ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ନୂଆପଡା ଜିଲ୍ଲା କୋମନା ବ୍ଲକ ମେଣ୍ଢାଟାଲ ହାଇସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇ ଯାଇଛି । ଉଦଘାଟନୀ ଉତ୍ସବରେ ସ୍କୁଲ ଶିକ୍ଷା କମିଟିର ସଭାନେତ୍ରୀ ଯଶୋବନ୍ତୀ ବାଗ, ଲଖନା ସରପଞ୍ଚ ଜିତେନ୍ଦ୍ର ଠାକୁର,ଶିକ୍ଷା କମିଟି ସଭ୍ୟ ସଭ୍ୟା ତଥା ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।ବିଦ୍ୟାଳୟ ବିଜ୍ଞାନ ମେଳାରେ ସର୍ବମୋଟ ୨୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇ ଥିଲା । ୩ଟି ପ୍ରକଳ୍ପ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ମନୋନୀତ ହୋଇ ଥିଲା । ଲଖନା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଅରବିନ୍ଦ କୁମାର ନାଏକ, ଛିନ୍ଦପାଣି ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁନୀଳ କୁମାର ମିଶ୍ର ବିଚାରପତି ଭାବେ ଯୋଗଦାନ କରି ଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଖେମ ଦାସ ସଭା ପରିଚାଳନା କରି ଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ହଜ୍‌ବ୍ଯାଣ୍ଡ୍

Sunil Chandra Nayak

କୁସୁମିରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଗତି ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ବନମାଳୀ ପଣ୍ଡାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!