ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୋ ସେବା କେନ୍ଦ୍ର ଓ କୃଷକ ସାଥି ଙ୍କୁ ନେଇ କର୍ମଶାଳା

ତେନ୍ତୁଳି ଖୁଣ୍ଟି -୨୭/୦୭/୨୨ ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଲକ ଆତ୍ମା କାର୍ଯ୍ୟାଳୟ ରେ କୃଷକ ସାଥି ଓ ମୋ ସେବା କେନ୍ଦ୍ର ର ପରିଚାଳକ ଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ପନ୍ଦର ଟି ପଂଚାୟତ ର କୃଷକ ସାଥୀଙ୍କୁ କୃଷକ ମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରାଇବା ପାଇଁ ତାଲିମ ଦିଆ ଯାଇଥିଲା। କୃଷକ ଡାଟା ବେସ ଅପ ଡେଟ ହୋଇ ପାରିଲେ କୃଷକମାନେ ସରକାରୀ ସୁବିଧା ପାଇ ପାରିବ ଏବଂ ସରକାର ଙ୍କୁ ସାର ବିହନ ତଥା ଅନ୍ୟାନ୍ୟ ସାମଗ୍ରୀ ର ଆବଶ୍ୟକ ପରିମାଣ ଜାଣି ପାରି ଉପଲବ୍ଧତା ନିଶ୍ଚିତ କରି ପାରିବ। ଏଣୁ ଡାଟା ବେସ ତିଆରି ରେ ମୋ ସେବା କେନ୍ଦ୍ର ମଧ୍ୟ କୃଷକ ଙ୍କ ଠାରୁ ଅଧିକ ଅର୍ଥ ନ ନେଇ ନିର୍ଦ୍ଧାରିତ ଅର୍ଥ ହିଁ ନେବାକୁ କୁହା ଯାଇଥିଲା। ଡାଟା ବେଶ ତିଆରି ପାଇଁ କେଉଁ ସବୁ ଡକୁମେଣ୍ଟ ଆବଶ୍ୟକ ବୁଝାଇ ସେସବୁ ନେଇ ମୋସେବା କେନ୍ଦ୍ର କୁ ଯିବାକୁ ଚାଷୀ ଙ୍କୁ କହିବାକୁ କୃଷକ ସାଥି ଙ୍କୁ କୁହା ଯାଇଥିଲା। ମୋବାଇଲ ନମ୍ବର ନିହାତି ଆ଼ଵଶ୍ୟକ ,ଯଦ୍ୱାରା କୃଷକ କୌଣସି କ୍ରୟ ରେ ଏପରି କି ସବସିଡ଼ି ଅର୍ଥ ପାଇବାରେ ଠକାମୀ ର ଶିକାର ହେବନି। ଏଥିପାଇଁ ଗୁରୁତ୍ୱ ଦେବାକୁ କୁହା ଯାଇଥିଲା। ।ଟ୍ରେନିଂ ବେଳେ ସହକାରୀ କୃଷି ଅଧିକାରୀ ମାନସ ରଂଜନ ନାୟକ ,କୃଷି ଓଭର ସିୟର ଗୌରୀ ବିଶୋଇ,ହରି ତ୍ରିପାଠୀ, କୃଷି ଗ୍ରାମ ସେବକ ପ୍ରହ୍ଲାଦ ପେଂଠିଆ, ସହକାରୀ ଵୈଷ ୟିକ ପରିଚାଳକ ବାଳ ଗୋବିନ୍ଦ ସାହୁ,ଆଶିଷ ରଂଜନ ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

ତେନ୍ତୁଳି ଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ 

Related posts

ଲଗାଣ ବର୍ଷା ରେ ଜଳ ମୟ ଚାଷ ଜମିରେ ବ୍ରିଜର ମାଟି ପୋତି ହେବାରୁ ଚାଷୀ ହତାଶ

Sunil Chandra Nayak

ଗୋହିରାଆପଦର ରେ ନୁଆଁଖାଇ ଭେଟଘାଟ କାର୍ଯକ୍ରମ

Sunil Chandra Nayak

ଧର୍ମଗଡ ଏନଏସି ନିର୍ବାଚନ:  ଦାଖଲ ହେଲା ୪୬ ନାମାଙ୍କନ

Sunil Chandra Nayak

Leave a Comment

error: Content is protected !!