ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନକଲି ମଦ ଜବତ , ୨ ଗିରଫ

ନୂଆପଡ଼ା:-ନୂଆପଡା ଜିଲ୍ଲାର ପତୋରା ଏରିକେସନ କଲୋନୀ ଠାରେ ଏକ ଅପମିଶ୍ରିତ ବିଦେଶୀ ମଦ ରେକେଟ ଠାବ କରିବାରେ ସଫଳ ହୋଇଛି ନୂଆପଡ଼ା ଅବକାରୀ ବିଭାଗ । ସୁଚନା ଅନୁସାରେ ଏଠାରେ କାର୍ଯ୍ୟରତ ଅବକାରୀ ବିଭାଗୀୟ ଅଧିକାରୀ ହିରାବତୀ ଥାଟି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ୧୧ ଜଣିଆ ଟିମ୍ ପ୍ରସ୍ତୁତ କରି ହଠାତ ଚଢ଼ାଉ ଜାରି କରିଥିଲେ । ନକଲି ବିଦେଶୀ ମଦ ସମୁଦାୟ ୧୦.୩୫୦ ଲିଟର, ଅପମିଶ୍ରିତ ବିଦେଶୀ ମଦ ୧୨ ଲିଟର ସମେତ କେବଳ ଠିପି ୩୯୯ ପିସ୍ ଜବତ କରିବା ରେ ସଫଳ ହୋଇଛନ୍ତି।ଏହି ରେକେଟ ରେ ଦୁଇଜଣ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ସେମାନେ ହେଲେ ବିରେନ୍ଦ୍ର ଗୁପ୍ତା ( ୪୦ ) ବର୍ଷ ପୋଲିସ ଷ୍ଟେସନ ପଣ୍ଡୁଆ ଜିଲ୍ଲା ପାଲାମୁ ରାଜ୍ୟ-ଝାରଖଣ୍ଡ , ଅଭିଯୁକ୍ତ( ୩୧ )ବର୍ଷ ମିଥିଲେଶ କୁମାର , ପୋଲିସ ଷ୍ଟେସନ:-ନୋଖା ଜିଲ୍ଲା:-ରାହୋତୋଷ, ରାଜ୍ୟ:-ବିହାର ଅଟେ। ତାଙ୍କ ବିରୁଦ୍ଧରେ ଅବକାରୀ ଆଇନ ଧାରା -ୟୁ/ଏସ-୫୧(ଏ) ୫୯(ଡି)୬୨(୧) ଧାରା ରେ ଗିରଫ କରି କୋର୍ଟ କୁ ଚାଲାଣ କରାଯାଇଛି ।ଏହି ରେକେଟ କୁ ଧରିବାପାଇଁ ଶ୍ରୀମତୀ ଥାଟି ଯେଉଁ ଟିମ୍ ପ୍ରସ୍ତୁତ କରି ସଫଳତା ହାସଲ କରିଥିଲେ ସେମାନେ ହେଲେ ,ସବ ଇନସ୍ପେକ୍ଟର ମଙ୍ଗଲ ଛତ୍ରିଆ, ଏଏସଆଇ ଗୁପ୍ତେଶ୍ୱର ପଟେଲ, ଏଏସଆଇ ସୋନା ମାଝୀ, ଏଏସଆଇ ହିଙ୍ଗୁଳା ଦାସ, କନେଷ୍ଟବଳ ଦେବିରାଗ ମାଝୀ , ସଞ୍ଜିବ ସୁନା, ଗିରେନ୍ଦ୍ର କଣ୍ଟା, ମୁରଲୀଧର ଶବର, ପୂର୍ଣ୍ଣିମା କହ୍ନେର,ରୀତାଞ୍ଜଳୀ ଶବର ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସାହିତ୍ୟ ଅଗଣା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

କଳାକାର ସଂଘର ବୈଠକ ଅନୁଷ୍ଠିତ

Leave a Comment

error: Content is protected !!