ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲୋକପ୍ରତିନିଧିଙ୍କ 5 ଟି ସ୍କୁଲ ପରିଦର୍ଶନ , ନିମ୍ନମାନର କାମ ହୋଇଥିବା ଅଭିଯୋଗ

ଚନ୍ଦାହାଣ୍ଡି (31/7ମନିସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ର ଅଧ୍ୟକ୍ଷl ସୁମିତ୍ରା ପୂଜାରୀ ଙ୍କ ନେତୃତ୍ୱରେ ପଂଚାୟତ ର ସରପଞ୍ଚ ଦୁର୍ଲଭ ପୂଜାରୀ, ଭଗବାନ ମାଝୀ ସମିତି ସଭ୍ୟା ସଭ୍ୟ ସନ୍ତୋଷ ପଟ୍ଟନାୟକ, ମୁନା ପୋଡ଼, ଗୌରୀ ନେଙ୍ଗୀ, ଭାନୁମତି ମାଝୀ, କ୍ଷୀରମଣି ଚଣ୍ଡୀ, ଜିଲ୍ଲାପରିଷଦ ସଦସ୍ୟା ବର୍ଷାରାଣୀ ପଟେଲ, କେତକୀ ମଲି ଗୌଡ଼, ପ୍ରମୁଖ ଚନ୍ଦାହାଣ୍ଡି ସରକାରୀ ପାନାବେଡା ଉଚ୍ଚ ବିଦ୍ୟାଳୟ ପୂଜାରୀଗୁଡା ଉନ୍ନତୀ ଊଚ୍ଚ ବିଦ୍ୟାଳୟ ଏବଂ ଶରଧାପୁର ଉନ୍ନତୀ ଉଚ୍ଚ ବିଦ୍ୟାଳୟ ର 5 ଟି କାର୍ଯ୍ୟ ତଦାରଖ କରିବା ସହ ବିଦ୍ୟାଳୟ ମାନଙ୍କ ବିଭିନ୍ନ ସମସ୍ୟା ବାବଦରେ ପ୍ରଧାନ ଶିକ୍ଷକ ମାନଙ୍କ ସହ ଆଲୋଚନା କରି ଥିଲେ l ପାନାବେଡା ଊଚ୍ଚ ବିଦ୍ୟାଳୟ ର ବିଦ୍ଵ୍ୟୁତ ସମସ୍ୟା ପୂଜାରୀଗୁଡା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକ ଅଭାବ, ଖେଳ ପଡିଆ ନଥିବା, ବିଦୂତ ସମସ୍ୟା, ଏବଂ ସରଧାପୁର ଉନ୍ନତୀ ଊଚ୍ଚ ବିଦ୍ୟାଳୟ ର ନିମ୍ନ ମାନର 5ଟି କାର୍ଯ୍ୟ ଦେଖି ଉଦବେଗ ପ୍ରକାଶ କରିବାସହ ଏଦିଗରେ ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବା କୁ ସେମାନେ ଦାବୀ କରିଛନ୍ତି l

