ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମୁହାଁମୁହିଁ , ଶିକ୍ଷା କମିଟି ଓ ଛାତ୍ରଛାତ୍ରୀମାନଙ୍କ ଧାରଣା

ନର୍ଲା(ମନିସ) ନର୍ଲା ବ୍ଲକ ଅନ୍ତର୍ଗତ ବେହେରାପାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମଧ୍ୟରେ ମୁହାଁମୁହିଁ ଘଟଣା ନର୍ଲା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରକାଶଥାଉକି ଯେ ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ସହ ମୋଟ ୪ ଜଣ ଶିକ୍ଷକ ଅଛନ୍ତି। ଜଣେ ଶିକ୍ଷୟତ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ପାଟି ଖୋଲୁନଥିବା ଯୋଗୁଁ ପାଠପଢାଇ ପାରୁନାହାନ୍ତି ବୋଲି ସ୍କୁଲ କମିଟି ପ୍ରକାଶ କରିଥିବା ବେଳେ ଆଉ ଜଣେ ଶିକ୍ଷୟତ୍ରି ଓ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟରେ ତାଳମେଳ ଠିକ ରହୁନଥିବା ଏବଂ ବିଭିନ୍ନ ସମୟରେ ଦୁହେଁ ଦୁହିଁଙ୍କୁ ପାଠପଢାଉ ନଥିବା ଦୋଷାରୋପ ଦେଉଥିବା ଧାରଣାରୁ ଦେଖିବାକୁ ମିଳିଛି l ଦୁଇ ଶିକ୍ଷୟତ୍ରୀଙ୍କ ବଚଷାରେ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏନେଇ ଶିକ୍ଷା କମିଟି ଓ ଛାତ୍ରଛାତ୍ରୀ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବାରୁ ଦୁଇ ଜଣ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାପାଇ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ l ପରେ ଖବର ପାଇ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷାକମିଟିକୁ ଆଶ୍ୱାସନା ଦେବା ସହ ଦୁଇ ଦିନ ମଧ୍ୟରେ ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣରୁ ଓହରି ଥିଲେ l ଶିକ୍ଷା କମିଟି ତରଫରୁ ସଭାପତି ଚନ୍ଦ୍ରକାନ୍ତ ମହାର, ଉପସଭାପତି ସଂଗୀତା ଭୋଇ, ଲିଲି ନାୟକ, କାମିନୀ ଭୋଇ, ପୁଷ୍ପାଞ୍ଜଳି ବାଗ, ଅଞ୍ଜଳି ଶବର, ତୁଳସୀ ପୋଢ଼, ବୀରକିଶୋର ମାଝୀ, ଗୋପାଳ ମାଝୀ ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଜୟପୁର ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଆଖିରୁ ସପନ ଅନେକ ଦୂର

Sunil Chandra Nayak

ପୌର ନିର୍ବାଚନ – ବିଶାଲ ସମାବେଶ କରି ପ୍ରଚର ଶେଷ କଲା ବିଜେଡ଼ି

Sunil Chandra Nayak

Leave a Comment

error: Content is protected !!