ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟଙ୍କା ଠକି ନେଇ ଥିବା ଘଟଣା କୁ ଅଭିଯୋଗ କାରୀଙ୍କ ଖଣ୍ଡନ

 ଜୁନାଗଡ଼,୨୭/୭(ମ ନି ସ) ଜୁନାଗଡ ଥାନା ଅନ୍ତର୍ଗତ ଦାସି ଗାଁ ପଞ୍ଚାୟତ ତାଲ୍ ପଦର ଗ୍ରାମ ର ଜଣେ ଯୁବକକୁ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା l ହେଲେ ଭୁଲ ବୁଝାମଣା ବସତ ଏହି ଘଟଣା ଘଟି ଥିବା ନେଇ ଅଭିଯୋଗ କାରୀ ଖଣ୍ଡନ କରିଛନ୍ତି l ପ୍ରକାଶ ଯେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବାର୍ଷିକୋନl ଗ୍ରାମର ରାଇ ସିଂ ମାଝୀ ଗତ କିଛି ଦିନ ତଳେ ସେ ଦାସିଗାଁ ବ୍ଯାଙ୍କ ରୁ ଟଙ୍କା ଉଠାଇ ନିଜ ଗ୍ରାମ କୁ ଯାଉଥିବାବେଳେ ତାଙ୍କ ସହିତ ଯାଉଥିବା ତାଲ୍ ପଦର ଗ୍ରାମ ର ଟିକ୍ ଚନ ବାଗ ନାମକ ଯୁବକ ୪୫ ହଜାର ଟଙ୍କା ଠକି ନେଇଥିବା ନେଇ ୨୫ ତାରିଖ ଦିନ ଥୁଆମୂଳ ରାମପୁର ଥାନା ରେ ଅଭିଯୋଗ କରିଥିଲେ l ହେଲେ ଏହି ଘଟଣା କୁ ଅଭିଯୋଗ କାରୀ ଖଣ୍ଡନ କରିଛନ୍ତି l ଅଭିଯୁକ୍ତ ଉକ୍ତ ଟଙ୍କା ଅଭିଯୋଗକାରୀ ତାଙ୍କ ଠାରୁ ଧାର ନେଇ ଥିଲେ ଏବ୍ଂ ଉକ୍ତ ଟଙ୍କା ଘଟଣା ପୂର୍ବ ରୁ ଅଭିଯୋଗ କାରୀ ରାଇ ସିଂ ଙ୍କ ବୋହୁଙ୍କୁ ଫେରସ୍ତ କରିଥିଲେ l ଏହି ଘଟଣାକୁ ରଏ ସିଂ ଜାଣି ନ ଥିଲେ l ହେଲେ ତାଙ୍କ ବୋହୁ ଉକ୍ତ ଯୁବକ ଧାର ନେଇଥିବା ଟଙ୍କା ବହୁ ଦିନରୁ ଫେରସ୍ତ କରିଥିବା ସ୍ୱୀକାର କରିଥିଲେ l ଏଥିନେଇ ଅଭିଯୋଗ କାରୀ ନିଜ ଭୁଲ ସ୍ୱୀକାର କରି ଟଙ୍କା ପାଇଥିବା ଜାଣି ପାରି ଅଭିଯୁକ୍ତ ଙ୍କ ନାମରେ ଦେଇଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି l ଏବ୍ଂ ଉଭୟ ପକ୍ଷ ଙ୍କ ମଧ୍ୟ ରେ ଏକ ରାଜିନାମା ହୋଇଥିବା ଥୁଆମୂଳ ରାମପୁର ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ଚୌମୁଖ ପ୍ରିମିୟର୍ ଲିଗ୍-୨୦୨୨ ଉଦଯାପିତ

Sunil Chandra Nayak

ସାହିତ୍ୟ ଅଗଣା – ସର୍ବ ସଂହ। ମାତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ଟି ଜଗତ ନାଥ

Sunil Chandra Nayak

Leave a Comment

error: Content is protected !!