ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି ଏଟିଏମରେ ମିଳିବ ରାସନ, ଭୁବନେଶ୍ୱରରୁ ଆରମ୍ଭ ହେବ ବ୍ୟବସ୍ଥା

ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱରରୁ ଏଭଳି ବ୍ୟବସ୍ଥା ଆରମ୍ଭ ହେବ….

ଖାଦ୍ୟ ଓ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ…

ଏଣିକି ଏଟିଏମ୍‌ରେ ମିଳିବ ରାସନ୍। ଏଟିଏମ୍‌ରୁ ଟଙ୍କା ଉଠାଇବା ଭଳି ମିଳିବ ରାସନ। ଦିଆଯାଇଥିବା କାର୍ଡ ମାଧ୍ୟମରେ ରାସନ ଉଠାଇ ପାରିବେ ହିତାଧିକାରୀ । ବିଧାନସଭାରେ ଖାଦ୍ୟ ଓ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଏହି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶା ଏକ ମଡେଲ ରାଜ୍ୟ ହୋଇଛି।ଦିନକୁ ଦିନ ଏହି ବ୍ୟବସ୍ଥାକୁ ଅଧିକ ସରଳୀକରଣ କରାଯାଉଛି। ରାଜ୍ୟ ସରକାର ଅଲଟାଇମ ଗ୍ରେନ ବ୍ୟବସ୍ଥା କରୁଛନ୍ତି । ୨୪ଘଣ୍ଟା ରାସନ ମିଳିବା ସେଥିପାଇଁ ପାଇଲଟ ପ୍ରୋଜେକ୍ଟ ଭାବେ ଭୁବନେଶ୍ୱରରୁ ଏଭଳି ବ୍ୟବସ୍ଥା ଆରମ୍ଭ ହେବ। ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଧୀରେ ଧୀରେ କାର୍ଯ୍ୟକ୍ଷମ ହେବ । ସେହିପରି ଏଣିକି ବିନା ସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ସମବାୟ ବ୍ୟାଙ୍କ ଜରିଆରେ ଋଣ ଯୋଗାଇ ଦିଆଯିବ। ଆଗରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା।

ଏନେଇ ସମବାୟ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ସେହିପରି ବିଧାନସଭାରେ ଗୃହୀତ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି। ଖାଦ୍ୟ ଯୋଗାଣ ବିଭାଗର ୧୨ଶହ ୫କୋଟି ୨୯ ଲକ୍ଷ ୪୯ହଜାର ଟଙ୍କା ହୋଇଥିବା ବେଳେ ସମବାୟ ବିଭାଗର ୧୯ଶହ ୪୧କୋଟି ୧୪ଲକ୍ଷ ୧୫ ହଜାର ଟଙ୍କା ବେୟ ବରାଦ କରାଯାଇଛି। ଖାଦ୍ୟ ଓ ଶସ୍ୟ ରହୁଥିବା ଗୋଦାମ ଗୃହକୁ ଅଟୋ ମେସନ କରିବା ସହିତ ଗୁଣାତ୍ମକ ଯୁକ୍ତ ଶସ୍ଯ ପହଞ୍ଚିବ ସରକାର ବ୍ୟବସ୍ଥା କରୁଥିବା କହିଛନ୍ତି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ସକାଳୁଆ ସ୍କୁଲ

Sunil Chandra Nayak

ଧର୍ମଗଡ଼ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁଳି ବିଭାଗ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆଜାଦି କା ଅମୃତ ମହାତ୍ସଵ ଅନ୍ତର୍ଗତ ‘ଉଜ୍ଜଳ ଭାରତ ଉଜ୍ଜଳ ଭବିଷ୍ୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ପଛୁଆ ବର୍ଗ ଙ୍କ ପାଇଁ ଶିକ୍ଷା ଓ ବୃତ୍ତି ରେ ୨୭ ପ୍ରତିଶତ ସଂରକ୍ଷଣ ଦାବୀ

Sunil Chandra Nayak

Leave a Comment

error: Content is protected !!