ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠୁ ୫-ଜି ସ୍ପେକ୍ଟ୍ରମ ନିଲାମୀ : ୪-ଜି ତୁଳନାରେ ୧୦ଗୁଣା ଅଧିକ ଗତିରେ ଚାଲିବ ଇଣ୍ଟରନେଟ୍

କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ….

ଆଜିଠୁ ଆରମ୍ଭ ହେଉଛି ୫-ଜି ସ୍ପେକ୍ଟ୍ରମ୍ ନିଲାମୀ ପ୍ରକ୍ରିୟାଏଥିରେ ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ,ଏୟାରଟେଲ୍ ଓ ବିଏସ୍ଏନ୍ଏଲ ପରି ୪ଟି କମ୍ପାନୀ ନିଲାମୀ ପ୍ରକ୍ରିୟାରେ ସାମିଲ ହେବେ । ପୂର୍ବରୁ ଦେଶରେ ଫାଇଭ୍-ଜି’ର ସଫଳ ପରୀକ୍ଷା କରାଯାଇଛି । ସମ୍ପୂର୍ଣ୍ଣ ଦେଶୀ କୌଶଳ ଓ ପ୍ରଯୁକ୍ତିରେ ଏହାର ଡିଜାଇନ କରାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ ଫାଇଭ୍-ଜି ସେବା ଉପଲବ୍ଧ ହେବାର ସମ୍ଭାବନା ରହିଛି । ଏହା ଲାଗୁ ହେବା ପରେ ଅନଲାଇନ୍ ସେବା ଆହୁରି ତ୍ୱରାନ୍ୱିତ ହେବ । ଭିଡିଓ ଡାଉନଲୋଡ ଖୁବ ଶୀଘ୍ର ହୋଇପାରିବ ।

୫-ଜି ଆସିଲେ କେମିତି ଦ୍ରୁତ ହେବ ଇଣ୍ଟରନେଟ୍ ସେବା

୫-ଜିରେ ଆଖି ପିଛୁଳାକେ ଖୋଲିଯିବ,ୱେବପେଜ୍,ଅର୍ଥାତ୍ ୫-ଜିର ଲେଟେନ୍ସି ୧ମିଲିସେକେଣ୍ଡରୁ ବି କମ୍ ରହିବ,୫ଜିର ସ୍ପିଡ୍ ବର୍ତ୍ତମାନର ସ୍ପିଡଠାରୁ ଢେର ଅଧିକ ହେବ,ଅତି କମ୍ ସମୟରେ ଫଟୋ ଓ ଭିଡିଓ ଡାଉନଲୋଡ କିମ୍ବା ଅପଲୋଡ କରିହେବ,ମାତ୍ର ୫ରୁ ୬ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ,ଏକାଧିକ ଡିଭାଇସକୁ ଇଣ୍ଟରନେଟ୍ ସହ ଯୋଡାଯାଇ ପାରିବ,୫-ଜି ନେଟୱର୍କର ସ୍ପିଡ୍ ୧ ସେକେଣ୍ଡରେ ୨୦ ଜିବି ପର୍ଯ୍ୟନ୍ତ ହେବ,ଜୁମ୍ କଲ କରିବା ସମୟରେ କେବେବି ଅସୁବିଧା ହେବ ନାହିଁ,ହାଇସ୍ପିଡ୍ ଇଣ୍ଟରନେଟ୍ ଯୋଗୁ ଭିଡିଓ କଲ୍ କରିବା ଆହୁରି ସହଜ ହେବ,ପିଲାଙ୍କ ଅନଲାଇନ୍ ପାଠ ପଢା ସହ ସୁବିଧାରେ ହୋଇପାରିବ କର୍ମଚାରୀଙ୍କ କନଫରେନ୍ସ,୫ଜି ନେଟୱର୍କ ଦ୍ୱାରା ଟେଲିସର୍ଜରୀରେ ମଧ୍ୟ ସୁବିଧା ହେବ ବୋଲି ଜଣାଯାଇଛି।

କୃଷି କ୍ଷେତ୍ରରେ ମଧ୍ୟ ଏହାର ଉପଯୋଗ ହୋଇପାରିବ । ଜଳସେଚନ ନିୟନ୍ତ୍ରଣ ଓ ଶକ୍ତି ପରିଚାଳନାରେ ମଧ୍ୟ ଏହା କାମରେ ଆସିବ । ଚିକିତ୍ସା କ୍ଷେତ୍ରରେ ମଧ୍ୟ ଫାଇଭ୍-ଜିକୁ ବ୍ୟବହାର କରାଯାଇ ପାରିବ । ଘରୋଇ ଟେଲିକମ୍ କମ୍ପାନୀମାନେ ମଧ୍ୟ ଫାଇଭ୍-ଜି ନେଇ ପରୀକ୍ଷଣ କରୁଛନ୍ତି । ବିଶ୍ୱର ଅନେକ ନାମୀଦାମୀ କମ୍ପାନୀ ମଧ୍ୟ ଫାଇଭ୍-ଜିର ପରୀକ୍ଷା କରୁଛନ୍ତି । ସାମସଙ୍ଗ, ନାକିଆ, ଇନଟେଲ, ହ୍ୱେଏଇ, ଏରିକସନ ପରି କମ୍ପାନୀ ଏକ୍ଷେତ୍ରରେ ଅଗ୍ରଗତି ମଧ୍ୟ କରିଛନ୍ତି । ଚୀନ୍, ଆମେରିକା, ଦକ୍ଷିଣ କୋରିଆ ପରି ରାଷ୍ଟ୍ର ଏବେ ଏହି ପ୍ରଯୁକ୍ତିରେ ଭାରତ ଠାରୁ ଆଗରେ ଅଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଥୁଣ୍ଟା ବରଗଛ

Sunil Chandra Nayak

ଅବସରପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ପଧାନଙ୍କ ପରଲୋକ 

Sunil Chandra Nayak

ଅପରାଜିତା ପରିଡା ଙ୍କ କବିତା ବାପୁ ତୁମେ ଚାଲିଗଲା ପରେ 

Sunil Chandra Nayak

Leave a Comment

error: Content is protected !!