକ ହିତାଧିକାରୀ ଙ୍କ ତାଲିକା ବ୍ଲକ କୁ ଦେବାକୁ କହିଛୁ ତାଲିକା ଦେଲେ ଅର୍ଥ ଦେବା କୁ ପ୍ରସ୍ତୁତ। କାରଣ ଏହା ପଞ୍ଚାୟତିରାଜ ବିଭାଗ ର କାର୍ଯ୍ୟ। ସେପଟେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ଏକ ତାଲିକା ଧରି ବର୍ଷେ ହେଲା ବହୁବାର ପଂଚାୟତ ସମିତି ତରଫରୁ ଘରକୁ ଘର ସର୍ଭେ କରାଗଲାଣି। ଏପରିକି ସେମାନଙ୍କ କାଗଜପତ୍ର ମଗା ଗଲାଣି। ହେଲେ ଘର ଦେବା ର କୌଣସି ଆଭାସ ମିଳୁନି। ସୂତ୍ର ରୁ ପ୍ରକାଶ ଯେ ରାଜ୍ୟ କୁ ନବରଙ୍ଗପୁର ସମେତ ଆଠଟି ଜିଲ୍ଲା ଛାଡି ବଳକା ଜିଲ୍ଲା ପାଇଁ କେନ୍ଦ୍ର ଗତ ଆର୍ଥିକ ବର୍ଷରେ 8ଲକ୍ଷ ସତର ହଜାର 444 ଆବାସ ଘର ଆବଣ୍ଟନ କରିଛି।ଆବାସ ପ୍ଲସ ସାଇଟ ରେ ନବରଙ୍ଗପୁର ସମେତ ଆଠଟି ଜିଲ୍ଲା ନୂତନ ତାଲିକା ପଞ୍ଜିକୃତ କରି ନଥିବାରୁ ବଞ୍ଚିତ ଅଛନ୍ତି। ବିଗତ ଦିନରେ ଘର ମରାମତି ପାଇଁ 3 ହଜାର ଓ 5 ହଜାର ଦେଇ କାମ ସାରି ଦେଇଛନ୍ତି। ଏପଟେ ଗରୀବ ବାସ ହରା ଦୁର୍ବିପାକ କ୍ଷତିଗ୍ରସ୍ତ ଘର ପାଇବା ଆଶାରେ ବସିଛି। କେବେ ପୁରିବ ଆଶା?   ଗୋବର୍ଦ୍ଧନସାହୁ ,ତେନ୍ତୁଳିଖୁଣ୍ଟି

Related posts

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ କ୍ରମେ OUTR ର ହେବ ରୂପାନ୍ତର

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

ମମତା ସାହୁ ଙ୍କ କବିତା/ ଜୟ ମା ମହାଲକ୍ଷ୍ମୀ

Sunil Chandra Nayak

Leave a Comment

error: Content is protected !!