ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ରେଜଲ୍ଟ : ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ

ଛାତ୍ରୀ ମାନେ ଆଗରେ….

ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ଓ ଦଶମ ର ପରୀକ୍ଷା ଫଳ । ଦ୍ୱାଦଶରେ ମୋଟ ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୯୪ ଦଶମିକ୍ ୫୪ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୧ ଦଶମିକ ୯୮ପ୍ରତିଶତ ରହିଛି । ଛାତ୍ରଙ୍କ ଠାରୁ ୩ ଦଶମିକ୍ ୨୭ ପ୍ରତିଶତ ଅଧିକ ଛାତ୍ରୀ ପାସ୍ କରିଛନ୍ତି । ଏହାକୁ ମିଶାଇ ଲଗାତାର ୪ ବର୍ଷ ପାଇଁ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ରେଜଲ୍ଟ କରିଛନ୍ତି।

ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬୬୨ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ପାସ ହାର ପ୍ରାୟ ୭ ପ୍ରତିଶତ କମିଛି । ତ୍ରିଭେନ୍ଦ୍ରମ ରିଜିୟନରେ ସର୍ବାଧିକ ୯୮ ଦଶମିକ୍ ୮୩ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଙ୍ଗାଲୁର ରିଜିୟନରେ ୯୮ ଦଶମିକ୍ ୧୬ ପ୍ରତିଶତ ପିଲା ପାସ୍ କରିଛନ୍ତି । ଭୁବନେଶ୍ୱର ରିଜିୟନରେ ୯୦ ଦଶମିକ୍ ୩୭ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଭୁବନେଶ୍ୱର ପାସ୍ ହାରରେ ୧୬ଟି ରିଜୟନ ମଧ୍ୟରୁ ୧୩ ନମ୍ବରରେ ରହିଛି ।

୯୦ ଦଶମିକ୍ ୨୭ ପ୍ରତିଶତ ସହ ସବୁଠୁ ଖରାପ ରେଜଲ୍ଟ କରିଛି ପ୍ରୟଗରାଜ ରିଜିୟନ । ତେବେ ୯୮ ଦଶମିକ୍ ୯୩ ପ୍ରତିଶତ ସହ ଜେଏନଭି ଶିକ୍ଷାନୁଷ୍ଠାନ ଦେଶରେ ସବୁଠୁ ଭଲ ରେଜଲ୍ଟ କରିଛି । ଏପଟେ ଅପରାହ୍ନ ୨ଟାରେ ଆସିବ ଦଶମ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଚଳିତବର୍ଷ ସାରା ଦେଶରୁ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷାର୍ଥୀ ଦଶମରେ ପରୀକ୍ଷା ଦେଇଛନ୍ତି ।

 ଅପରପକ୍ଷରେ ଆଜି ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ୨୧ ଲକ୍ଷ ୧୬ହଜାର ୨୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଟର୍ମ-୨ ସହ ଫାଇନାଲ ପରୀକ୍ଷା ଫଳ ପ୍ରକାଶ ପାଇଛି ।ସେପଟେ, ସକାଳେ ପ୍ରକାଶ ପାଇଥିଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ମୋଟ ୯୨ ଦଶମିକ ୭୧ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ ହୋଇଛନ୍ତି । ଏଥର ବି ଛାତ୍ରଙ୍କୁ ପଛରେ ପକାଇଲେ ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୯୪ ଦଶମିକ୍ ୫୪ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୧ ଦଶମିକ ୯୮ପ୍ରତିଶତ ରହିଛି ।

ଛାତ୍ରଙ୍କ ଠାରୁ ୩ ଦଶମିକ୍ ୨୭ ପ୍ରତିଶତ ଅଧିକ ଛାତ୍ରୀ ପାସ୍ କରିଛନ୍ତି । ଏହାକୁ ମିଶାଇ ଲଗାତାର ୪ ବର୍ଷ ପାଇଁ ଛାତ୍ରଙ୍କ ତୁଳନାରେ ଛାତ୍ରୀ ଭଲ ରେଜାଲ୍ଟ କରିଛନ୍ତି । ମୋଟ ୧୪ ଲକ୍ଷ ୫୪ ହଜାର ୩୭୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ୩୦ ହଜାର ୬ ଶହ ୬୨ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ଗତ ବର୍ଷ ତୁଳନାରେ ଏବର୍ଷ ପାସ ହାର ପ୍ରାୟ ୭ ପ୍ରତିଶତ କମିଛି । ତ୍ରିଭେନ୍ଦ୍ରମ ରିଜିୟନରେ ସର୍ବାଧିକ ୯୮ ଦଶମିକ୍ ୮୩ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ବାଙ୍ଗାଲୁର ରିଜିୟନରେ ୯୮ ଦଶମିକ୍ ୧୬ ପ୍ରତିଶତ ପିଲା ପାସ୍ କରିଛନ୍ତି ।

ଭୁବନେଶ୍ୱର ରିଜିୟନରେ ୯୦ ଦଶମିକ୍ ୩୭ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ଭୁବନେଶ୍ୱର ପାସ୍ ହାରରେ ୧୬ଟି ରିଜୟନ ମଧ୍ୟରୁ ୧୩ ନମ୍ବରରେ ରହିଛି । ୯୦ ଦଶମିକ୍ ୨୭ ପ୍ରତିଶତ ସହ ସବୁଠୁ ଖରାପ ରେଜଲ୍ଟ କରିଛି ପ୍ରୟଗରାଜ ରିଜିୟନ । ତେବେ ୯୮ ଦଶମିକ୍ ୯୩ ପ୍ରତିଶତ ସହ ଜେଏନଭି ଶିକ୍ଷାନୁଷ୍ଠାନ ଦେଶରେ ସବୁଠୁ ଭଲ ରେଜଲ୍ଟ କରିଛି । ଏପଟେ ଅପରାହ୍ନ ୨ଟାରେ ଆସିବ ଦଶମ ପରୀକ୍ଷା ଫଳ । ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଚଳିତବର୍ଷ ସାରା ଦେଶରୁ ୨୧ ଲକ୍ଷ ୧୬ ହଜାର ୨୯୦ ଜଣ ପରୀକ୍ଷାର୍ଥୀ ଦଶମରେ ପରୀକ୍ଷା ଦେଇଥିଲେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା

Sunil Chandra Nayak

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

ମ.ରାମପୁର ବ୍ରାହ୍ମଣ ସମାଜ ଗଠିତ

Sunil Chandra Nayak

Leave a Comment

error: Content is protected !!