ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

ଜୁନାଗଡ଼୨୮/୭(ମ ନି ସ) -ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଅମାଲ ଛକ ରେ ଥିବା ଏକ ଗହଣା ତିଆରି ଦୋକାନ ରୁ ସ୍ପଷ୍ଟ ଦିବା ଲୋକ ରେ ଆସି ଦୁଇ ଜଣ ଯୁବକ ସୁନା ଚୋରି ଚମ୍ପଟ ମାରି ଥିବା ଅଭିଯୋଗ ହୋଇଛି l ସୂଚନା ମତେ ବଳଦିଅମାଲ ଛକ ରେ ଥିବା ଲମ୍ବୋଦର ମେହେର ଙ୍କ ଗହଣା ତିଆରି ଦୋକାନରେ ସନ୍ଧ୍ୟା ରେ ଦୁଇ ଜଣ ଅଚିହ୍ନା ଯୁବକ ଆସି ଦୁକାନ ରେ ଥିବା କାରିଗର କୁ ସୁନା ମରାମତି ନେଇ କଥାବାର୍ତ୍ତା ହୋଇଥିଲେ l କିଛି ସମୟ ପରେ କାରିଗର ଙ୍କ ଅନ୍ୟମନସ୍କ ସୁଯୋଗ ନେଇ ଦୋକାନ ଡ୍ର ରେ ଥିବା ୧୮ ଗ୍ରାମ ସୁନା ନେଇ ଚମ୍ପଟ ମାରିଥିଲେ l ଘଟଣା ଜଣା ପଡିବା ପରେ ଉଭୟ ଯୁବକଙ୍କ କୌଣସି ସୁରାଗ ମିଳି ପାରି ନ ଥିଲା l ଏ ସଂକ୍ରାନ୍ତରେ ଦୋକାନ ମାଲିକ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇ ଦୁର୍ବୁର୍ତ୍ତ ଙ୍କ ସନ୍ଧାନ ପାଇଁ ଛାନଭିନ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ଖଡିଆଳ ବ୍ଲକ ବରଗାଁରେ ଫ୍ଲଡ୍ ଲାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନର୍ଲାବ୍ଲକ୍ ରେ ଶାନ୍ତି ଶୃଙ୍ଖଳା ସହିତ ରଥଯାତ୍ରା ଅନୁଷ୍ଠିତ 

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

Leave a Comment

error: Content is protected !!