ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ ମଙ୍ଗଳ ରାସୋଳ ତରଫରୁ ସ୍ୱାସ୍ଥ୍ୟ ସଚେତନ ବାର୍ତ୍ତା

ଢେ଼ଙ୍କାନାଳ -: ଆଦ୍ଯ22/07/2022ରିଖ,ଶୁକ୍ରବାର ଅପରାହ୍ନ 12:30 ସମୟ ରେ ଜନ ମଙ୍ଗଳ ରାସୋଳ ତରଫରୁ ଜଳ ପରିମଳ ବ୍ୟବସ୍ଥା କୁ ଆଖି ଆଗରେ ରଖି ରାସୋଳ ମୁଣ୍ଡିଆ ସାହି ର ତିନୋଟି କୂପ ରେ ଜଳ ପରିଶୋଧ ନିମିତ୍ତ ବ୍ଲିଚଂ ପାଉଡର ବ୍ୟବହାର କରାଯିବା ସହିତ,ଲୋକ ମାନଙ୍କୁ ସ୍ବାସ୍ଥ୍ୟ ସଚେତନତା ର ବାର୍ତ୍ତା ଦିଆ ଯାଇଛି । ଏତାଦୃଶ କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇ ଥିଲେ । ବର୍ଷା ଋତୁ ମଶା ମାଛି ଆଧିକ୍ୟ ଯୋଗୁଁ ହଇଜା,ମେଲେରିଆ ଭଳି ସ୍ବାସ୍ଥ୍ୟଗତ ସମସ୍ଯା କୁ ଆଖି ଆଗରେ ରଖି ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ତରଫରୁ ଏକ ଛୋଟିଆ ପ୍ରୟାସ ଆରଂଭ ହୋଇଛି। ସଂଗଠନ ତଥା ରାସୋଳ ର ସମସ୍ତ ଗ୍ରାମବାସୀ ଙ୍କ ତରଫରୁ ସରକାର ଙ୍କୁ ଅନୁରୋଧ ଯଥା ଶୀଘ୍ର ଯଥାବିଧି ପରିମଳ ର ବ୍ୟବସ୍ଥା କରାଗଲେ ରାସୋଳ ପଞ୍ଚାୟତ ର ପ୍ରାୟ 10000 ରୁ ଉର୍ଦ୍ଧ ଲୋକ ସୁସ୍ଥ ନିରାମୟ ଜୀବନ ଅତିବାହିତ କରି ପାରନ୍ତେ।ଏତାଦୃଶ କାର୍ଯ୍ୟରେ ଜନ ମଙ୍ଗଳ (ରାସୋଳ) ର ସଭାପତି ବିଭୁପ୍ରସାଦ ଶତପଥୀ ଙ୍କ ତତ୍ବାବଧାନ ରେ ସେବକ ଭାଇ ରାମକୃଷ୍ନ ବୈଦ୍ୟ, ବିଭୂତି ବୈଦ୍ୟ,ସେବିକା ଭଉଣୀ ସରୋଜିନୀ ବେହେରା ପ୍ରମୁଖ ପ୍ରତ୍ୟକ୍ଷ ଭାବେ ସେବା ପ୍ରଦାନ କରିଥିଲେ ।ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କବିଶ୍ରୀ ନିକୁଞ୍ଜ କୁମାର ଘୋଷ ଙ୍କ କବିତା ମୁଁ ଠିକ୍ ଦେଖୁଛି 

Sunil Chandra Nayak

ସଫଳା ଦାସ ଙ୍କ କବିତା ଧାରେ ହସ

ଡାବୁଗାଁ ଶାଖା ଓଡିଶା ଡ୍ରାଇଭର ମହାସଙ୍ଘ ସମସ୍ତ କର୍ମକର୍ତା ମାନଙ୍କ ଦ୍ଵାରା ନୁଆଁ ଖାଇ ପରବରେ ଦ୍ରୁଷ୍ଟିହୀନ୍,ମୁକ,ବଧିର ବିଦ୍ୟାଳୟରେ କେକ୍,ବିସ୍କୁଟ୍ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!