ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ଯାଳୟ ପାଳନ କଲା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ

ବାଲେଶ୍ଵର,୨୯/୭/୨୨- ସମୟାନୁ ବର୍ତ୍ତିତା ଓ ଶୃଙ୍ଖଳିତ ଜୀବନ ହିଁ ବିଦ୍ୟାର୍ଥୀ ମାନଙ୍କ ସଫଳତାର ମାପ କାଠି ବୋଲି ଅତିଥି ମାନେ ମତବ୍ଯକ୍ତ କରିଛନ୍ତି । ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବେଲଦାଣ୍ଡିଆ ଠାରେ ଥିବା କରୁଆ ଗଦାଧର କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ କାମିଳାଙ୍କ ପୌରହିତ୍ୟରେ ନବାଗତ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ବସ୍ତା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ସମାଜସେବୀ ଲକ୍ଷ୍ମୀଧର ଦାସ ବର୍ତ୍ତମାନର ଅଧ୍ୟକ୍ଷା ଅଞ୍ଜଳି ଦାସ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମଧ୍ଯରେ ଲୁକାୟିତ ପ୍ରତିଭା ଓ ଶୃଙ୍ଖଳିତ ଜୀବନର ଚଲାପଥ କୁସୁମିତ ହୋଇପାରିବ ବୋଲି କହିଥିଲେ । ବିଦ୍ଯାର୍ଥୀ ହେଉଛନ୍ତି ଦେଶର ସମ୍ପତି ଓ ଆସନ୍ତା କାଲିର ଭବିଷ୍ୟତ । ତେଣୁ ବଡ ମଣିଷ ହେବା ସହିତ ସଂସ୍କାରି ମଣିଷ ହୋଇ ସମାଜ ସୁଧାର ଆଣି ବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗର୍ବ ଗୌରବ ଅର୍ଜନ କରି ପାରିଲେ ସାର୍ଥକତା ମିଳିପାରିବ ବୋଲି ପିଲାଙ୍କ ଉଦ୍ଦେଶ୍ୟରେ ଆହ୍ଵାନ ଦେଇଥିଲେ । ବିଦ୍ୟାଳୟର ଉର୍ଦ୍ଧୁ ଶିକ୍ଷକ ରଫିରୁଦ୍ଦିନ ମଞ୍ଚ ଆହ୍ବାନ କରିଥିବା ବେଳେ ଶିକ୍ଷକ ଗୌରୀଶଙ୍କର ଦାସ ମଞ୍ଚ ପରିଚାଳନା କରିଥିଲେ । ଶିକ୍ଷକ ଗୌରାଙ୍ଗ ଚରଣ ରାଉତ, ଜନ୍ମେଜୟ ଅଣ୍ଡିଆ, ରାଜକିଶୋର ବାରିକ, ଦୀନକୃଷ୍ଣ କାମିଳା, ଅଣଶିକ୍ଷକ ଖୁଦିରାମ କାମିଳା, ଅମୀୟ ବାରିକ, ଅଭୟ କୁମାର ପ୍ରଧାନ ଓ ଶୁଭେନ୍ଦୁ ବାରିକ ପ୍ରମୁଖ କାର୍ଯ୍ୟକ୍ରମ, ପରିଚାଳନାରେ ସହଯୋଗ କରିଥିବାବେଲେ ଶିକ୍ଷକ ତ୍ରିଲୋଚନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡ ଠାରେ ବିଦ୍ୟାରମ୍ଭ ଦିବସରେ ଗାୟତ୍ରୀ ହୋମଯଜ୍ଞ

Sunil Chandra Nayak

ଆସନ୍ତୁ ଜାଣିବା କୁବେରଙ୍କ ପୂର୍ବଜନ୍ମ କଥା ବିଷୟରେ

Sunil Chandra Nayak

ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଙ୍କୁ ଜିଲ୍ଲା ବ୍ୟାପି ଶୁଭେଚ୍ଛା ଓ ଅଭିନନ୍ଦନ ଶ୍ରେୟ

Sunil Chandra Nayak

Leave a Comment

error: Content is protected !!