ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଉଦଘାଟିତ

ଢେଙ୍କାନାଳ, ତା. ୨୫.୦୭.୨୦୨୨- ଜିଲ୍ଲାରେ ଥିବା ବିଭିନ୍ନ ଜଳାଶୟ ଗୁଡ଼ିକର ଉନ୍ନତିକରଣ, ପୁନରୁଦ୍ଧାର ଓ ନୂତନ ଜଳାଶୟ ଚିହ୍ନଟ ନିମନ୍ତେ ଆଜି କ୍ଷୁଦ୍ର ଜଳସେଚନ କର୍ଯ୍ୟାଳୟ ପରିସର ମଧ୍ୟରେ ଜନସାଧାରଣଙ୍କ ପାଇଁ ଏକ ଜଳ ଶକ୍ତି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ସରୋଜ।କୁମାର ସେଠୀ ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ବର୍ଷା ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ଯୋଜନାରେ ଜିଲ୍ଲାରେ ଥିବା ଜଳାଶୟ ଗୁଡିକର ବିକାଶ ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏହି ଜଳ ସଂରକ୍ଷଣ ଅଭିଯାନରେ ଜିଲ୍ଲାରେ ଥିବା।ଚେକ ଡ୍ୟାମ, କେନାଲ, ପୋଖରୀ, ଟ୍ରେଞ୍ଚ, ସୋକ ପିଟ, ରିଚାର୍ଜ ଷ୍ଟ୍ରକଚର, ବ୍ୟକ୍ତିଗତ ଫାର୍ମ ପଣ୍ଡ।ଆଦିର ଉନ୍ନତି ବିଧାନ ସହିତ ଜଳ ସଂରକ୍ଷଣର ବ୍ୟବସ୍ଥା କରାଯିବ । ଢେଙ୍କାନାଳ ଜିଲ୍ଲାରେ ଏହି ଜିଲ୍ଲା ସ୍ତରୀୟ ଜଳ ଶକ୍ତି କେନ୍ଦ୍ର ଜଳ ସଂରକ୍ଷଣରେ ବିଶେଷ ସହାୟକ ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ଏହି ଜଳ ଶକ୍ତି କେନ୍ଦ୍ର ଉଦ୍ଘାଟନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, କ୍ଷୁଦ୍ର ଜଳସେଚନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ କ୍ଷୁଦ୍ର ଜଳସେଚନର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଓଡିଶା ନାଟ୍ଯ ସଂଘର ୩୫ତମ ସ୍ବନକ୍ଷତ୍ର ଦିବସ ପାଳିତ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

ରାଉରକେଲା ସ୍ପୋର୍ଟସ ଆସୋସିଏସନ୍ ର ଜାତୀୟ କ୍ରୀଡା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!