ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ଙ୍କ ଆତ୍ମହତ୍ୟା, ହତ୍ୟା ସନ୍ଧେହ

ଡାବୁଗାଁ, ୧୯/୭  ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଝରିଗୁଡା ଗ୍ରାମରେ ମହିଳା ଙ୍କ ଆତ୍ମହତ୍ୟା କୁ ନେଇ ହତ୍ୟା ସନ୍ଦେହ | ସୂଚନାଯୋଗ୍ୟ ଡାବୁଗାଁ ଥାନା ପୂଜାରୀଗୁଡା ଲଛମୀ ପନକା ଙ୍କ ଝିଅ ଭଦ୍ରିକା ପନକା(୨୪) ଝରିଗୁଡା ଗ୍ରାମର ସୁଶୀଲ ନାଗଙ୍କ ସହ ୩ ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ସୋମବାର ସନ୍ଧ୍ୟାରେ ମୃତକର ପିତା କି ତାଙ୍କ ଝିଅ ର ଦୁର୍ଘଟଣା ହୋଇଥିବା ଖବର ପାଇ ସଙ୍ଗେ ସଙ୍ଗେ ଝରିଗୁଡା ଗ୍ରାମର ସୁଶୀଲ ନାଗ ଙ୍କ ଘରେ ପହଞ୍ଚି ଦେଖିଥିଲେ ଯେ ତାଙ୍କ ଝିଅ ନିଜ ଶାଢୀ ବେକରେ ବାନ୍ଧି ତଳେ ମରି ପଡିଥିଲା | ଏନେଇ ମଙ୍ଗଳବାର ସକାଳ ୧୦ ଘ. ରେ ମୃତକର ପିତା ଲଛମୀ ଡାବୁଗାଁ ଥାନାରେ ଝିଅକୁ ହତ୍ୟା କରାଯାଇଥିବା ନେଇ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଅଧିକାରୀ ଅଭିମନ୍ୟୁ ଦୂର୍ଗା, ସବଇନିସ୍ପେକ୍ଟର କୁଳଭୂଷଣ ନାୟକ ଓ ମେନକା ସା, ଏଏସଆଇ ଶିଶିର କାନ୍ତ ଘୋଷ ଓ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ | ପରେ ଝରିଗାଁ ତହସିଲଦାର ରୁଷିକେଶ ଗଣ୍ଡ ପହଞ୍ଚିବା ପରେ ଶବକୁ ପଞ୍ଚନାମା କରିଥିଲେ | ପରେ ଉମରକୋଟ ଏସଡିପିଓ ନିହାର ରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ | ମୃତ ଝିଅର ପରିବାର ଲୋକେ ସୁଶୀଲ ନାଗକୁ ଗିରଫ ନକରିବା ପର୍ଯ୍ୟନ୍ତ ଶବ ଛାଡିବୁ ନାହିଁ ବୋଲି ଦାବି କରିଥିଲେ | ପୋଲିସ ଏନ୍ୟ ଏକ ଘର ମଧ୍ୟରୁ ସୁଶୀଲ ନାଗ କୁ ଉଦ୍ଧାର କରି ଥାନା କୁ ପଠାଇବା ସମୟରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତକୁ ମାରିବା ସହ ପୋଲିସ ସହ ଧସ୍ତା ଧସ୍ତି ହୋଇଥିଲେ | ଏହାସହ ଲୋକେ ମହିଳା ଅଧିକାରୀ ଙ୍କ ସହ ମଧ୍ୟ ଖରାପ ବ୍ୟବହାର କରିଥିଲେ | ପରେ ପୋଲିସ କୁ ଲୋକେ ଅଟକ ରଖିଥିଲେ କିନ୍ତୁ ପୋଲିସ କୌଶଳ କ୍ରମେ ସେଠାରୁ ଖସି ଥାନାକୁ ଆସିଥିଲେ | ପରେ ଥାନା ଅଧିକାରୀ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ସନ୍ଧ୍ୟାରେ ଶବକୁ ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ | ଏନେଇ ଥାନା କେଶ ନଂ ୧୧୯/୨୨ ରେ ଏକ ମାମଲା ରୁଜୁ ହୋଇଛି | ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା ପ୍ରେମ ଫୁଲ ଶର ମାରି

ଜିଲ୍ଲା ପ୍ରଶାସନ ପକ୍ଷରୁ ୫୬ ତମ ଜାତୀୟ ପ୍ରେସ ଦିବସ ୨୦୨୨ ପାଳିତ

Sunil Chandra Nayak

Leave a Comment

error: Content is protected !!