ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର ବିଜେପି ଯୁବମୋର୍ଚ୍ଚା ସଭାପତି ହେଲେ ସମ୍ବିତ

ଆନନ୍ଦପୁର ବିଜେପି ନଗର ଯୁବମୋର୍ଚ୍ଚା ସଭାପତି ନିଯୁକ୍ତି କରାଯାଇଛି। ୧୩ ନମ୍ବର ୱାର୍ଡ କାଉନସିଲର ସମ୍ବିତ ଦାସଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଆଜି ବିଜେପି ନଗର ମଣ୍ଡଳ ବୈଠକ ଅବସରରେ ଏହି ଦାୟିତ୍ୱ ପ୍ରଦାନ କରାଯାଇଥିବା ବରିଷ୍ଠ ବିଜେପି ନେତା ଭଗବାନ ସାହୁ ସୂଚନା ଦେଇଛନ୍ତି। ସମ୍ବିତଙ୍କ ନେତୃତ୍ୱରେ ବିଜେପି ଯୁବମୋର୍ଚ୍ଚା ଆନନ୍ଦପୁର ନଗରରେ ଅଧିକ ମଜବୁତ୍ ଓ କ୍ରିୟାଶୀଳ ହେବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏ ନେଇ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ବରିଷ୍ଠ ନେତା ମହେଶ୍ୱର ସାହୁ, ରାମଚନ୍ଦ୍ର ସାହୁ, ଜିଲ୍ଲା ଉପସଭାପତି ନିରାକାର ଦଳାଇ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଲୋକ ସେଠୀ ପ୍ରମୁଖ ସମ୍ବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ଫୁଣ୍ଡେଳପଡା ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମ.ରାମପୁର ରେ ରଥ ଯାତ୍ରା

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

Sunil Chandra Nayak

Leave a Comment

error: Content is protected !!