ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗହଣା ତିଆରି ଦୋକାନ ରୁ ସୁନା ଚୋରି ଅଭିଯୋଗ

ଜୁନାଗଡ଼୨୮/୭(ମ ନି ସ) -ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଅମାଲ ଛକ ରେ ଥିବା ଏକ ଗହଣା ତିଆରି ଦୋକାନ ରୁ ସ୍ପଷ୍ଟ ଦିବା ଲୋକ ରେ ଆସି ଦୁଇ ଜଣ ଯୁବକ ସୁନା ଚୋରି ଚମ୍ପଟ ମାରି ଥିବା ଅଭିଯୋଗ ହୋଇଛି l ସୂଚନା ମତେ ବଳଦିଅମାଲ ଛକ ରେ ଥିବା ଲମ୍ବୋଦର ମେହେର ଙ୍କ ଗହଣା ତିଆରି ଦୋକାନରେ ସନ୍ଧ୍ୟା ରେ ଦୁଇ ଜଣ ଅଚିହ୍ନା ଯୁବକ ଆସି ଦୁକାନ ରେ ଥିବା କାରିଗର କୁ ସୁନା ମରାମତି ନେଇ କଥାବାର୍ତ୍ତା ହୋଇଥିଲେ l କିଛି ସମୟ ପରେ କାରିଗର ଙ୍କ ଅନ୍ୟମନସ୍କ ସୁଯୋଗ ନେଇ ଦୋକାନ ଡ୍ର ରେ ଥିବା ୧୮ ଗ୍ରାମ ସୁନା ନେଇ ଚମ୍ପଟ ମାରିଥିଲେ l ଘଟଣା ଜଣା ପଡିବା ପରେ ଉଭୟ ଯୁବକଙ୍କ କୌଣସି ସୁରାଗ ମିଳି ପାରି ନ ଥିଲା l ଏ ସଂକ୍ରାନ୍ତରେ ଦୋକାନ ମାଲିକ ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇ ଦୁର୍ବୁର୍ତ୍ତ ଙ୍କ ସନ୍ଧାନ ପାଇଁ ଛାନଭିନ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ରାଜ୍ୟ ପୁରୁଷ/ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଙ୍କ ମିଳିତ ମହାସଂଘ ର ଦାବିପତ୍ର ପ୍ରଦାନ

Sunil Chandra Nayak

ରାଜ୍ୟ ସ୍ତରୀୟ ଗିତାଭିନୟ ଓଡିଶୀ ନୃତ୍ୟ ମହୋତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା – ସକାଳର ଜଣାଣ

Sunil Chandra Nayak

Leave a Comment

error: Content is protected !!