ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ରେ ବନ୍ଧା ହେଲେ ଧଳା ଜହର ବେପାରୀ

ଢେଙ୍କାନାଳ : ଢେଙ୍କାନାଳ ଟାଉନ ଓ ଏହାର ଆଖ ପାଖ ଅଂଚଳରେ ଧଳା ଜହର କାରବାର ଦିନକୁ ଦିନ ବଢୁ ଥିବା ବେଳେ ଏହି ବ୍ରାଉନ ସୁଗାର ଯୋଗୁ ଯୁବକ ମାନେ ନିଶାସକ୍ତ ହୋଇ ଜୀବନ ନଷ୍ଟ ହେଉଥିଲା ବେଳେ ଏହାକୁ ନେଇ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଚିନ୍ତା ବଢ଼ି ଯାଇଛି l  ଏଥିପାଇଁ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାଧାକୃଷ୍ଣ ବଜାରରୁ ୪୦ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହିତ ସମ୍ବଲପୁର ଏକ୍ସସାଇଜ ଗୁଇନ୍ଦା ଟିମ ପକ୍ଷରୁ ରାଧାକୃଷ୍ଣ ବଜାରରେ ଚଢାଉ କରି ରାହୁଲ ସାହୁ ଙ୍କୁ ଗିରଫ କରାଯାଇଛି।    ଗିରଫ ହୋଇଥିବା ଅଭିଯୁକ୍ତ ରାହୁଲ ସାହୁ ମାଣ୍ଡବା ସାହିର ବୋଲି ଅନୁସଂଧାନ ରୁ ଜଣାପଡିଛି। ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୁଲ୍ୟ ୪ଲକ୍ଷ ଟଙ୍କା l ଗତ ଦୁଇ ଦିନ ହେଲା ସମ୍ବଲପୁର ଏକ୍ସସାଇଜ କମିଶନର ରାଜେନ୍ଦ୍ର ଭୋତ୍ରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାରେ ଏହି ସର୍ଚ୍ଚ ଅପରେସନ ଚାଲୁ ରହିଥିଲା l  ଏକ୍ସସାଇଜ ଇନିସ୍ପେକ୍ଟର ପ୍ରମୋଦ ପଣ୍ଡା ଏହି ବ୍ରାଉନ ସୁଗାର କାରବାର ଲିପ୍ତ ଥିବା ଯୁବକକୁ ଆଜି ସକାଳେ ମlଣ୍ଡପା ସାହି ନିକଟରେ ଥିବା ଏକ ମଠ ରୁ କାବୁ କରିଥିଲେ l ଏହି କାରବାରରେ ଆହୁରି ଅନେକ ଯୁବକ ସଂଶ୍ଲିଷ୍ଟ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କମିଶନର ଭୋତ୍ରା କହିଛନ୍ତି ।

କାମାକ୍ଷାନଗର ଉପଖଣ୍ଡ ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ର ପଂଚାୟତ ମାନଙ୍କ ରେ ଲୋକ ଙ୍କ ଅଭିଯାନ ର ପ୍ରଥମ ଗ୍ରାମସଭା

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ରାମ ବନବାସ

Sunil Chandra Nayak

ରଣମାଲ ସମିତି ସଭ୍ୟା ଙ୍କ ଚାରୋଟି ସନ୍ତାନ ଥିବା ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!