ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଗତି ଉତ୍କଳ ସଂଘର ବର୍ଷା ସାହିତ୍ୟ ଆସର

ରାଉରକେଲା/ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ବର୍ଷା ସାହିତ୍ୟ ଆସର ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପସଭାପତି ରଶ୍ମିରଂଜନ ବୋଇତାଇଙ୍କ ସଭାପତିତ୍ବ ସାଧାରଣ ସଂପାଦକ ରାଧାମୋହନ ନାୟକ ଙ୍କ ଆବାହକତ୍ବ ଓ ସାଂସ୍କୃତିକ ସଂପାଦକ ଅଶୋକ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ୍ ଅଞ୍ଜଳିପ୍ରଭା ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ନିଜ ବକ୍ତବ୍ଯ ରେ କହିଥିଲେ ଯେ ବର୍ଷା ର ଆଗମନେ ଧରଣୀ ରାଣୀ ସୁଶୋଭିତ ସବୁଜିମାରେ ପରିପୂର୍ଣ୍ଣ ହୋଇଯାଏ। ଚାଷୀ ଭାଇଙ୍କ ମୁହଁରେ ହସ ଫୁଟାଇବା ସହ ପୃଥିବୀରୁ ଜଳକଷ୍ଟ ଦୂରକରେ। ବର୍ଷା କୁ ଦେଖି କବି ର କଲମମୁନ ଚଳଚଞ୍ଚଳ ହୋଇଉଠେ। ଯାହାର ନିଛ୍ଛକ ଉଦାହରଣ ଏହି ଆସର। ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବାବେଳେ ସଭାପତିତ୍ବ କରୁଥିବା ଶ୍ରୀ ବୋଇତାଇ ଅତିଥିଙ୍କ ପରିଚୟ ପ୍ରଦାନ ସହ ସମସ୍ତଙ୍କୁ ସ୍ବାଗତ କରିଥିଲେ। ପରେ କବି ରଶ୍ମି ସାହୁ ଓ କନକଲତା ମିଶ୍ର ଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସର୍ବଶ୍ରୀ ଅଶୋକ କୁମାର ପଟ୍ଟନାୟକ,ଉପେନ୍ଦ୍ର ବସ୍ତିଆ,ଅଭିରାମ ପ୍ରଧାନ,କୁଞ୍ଜବିହାରୀ ରାଉତ,ଉର୍ବଶୀ ଦାଶ ପତି,ସୁଶାନ୍ତ କୁମାର ନାୟକ,ତ୍ରିଲୋଚନ ସ୍ବାଇଁ,ନିରୁପମା ପତି,ଡାକ୍ତର କୃପାସିନ୍ଧୁ ନାୟକ,ସଂଜୀବ କୁମାର ଭୋଇ,ପ୍ରତାପ ପଣ୍ଡା,ବିନତା ମହନ୍ତ,କିଶୋରୀ ମୋହନ କର,ବବିତା ମହାଳିକ,ମୀନକେତନ ପଶାୟତ,ପୁଷ୍ପାରାଣୀ ପଟେଲ,ଅଜୟ କୁମାର ମହାନ୍ତି,ସ୍ମିତା ମିଶ୍ର,ବସନ୍ତ ବିଶ୍ବକର୍ମା,ସ୍ବର୍ଣ୍ଣପ୍ରଭା ଦତ୍ତ,ଅତୁଲ୍ୟ ମହାକୁଡ,ପ୍ରକାଶ ଚନ୍ଦ୍ର ସେଠୀ,ପ୍ରଫୁଲ୍ଲ ସାମଲ,ବ୍ରଜବିହାରୀ ଦାଶ ଓ ସଂଯୋଜିକା ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଘନଶ୍ୟାମ ଧଳ,ପରିକ୍ଷିତ ଗୁରୁ,ସୁନିଲ୍ ମହାନ୍ତି,ଅଶୋକ କୁମାର ମହାତୋ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ,ଅରବିନ୍ଦ ପାତ୍ର, ଇନ୍ଦ୍ରମଣୀ ମହାପାତ୍ର,ରତିକାନ୍ତ ମିଶ୍ର, ପ୍ରସନ୍ନ କୁମାର ମହାନ୍ତି,ଦିଲୀପ କୁମାର ମାହାତୋ,ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସାଧାରଣ ସଂପାଦକ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ପ୍ରେମଶିଳା ବେହେରା ଙ୍କ କବିତା ଗୁରୁ

Sunil Chandra Nayak

ଦୟନୀୟ ସ୍ଥିତିରେ ଚିଲିଗୁଡା ହାଇସ୍କୁଲ ଖେଳପଡ଼ିଆ ପଡିଆ ଭିତରେ ଅନା ବନା ଗଛ କ୍ରୀଡା କାର୍ଯ୍ୟକ୍ରମ ଠପ ଚିନ୍ତାରେ ଛାତ୍ର ଛାତ୍ରୀ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

Sunil Chandra Nayak

Leave a Comment

error: Content is protected !!