ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ପୋଲିସ ଦ୍ୱାରା ସାର ବୋଝେଇ ମିନିଟ୍ରକ ଅଟକ, ତଦନ୍ତ କଲେ ଜିଲ୍ଲା କୃଷି ଅଧିକାରୀ

କୋକସରା,୧୯/୭- ( ମ ନି ସ ) କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ବିଜମରା ଗ୍ରାମର ଜନୈକ ସାର ବ୍ୟବସାୟୀ ଙ୍କ ଗୋଦାମ ରୁ ନବରଙ୍ଗପୁର ଜିଲ୍ଲାକୁ ୟୁରିଆ ସାର ଚୋରା ଚାଲାଣ ହେଉଥିବା ବେଳେ ରବିବାର ଜାତୀୟ ରାଜପଥ ୨୬ ଆମପାଣି ପୋଲିସ ତନଖି ଚେକଗେଟ ନିକଟରେ ଏକ ମିନିଟ୍ରକ ନମ୍ବର ଓଡ଼ି.୨୪.ଜି.୮୭୯୨ କୁ ଅଟକ ରଖି ଯାଞ୍ଚ ସମୟରେ ଗାଡି ଡ୍ରାଇଭର ସାର ପରିବହନ ସମ୍ପର୍କିତ କୌଣସି କାଗଜପତ୍ର ଦେଖାଇନଥିବା କାରଣରୁ ସାର ବୋଝେଇ ମିନିଟ୍ରକ ସମେତ ଡ୍ରାଇଭର କୁ ଅଟକ ରଖି ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ଙ୍କୁ ସୁଚନା ଦେଇଥିଲେ।ସୋମବାର କଳାହାଣ୍ଡି କୃଷି ଜିଲ୍ଲା ଅଧିକାରୀ ଜେ. ସୂର୍ଯ୍ୟା ରାଓ ଓ କୋକସରା ବ୍ଲକ କୃଷି ଅଧିକାରୀ ଲିଙ୍ଗରାଜ ମେହେର ଆମପାଣି ଥାନା ରେ ପହଞ୍ଚି ଅଟକ ଥିବା ମିନିଟ୍ରକ ରେ ଥିବା ସାରକୁ ଆମପାଣି ପେକ୍ସ ଗୋଦାମରେ ନେଇ ଅନଲୋଡ଼ କରିଥିଲେ। ଟ୍ରକ ରେ ୩୫୦ ବସ୍ତା ୟୁରିଆ ସାର ରହିଥିବା ସୁଚନା ଦେଇଛନ୍ତି କୃଷି ଅଧିକାରୀ। ତେବେ ସାର କେଉଁ ସ୍ଥାନରୁ ଆସୁଥିଲା ଓ କେଉଁ ସ୍ଥାନକୁ ଯାଉଥିଲା ସେ ନେଇ କୌଣସି ସଠିକ ସୁଚନା ଦେଇନାହାନ୍ତି। ଏହାସହ ଜବତ ଟ୍ରକକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଆମପାଣି ଥାନା କେଶ ନମ୍ବର ୭୭/୨୨ ରେ ଏକ ମାମଲା ରୁଜୁ କରି ଟ୍ରକ ଜବତ କରି ଅଧିକ ତଦନ୍ତ କରୁଥିବା ସୁଚନା ମିଳିଛି। ତେବେ କଳାହାଣ୍ଡି ରୁ ନବରଙ୍ଗପୁର ଜିଲ୍ଲା କୁ ସାର ଚୋରା ଚାଲାଣ ହେବା ଏହା ନୁଆ କଥା ନୁହେଁ। ପ୍ରତିବର୍ଷ ମୁନାଫା କମାଇବାକୁ କଳାହାଣ୍ଡି ଜିଲ୍ଲାର କିଛି ମୁନାଫାଖୋର ସାର ବ୍ୟବସାୟୀ ମାନେ ପଡ଼ୋଶୀ ଜିଲ୍ଲାର ସାର ବେପାରୀ ଙ୍କ ସହ ମିଶି ସାରର କଳାବଜାରୀ କରି ଆସୁଛନ୍ତି। ଫଳରେ କଳାହାଣ୍ଡି ଜିଲ୍ଲାରେ ଚାଷୀ ଙ୍କୁ ଠିକ ସମୟରେ ସାର ମିଳୁନାହିଁ ଓ ସାର ର କୁତ୍ରିମ ଅଭାବ ଦେଖାଦେଉଛି। କଳାହାଣ୍ଡି ଚାଷୀ ଙ୍କ ପାଇଁ ଆସୁଥିବା ସାର କୁ ପ୍ରଶାସନ ର ନାକତଳେ ବେପାରୀ ମାନେ ଅନ୍ୟ ଜିଲ୍ଲା କୁ ଚାଲାଣ କରୁଛନ୍ତି।ତଥାପି ଜିଲ୍ଲା ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉ ନାହାଁନ୍ତି । ଫଳ ସ୍ୱରୂପ କଳାହାଣ୍ଡି ରେ ଚାଷୀ ଙ୍କୁ ସାର ର ଉତ୍କଟ ଅଭାବ ଦେଖାଦେଉଛି ବୋଳି ଚାଷୀ ଅଭିଯୋଗ କରିଛନ୍ତି। ସାର ଚୋରା ଚାଲାଣ ଉପରେ ଜିଲ୍ଲା କୃଷି ବିଭାଗ ଓ ପ୍ରଶାସନ ସତର୍କ ଦୃଷ୍ଟି ଦେବାକୁ ଚାଷୀମାନେ ଦାବି କରିଛନ୍ତି।

Related posts

ତୀର୍ଯ୍ୟକ

Sunil Chandra Nayak

ଖଲିଆକାନୀ ନିକଟସ୍ଥ ସୁକୁନିମୁଣ୍ଡା ପାଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

Sunil Chandra Nayak

ମହାବୀର ବଜାର ରେ ୪୦ ତମ ଗଣେଶ ପୂଜା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!