ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପେଟ୍ରୋଲ ପମ୍ପ ଡକାୟତି ଉଦ୍ୟମ ପଣ୍ଡ , ପୋଲିସ ହାତରେ ଧରାପଡିଲେ 4 ଦୁବୃତ୍ତ

ପାପଡାହାଣ୍ଡି,20/7, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ 26ନମ୍ବର ଜାତୀୟ ରାଜପଥ ର ପ୍ରଧାନିଗୁଡା ଏସଆର ପେଟ୍ରୋଲ ପମ୍ପ ଡକାୟତି କରିବା ଲାଗି ଉଦ୍ୟମ କରୁଥିବା 4ଜଣ ଦୁବୃତ୍ତକୁ ପୋଲିସ ଗିରଫ କରିଛି | ବୁଧବାର ସେମାନଂକୁ କୋର୍ଟ ଚାଲାଣ କରାଯାଇଛି | ଏ ନେଇ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ଏସ୍ଡ଼ିପିଓ ବବିତା ତ୍ରିପାଠୀ | ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତ୍ର 1ଘଣ୍ଟା ସମୟରେ ରେ କିଛି ଦୁବୃତ୍ତ ପ୍ରଧାନିଗୁଡା ଢ଼ାବା ନିକଟରେ ଥିବା କାଜୁ ବାଡ଼ ଭିତରେ ଏସଆର ପେଟ୍ରୋଲ ପମ୍ପ ଡକାୟତି କରିବା ଲାଗି ଯୋଜନା ଚଳାଇଥିବା ବେଳେ ପାପଡାହାଣ୍ଡି ଆଇଆଇସି ରାମେଶ୍ୱର ପ୍ରଧାନ ଖବର ପାଇଥିଲେ | ଏସଆଇ ଶିବଜି ପଣ୍ଡା ପେଟ୍ରୋଲିଙ୍ଗ ସମୟରେ ଦୁବୃତ୍ତ ମାନେ କାଜୁ ବାଡ଼ ଭିତରେ ମୋବାଇଲ ଟର୍ଚ୍ଚ ଲଗାଇ ମଦ ପିଇ ଯୋଜନା କରୁଥିବା ସମୟରେ ଦୁବୃତ୍ତ ମାନଙ୍କୁ କାବୁ କରିଥିଲେ | ଏହି ସମୟରେ ବିକାଶ ବୈପାରୀ, ଆକାଶ ହରିଜନ,ଟୁଲୁ କଚିମ,ପଙ୍କଜ ଵାଘେଲ ପୋଲିସ ହାତରେ ଧରାପଡ଼ିଥିଲେ | ଆଉ 4ଜଣ ଖସି ଯାଇଥିଲେ | ପୋଲିସ ସେମାନଂକୁ ଆଣି ତଦନ୍ତ କରିବା ସମୟରେ ସେମାନେ ପେଟ୍ରୋଲ ପମ୍ପ ଡକାୟତି ଲାଗି ଆସିଥିବା ସ୍ବୀକାର କରିଥିଲେ | ପୋଲିସ ସେମାନଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ମଧ୍ୟ ଜବତ କରିଛି | ଏମାନଙ୍କ ନାମରେ ପୂର୍ବରୁ ଅନ୍ୟ ଥାନା ମାନଙ୍କରେ କେସ ଥିବା ଜଣାପଡିଛି | ପାପଡାହାଣ୍ଡି ପୋଲିସ କେସ ନମ୍ବର 110/22 ରେ ମାମଲା ରୁଜୁ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଛି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରୋଗ ଶଯ୍ୟା ରେ ଘର ମୁରବୀ ଦିବାକର କୁମାର , ଔଷଧ କିଣିବା ପାଇଁ ପୁଅ ଗଲା ଦାଦନ, ସ୍ତ୍ରୀ କରୁଛି ଫେନ୍ସି ବେପାର

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ରାସୋଳ ମହୋତ୍ସବ ର ୨ୟ ସାଂସ୍କୃତିକ ସଂଧ୍ୟା:ନୃତ୍ୟ ଗୀତ ରେ ଦୁଲୁକିଲା ମଂଚ

Sunil Chandra Nayak

Leave a Comment

error: Content is protected !!