ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଦାମ ପାହାଡ଼ ଥାନା ! ଟ୍ରାକ୍ଟର ଓଲଟି ଦୁଇ ମହିଳା ମୃତ ,୩ ମହିଳା ଗୁରୁତର

ମୟୂରଭଞ୍ଜ-୨୬/୭/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ କୁସୁମି ବ୍ଳକର ଜୟପୁର ପଞ୍ଚାୟତ ର ପୁରୁଣାପାଣି କେନାଲ ପାଖରେ ଟ୍ରାକ୍ଟର ଚାଷ କରିଵାକୁ ଯାଉଥିବା ସମୟରେ ବିଲରେ ଓଲଟି ଦୁଇ ମହିଳା ମୃତ ହୋଇଥିବାବେଳେ ୩ ମହିଳା ଗୁରୁତର । ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଭର୍ତ୍ତି କରାଯାଇଥିଲା ।ଅତି ଗୁରୁତର ୩ ଜଣଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ରାଇରଙ୍ଗପୁର ଡାକ୍ତରଖାନାରେ ମନ୍ଦୋଦରି ପାତ୍ର (୫୫) ଏବଂ ମିତାରାଣୀ ହାଁସଦା(୨୨) ଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ୩ ଜଣ ହେଲେ ବୁଧେଇ ମାର୍ଣ୍ଡୀ(୫୨),ସୋମବାରୀ ମାର୍ଣ୍ଡୀ(୪୮) ଏବଂ ପୁଦି ମାର୍ଣ୍ଡୀ(୩୮) । ସମସ୍ତଙ୍କ ଘର ଚୁଆପାଣି ପଞ୍ଚାୟତର କେଶର ଗଡିଆ ଦଲକି ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।ଗାଁରେ ଶୋକରେ ଛାୟା ଖେଳିଯାଇଛି । ରାଇରଙ୍ଗପୁର ହସ୍ପିଟାଲ ଲୋକାରଣ୍ୟ ହୋଇ ଉଠିଛି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ଵାଳଙ୍କ ରିପୋର୍ଟ

Related posts

ଆମେରିକାରୁ ବାପାଙ୍କୁ ପୁଅ ପଠେଇ ଥିବା ଚିଠି ଟିଏ…..

ରାଇରଙ୍ଗପୁରରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭିନ୍ନକ୍ଷମ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!