ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର

ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଜଣାପଡ଼ିଛି ଯେ, କୋଲ୍ ଇଣ୍ଡିଆର ସହଯୋଗରେ ରାଜ୍ୟରେ ଆଉ ୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ନେଇ କେନ୍ଦ୍ର ସରକାର ଅଙ୍ଗୀକାରବଦ୍ଧ ଅଟନ୍ତି । ତେବେ ନବୋଦୟ, କେନ୍ଦ୍ରୀୟ ଓ ଏକଲବ୍ୟ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ସ୍ୱପ୍ନ ପୂରଣ ସମ୍ଭବ ହୋଇପାରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ କେନ୍ଦ୍ର ସରକାର କୋଭିଡ୍ ଅନାଥଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଥିଲେ । କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାମାନେ କିଭଳି ମାଗଣାରେ ଶିକ୍ଷାଲାଭ କରିପାରିବେ, ସେଥିପାଇଁ ସରକାର ଏମପି କୋଟା ଉଠାଇ ଦେଇଥିଲେ । ଏହାଫଳରେ ବର୍ଷକୁ ୧୦ ଜଣ କୋଭିଡ ଅନାଥ କେନ୍ଦ୍ରୀୟ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇବା ସହ ବର୍ଷକୁ କେଭିରେ ଗୋଟିଏ ଶ୍ରେଣୀରେ ୨ ଜଣ ନାମଲେଖାଇ ପାରିବେ ବୋଲି କୁହାଯାଇଥିଲା ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ଶାଶ୍‌ଖିଆ ପିଲା

Sunil Chandra Nayak

ଚାରୋଟି ସ୍ଥାନରେ ଲାଗିଛି ମାଓ ପୋଷ୍ଟର, ଅଞ୍ଚଳରେ ଭୟର ବାତାବରଣ

Sunil Chandra Nayak

ନଗାରୀ ଗ୍ରାମ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!