ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ରାହ୍ମଣ ସମାଜ ନର୍ଲା ବ୍ଳକ କମିଟି ଗଠିତ

ନର୍ଲା,୩୧/୭:  ( ମ ନି ସ ) ବ୍ରାହ୍ମ ସମାଜ କଳାହାଣ୍ଡିର ଆହ୍ୱାନ କ୍ରମେ ଆଜି ସ୍ଥାନୀୟ ଜିତୁ ଚାନ୍ଦ ଙ୍କ ମାର୍କେଟ କମ୍ପ୍ଲେକ୍ସ ସମ୍ମିଳନୀ କକ୍ଷରେ ଘନଶ୍ୟାମ ତ୍ରିପାଠୀ ଙ୍କ ସଭାପତିତ୍ୱରେ ଏକ ସଭା ଆୟୋଜିତ ହୋଇଥିଲା। ଏଥିରେ ବ୍ରାହ୍ମଣ ସମାଜ କଳାହାଣ୍ଡି ର ଜିଲ୍ଲା ସଭାପତି ଜଗନ୍ନାଥ ମୁଣ୍ଡ, ସାଧାରଣ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା ଓ ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର ଅତିଥି ଭାବରେ ଯୋଗଦେଇଥିଲେ। ଏକତା ସୂତ୍ରରେ କଳାହାଣ୍ଡି ଜିଲ୍ଲାର ସମସ୍ତ ବ୍ରାହ୍ମଣ ପରିବାର କୁ ଯୋଡି ବ୍ରାହ୍ମଣ ସମାଜ ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ଅତିଥି ମାନେ ଆହ୍ୱାନ ଦେଇଥିଲେ। ଜିଲ୍ଲା ସ୍ତରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ଗଠିତ ହୋଇଥିବା ବେଳେ ଜିଲ୍ଲାର ୧୩ ଗୋଟି ବ୍ଲକରେ ବ୍ରାହ୍ମଣ ସମାଜର ବ୍ଳକ କମିଟି ଗଠନ ପ୍ରକ୍ରିୟା ଚାଲିଛି। ଏହାପରେ ପଂଚାୟତ ସ୍ତରରେ ମଧ୍ୟ କମିଟି ମାନ ଗଠନ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମୁଣ୍ଡ ପ୍ରକାଶ କରିଥିଲେ। ଆଜିର ସଭାରେ ୧୩ ଜଣିଆ ନର୍ଲା ବ୍ଳକ କମିଟି ଗଠନ କରାଯାଇଥିଲା। ସର୍ଵ ସମ୍ମତ କ୍ରମେ ବଦ୍ରୀ ପ୍ରସାଦ ମିଶ୍ର ସଭାପତି ରୂପେ ମନୋନୀତ ହୋଇଥିବା ବେଳେ ଦୁଇଜଣ ଉପସଭାପତି ଦେଵ ପ୍ରସାଦ ଷଡଙ୍ଗୀ ଓ ପ୍ରମୋଦ ମିଶ୍ର, ସାଧାରଣ ସମ୍ପାଦକ ରୂପେ କିଶୋର ଚନ୍ଦ୍ର ତ୍ରିପାଠୀ, ସଂଗଠନ ସଂପାଦକ ବିଜୟ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ରୂପେ ଗଙ୍ଗାଧର ଷଡଙ୍ଗୀ ଙ୍କୁ ମନୋନୀତ କରାଯାଇଥିଲା। ସେହିପରି ୫ କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ମହାପାତ୍ର, ଜନାର୍ଦ୍ଦନ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ମଧୁସୂଦନ ପାଢ଼ୀ ଓ ସୁନୀଲ କୁମାର ଚାନ୍ଦ ଙ୍କୁ ମନୋନୀତ କରାଯାଇଥିଲା। ପର୍ଶୁରାମ ସେନା ନର୍ଲା ବ୍ଳକ ସଂଯୋଜକ ରୂପେ ସମୀର ଚାନ୍ଦ ଓ ପ୍ରଜ୍ଞା ବାହିନୀ ନର୍ଲା ବ୍ଳକ ସଂଯୋଜିକା ଭାବେ ପଙ୍କଜିନି ନାୟକ ଙ୍କୁ ମନୋନୀତ କରାଯାଇଥିଲା। ନର୍ଲା ବ୍ଳକ କମିଟି ର ନୂତନ କର୍ମକର୍ତ୍ତା ଙ୍କୁ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବା ସହ ବ୍ଳକ କମିଟି ଦାୟୀତ୍ୱ ଅର୍ପଣ କରାଯାଇଥିଲା। ନୂତନ କର୍ମକର୍ତ୍ତା ସମେତ ସଭାରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ସଦସ୍ୟ ସାମୁହିକ ଶପଥ ପାଠ କରିଥିଲେ। ବ୍ରାହ୍ମଣ ସମାଜ ସମେତ ଦେଶର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶ ପାଇଁ ଏହି ସଂଗଠନ କାର୍ଯ କରିବ ବୋଲି ନୂତନ ସଭାପତି ବଦ୍ରୀ ପ୍ରସାଦ ମିଶ୍ର ପ୍ରକାଶ କରିବା ସହ ନର୍ଲା ବ୍ଲକରେ ସଙ୍ଗଠନକୁ ମଜଭୁତ କରିବା ନିମନ୍ତେ ସମସ୍ତ ସଦସ୍ୟ ଙ୍କ ସହଯୋଗ କାମନା କରିଥିଲେ। ସମୀର ଚାନ୍ଦ ସ୍ୱାଗତ ଭାଷଣ ଓ ବ୍ଳକ ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଶିଵଦାସ ଚାନ୍ଦ, ପର୍ଶୁରାମ ପଣ୍ଡା,ମନ୍ମୟ ଚାନ୍ଦ, ଦିଲ୍ଲୀପ ଚାନ୍ଦ, ଅଜୟ ନନ୍ଦ, ସୁରେନ୍ଦ୍ର ଚାନ୍ଦ, ମନୋଜ ଷଡଙ୍ଗୀ, ମହେଶ ଚାନ୍ଦ ସମେତ ନର୍ଲା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ବ୍ରାହ୍ମଣ ସଦସ୍ୟ ଯୋଗଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ଓ କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

ରାଇରଙ୍ଗପୁର ଆଦିବାସୀ ଭବନ,ଇଚିଣ୍ଡା ପରିସରରେ ହୋଭାଷା ଲିପି ସ୍ରଷ୍ଟା ଗୁରୁ ଲାକୋ ବଦରାଙ୍କ ୧୦୩ ତମ ଜୟନ୍ତୀ ପାଳିତ 

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣ ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ପ୍ରଶାନ୍ତ କୁମାର

Sunil Chandra Nayak

କଳାହାଣ୍ଡି ଏସପିଙ୍କୁ ସାକ୍ଷାତ କଲେ  ଏ ଓଏସ୍ ସିଏଫ କାର୍ଯ୍ୟକର୍ତ୍ତା

Leave a Comment

error: Content is protected !!