ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଣ ପାଇବା ନାରେ ଠକାମିର ଶିକାର 

ପାପଡାହାଣ୍ଡି ୨୫/୦୭, – ରଣ ପାଇବା ନା ରେ ଠକାମିର ଶିକାର ହୋଇଛନ୍ତି ନିରୀହ ଆଦିବାସୀ | ଲୋକଙ୍କ ଠାରୁ ଆବଶ୍ୟକ ଦସ୍ତା ବେଜ ଆଦି ନେଇ ସେମାନଙ୍କ ରଣ ନ ଦେଇ ସେମାନଙ୍କ ଟଙ୍କା ହଡପ କରାଯାଇଛି | ଏ ନେଇ ଲୋକମାନେ ପାପଡାହାଣ୍ଡି ଥାନାର ଦ୍ୱାରସ୍ତ ହୋଇଛନ୍ତି । ରଣ ଟଙ୍କା ଉଠାଇ ନ ଥିବା ବେଳେ ଫାଇନାନ୍ସ କମ୍ପାନୀ ମାଗୁଛି କିସ୍ତି ଟଙ୍କା । ଏପରି ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ଗ୍ରାମର ୧୬ ଜଣ ନିରୀହ ଲୋକ । ସୂଚନା ପ୍ରକାରେ ଗତ ମାର୍ଚ୍ଚ ମାସରେ ସେମଳା ଗ୍ରାମକୁ ମୈଦଲପୁରର କୁନା ସୁନାରୀ ଆସି ଲୋକଙ୍କୁ ପାନକାର୍ଡ ,ଆଧାରକାର୍ଡ,ମୋବାଇଲ ନଂ ଦେଲେ ୫୦ହଜାର ଟଙ୍କା ଲେଖାଏଁ ଋଣ ମିଳିବ । ମାସକୁ ମାସ କିସ୍ତି ଆକାରରେ ଟଙ୍କା ବାନ୍ଧିବ ବୋଲି ଲୋଭନୀୟ କଥା କହିଥିଲେ । ଟଙ୍କା ପାଇବା ଆଶାରେ ସମସ୍ତେ ପାନକାର୍ଡ,ଆଧାରକାର୍ଡ ଦେଲେ ।ଓଟିପି ଆସିଲାରୁ ସମସ୍ତେ କୁନାଙ୍କୁ ଦେଇଥିଲେ ।କିନ୍ତୁ କେହି ଟଙ୍କା ପାଇନଥିଲେ | ଏତେଦିନ ବିତି ଯିବା ପରେ ରବିବାର ଧୋନି ଲୋନ ଫାଇନାନ୍ସ କମ୍ପାନୀର ଜଣେ ଆସି ତମର କିସ୍ତି ଦିଅ କହିବାରୁ ଡକୁମେଣ୍ଟ ଦେଇଥିବା ୧୬ ଜଣ ଲୋକ ହତବାକ ହୋଇଥିଲେ । ତା ପରେ ଡକୁମେଣ୍ଟ ଦେଇଥିବା କଥା ମନେ ପକାଇ କୁନା ସୁନାରୀ ଙ୍କୁ ୧୬ ଜଣ ଯୋଗାଯୋଗ କରିଥିଲେ । ଆମେ ତ ଋଣ ଆଣିନୁ କାହିଁକି କିସ୍ତି ବାନ୍ଧିବୁ ବୋଲି କହିଥିଲେ ସେମଳାର ୧୬ ଜଣ ।ଏନେଇ ଅଭିଯୁକ୍ତଙ୍କ ନାଁରେ ପାପଡାହାଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ କୁନା ସୁନାରୀଙ୍କୁ ଯୋଗାଯୋଗ କରିବାରୁ କହିଲେ ମୁଁ ଲୋନ ଦେବାକୁ ଡକୁମେଣ୍ଟ ମାଗିଛି ସତ କିନ୍ତୁ ସବୁ ଡକୁମେଣ୍ଟ ଅନ୍ୟ ଜଣକୁ ଦେଇଥିବା ପ୍ରକାଶ କରିଥିଲେ । ପଇସା କିଏ ଉଠାଇଛି ତାହା ମୁଁ ଜାଣି ପାରୁନାହିଁ ବୋଲି କୁନା କହିଥିଲେ । ମୁଁ ଯାହାକୁ ଡକୁମେଣ୍ଟ ଦେଇଛି ତା ନାଁରେ ବି ଥାନାରେ ଅଭିଯୋଗ କରିବି ବୋଲି କହିଛନ୍ତି ।ଈଶ୍ୱର ମାଝୀ, ଚଇତୁ ପୂଜାରୀ, କୃଷ ମାଝୀ, ପଦ୍ମନ ମାଝୀ, କୁଶ ପୂଜାରୀ, ଲକ୍ଷ୍ମୀ ଦାସ, ବଳରାମ ଦାସ, ପୁରୁଷୋତ୍ତମ ଦାସ, ଭଗବାନ ଦାସ, ଚକ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ଅଭିଯୁକ୍ତ ଭାଇ କୋର୍ଟ ଚାଲାଣ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!