ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁଏକ୍ସପ୍ରେସରୁ ଲିମସେର ରାସ୍ତାର ଘାଇ ମରାମତି କେବେ ହେବ 

ଗୋଳାମୁଣ୍ଡା/ମସିହା/୨୨/୫/  କଳାହାଣ୍ଡି ଜିଲ୍ଲା,ଗୋଳାମୁଣ୍ଡା ବ୍ଲକ ବୃନ୍ଦାବାହାଲ ପଞ୍ଚାୟତର ବିଜୁଏକ୍ସପ୍ରେସ ଠାରୁ ଲିମସେର ଗ୍ରାମକୁ ଯାଉଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ସୃଷ୍ଟି ହୋଇଥିବା ଘାଇ ବିପଦ ସଂକୁଳ ଅବସ୍ଥାରେ ଗତିକରୁଛି । ଏହି ରାସ୍ତା ଉପରେ ସାଇକେଲ ଠୁ ଆରମ୍ବ କରି ଅନେକ ଓଜନିଆ ଗାଡି ମଧ୍ୟ ଯିବାଆସିବା କରୁଛି । କେତେବେଳେ ଯେ କଣ ହେବ କେହିବି କହିପାରିବେ ନାହିଁ । ଏହି ଘାଇ ମୃତ୍ୟୁକୁ ଆମନ୍ତ୍ରଣ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ବେଶୀ ଚର୍ଚ୍ଚା ହେଉଛି ।ଏନେଇ ଗତ ସାତ ବର୍ଷଠୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଜଣାଇ ଥିଲେ ମଧ୍ୟ ପ୍ରତିଶୃତି ଛଡା କିଛି କାର୍ଯ୍ୟକାରୀ ହୋଇ ନ ଥିବାରୁ ଗ୍ରାମବାସୀ ମଧ୍ୟରେ ଉଦବେଗ ପ୍ରକାଶ ପାଉଛି । ପୂର୍ବରୁ ଜଣେ ଛାତ୍ର ଏହି ଘାଇ ଭିତରେ ପଡି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଇଥିଲେ । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଫୋନ ଯୋଗାଯୋଗ କରାଯାଇଥିଲା । ସହକାରୀ ଯନ୍ତ୍ରୀ ଏକ ମାସ ଭିତରେ କାମ କରାଯିବ ବୋଲି ସଫେଇ ଦେଇଥିଲେ । ବର୍ତ୍ତମାନ ବର୍ଷାଋତୁ ପାଖେଇ ଆସୁଛି ଯଥା ଶୀଘ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ପକ୍ଷରୁ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

ଜନ ରଞ୍ଜନ ପ୍ରଧାନ ଙ୍କ କଳିକା

Sunil Chandra Nayak

ରାସ୍ତାକଡ ଜଂଗଲୀ ମାଙ୍କଡ ଙ୍କ ମୁହଁରେ ଆହାର ଦେଲେ ହିମାଂଶୁ ଭୂଷଣ

Sunil Chandra Nayak

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ଦାବି ପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!