 ମିଳିଥିବା ସୂଚନା ଅନୁସାରେ ଚନ୍ଦାହାଣ୍ଡି ବ୍ଲକ ର ଲୋକ ପ୍ରତିନିଧିମାନେ ପ୍ରଥମେ ଚନ୍ଦାହାଣ୍ଡି ସରକାରୀ ପାନାବେଡା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ନିକଟରେ ସମାପ୍ତ ହୋଇ ଥିବା 60 ଲକ୍ଷ ଟଙ୍କା ର 5 ଟି କାର୍ଯ୍ୟ ବୁଲି ଦେଖିବା ସହ ବିଦ୍ୟାଳୟ ର ସମସ୍ୟା ବିଷୟ ରେ ପ୍ରଧାନ ଶିକ୍ଷକ ଶରତ କୁମାର ମାଝି ଙ୍କୁ ପଚାରି ଥିଲେ l ବିଦ୍ୟାଳୟ ରେ ବିଦ୍ୟୁତ ସମସ୍ୟା ଯୋଗୁଁ ଏଠାରେ ବିଜ୍ଞ୍ୟାନ ପରୀକ୍ଷା ଗାର ରେ ଛାତ୍ର ଛାତ୍ରୀ ଙ୍କ ଅଭ୍ୟାସ କ୍ଲାସ ରେ ଅସୁବିଧା ହେବା ସହ ସରକାରୀ କମ୍ପ୍ୟୁଟର କାମରେ ବିଶେଷ ଅସୁବିଧା ଦେଖା ଦେଉଥିବା ଶ୍ରୀ ମାଝି ଜନପ୍ରତିନିଧି ମାନଙ୍କୁ ପ୍ରକାଶ କରିଥିଲେ l ଏହାପରେ ପୂଜାରୀଗୁଡା ଉନ୍ନତୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି 5 ଟି କାମ ଦେଖିବା ସହ ବିଦ୍ୟାଳୟ ର ବିଭିନ୍ନ ସମସ୍ୟା ବାବଦରେ ପ୍ରଧାନ ଶିକ୍ଷକ ବାବୁଧର ସାହୁ ଙ୍କୁ ପଚାରି ଥିଲେ l ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିବା ସହ ଲାଇବ୍ରେରୀ ର ବ୍ୟବସ୍ଥା ସାଙ୍ଗକୁ ପିଲାଙ୍କ ଖେଳିବା ପାଇଁ ଖେଳ ପଡିଆ ର ବ୍ୟବସ୍ଥା ଶୀଘ୍ର କରିବା ପାଇଁ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିଥିଲେ l ଶେଷରେ ଜନପ୍ରତିନିଧି ମାନେ ସରଧାପୁର ସରକାରୀ ଉନ୍ନତୀ ଊଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l ଜନପ୍ରତିନିଧି ମାନଙ୍କୁ ପ୍ରଧାନ ଶିକ୍ଷକ ଗଣେଶ୍ୱର ନାୟକ ସମସ୍ତ ଜନପ୍ରତିନିଧି ମାନଙ୍କୁ ପାଛୋଟି ନେଇ ଥିଲେ l ବିଦ୍ୟାଳୟ ର ନିମ୍ନ ମାନରେ 5 ଟି କାର୍ଯ୍ୟ କରାଯାଇଥିବା ସହ ଠିକାଦାର ମାନଙ୍କ ଦ୍ୱାରା ପୁରୁଣା କାନ୍ଥ ରେ ରଙ୍ଗ ମାରିବା ସହ ବିଦ୍ୟାଳୟ ର ପୁରୁଣା ପାଚେରୀ ଉପରେ ଦେଢ଼ ଫୁଟ ଯୋଡ଼େଇ କରି ନୀଳ ରଙ୍ଗ ମାରି ଟଙ୍କା ହଡ଼ପ କରିଥିବା ନେଇ ଲୋକପ୍ରତିନିଧି ମାନେ ଅଭିଯୋଗ କରିଥିଲେ l ବିଦ୍ୟାଳୟ ର ପାଇଖାନା ମାନଙ୍କ ରେ ଲାଗିଥିବା ପ୍ଲୋର ସବୁ ଫାଟି ଯାଇଥିବା ସହ କାନ୍ଥ ରେ ଲାଗିଥିବା ରଙ୍ଗ ସବୁ ହଟିବା କୁ ବସିଲାଣି l ବିଦ୍ୟାଳୟ ରେ ବର୍ତ୍ତମାନ ସୁଧା ଜଣେ ବିଜ୍ଞ୍ୟାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ସହ ବିଦ୍ୟାଳୟ ରେ ବିଦ୍ୟୁତ ବ୍ୟବସ୍ଥା ନଥିବା ରୁ ବିଦ୍ୟାଳୟ ରେ ଇଣ୍ଟରନେଟ କାମ ବାଧାପ୍ରାପ୍ତ ହୋଉ ଥିବା ନେଇ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ପ୍ରକାଶ କରି ଥିଲେ l ଜନପ୍ରତିନିଧି ଙ୍କ 5ଟି କାର୍ଯ୍ୟ ପରିଦର୍ଶନ ସମୟରେ ବି ଡ଼ି ଓ କୌଣସି ସରକାରୀ କାମରେ ନବରଙ୍ଗପୁର ଯାଇଥିବା ବେଳେ,ସହକାରି ଯନ୍ତ୍ରୀ କିମ୍ବା କନିଷ୍ଟ ଯନ୍ତ୍ରୀ ଉପସ୍ଥିତ ନ ଥିଲେ l କେବଳ ଭାରପ୍ରାପ୍ତ ଜିପିଓ ସୂର୍ଯ୍ୟ ନାରାୟଣ ଭତ୍ରା ଏବଂ ଦୁଇଜଣ ବିଏଫଟି ଉପସ୍ଥିତ ରହି ଥିଲେ l 5 ଟି ପରିଦର୍ଶନ ପାଇଁ ଜନପ୍ରତିନିଧି ମାନେ ବି ଡ଼ି ଓ ଙ୍କୁ ଲିଖିତ ଦେଇ ଥିବା ସତ୍ୱେ ଅଧିକାରୀ ମାନେ ସହ ଯୋଗ ନ କରିବା ଚନ୍ଦାହାଣ୍ଡି ବ୍ଲକ ରେ ଜନପ୍ରତିନିଧି ଏବଂ ଅଧିକାରୀ ଙ୍କ ସମର୍କ କଣ ଏଥିରୁ ଅନୁମେୟ l ଏ ଦିଗରେ ଜିଲ୍ଲାପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା କୁ ସାଧାରଣ ରେ ଦାବୀ କରାଯାଇଛି l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଟଙ୍କା ଦେଇ ଶାରେରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

Sunil Chandra Nayak

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

Leave a Comment

error: Content is protected !!