ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଘନେଇଲା ଜିଲ୍ଲାପରିଷଦ ସଭ୍ୟ ଓ ପିଡି ଙ୍କ ବିବାଦ – ଉଭୟଙ୍କ ନାମରେ ମାମଲା ରୁଜୁ

ନବରଙ୍ଗପୁର ୩୧/୭(ମନିସ) ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ଜୋନ୍_୧ ଜିଲ୍ଲା ପରିଷଦ ସଭ୍ୟ ଦିବ୍ୟଦାନ ସୁନା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁଙ୍କ ମଧ୍ୟରେ ଦୁର୍ବ୍ୟବହାର କୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି। ପିଡି ଙ୍କ ନାମରେ ମାମଲା ୩୭୫/୨୨ ନମ୍ବରରେ ରୁଜୁ ହୋଇ ଦଫା ୩୪୧,୩୨୩,୨୯୪,୫୦୬ ହୋଇଥିବା ବେଳେ,ଗତକାଲି ପିଡି ଥାନା ରେ ଯାଇ ଲିଖିତ ଏତଲା ରେ ଦର୍ଶାଇଛନ୍ତି ଯେ, ଦିବ୍ୟଦାନ ଅକାରଣେ କାର୍ଯ୍ୟାଳୟ ରେ ଆସି ବଡ଼ ପାଟିରେ ଅଶଭ୍ୟ ଭାଷାରେ ଗାଳି କରିଥିବା ନେଇ ତାଙ୍କ ନାମରେ ଏତଲା ଦେଇଛନ୍ତି। ଅଭିଯୋଗ ଗ୍ରହଣ କରି ଦିବ୍ୟଦାନ ନାମରେ ମଧ୍ୟ ପୋଲିସ ୩୪୧,୩୨୩,୩୫୩,୨୯୪ ଓ ୫୦୬ ଦଫା ଲଗାଇ କେସ୍ ନମ୍ବର ୩୭୪/୨୨ ମାମଲା ରୁଜୁ କରିଛି। ସୂଚନା ଥାଉକି ଗତ ଶୁକ୍ରବାର ଦିନ ଦିବ୍ୟଦାନ ନିଜ ଅଞ୍ଚଳର ସମସ୍ୟା କୁ ନେଇ ପିଡି ଙ୍କ ନିକଟରେ ଭେଟିବାକୁ ଯାଉଥିଲେ। ସେହି ସମୟର ପାପଡାହାଣ୍ଡି ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଡ ଲିପିକା ମାଝୀ ନିଜ ଦଳୀୟ କର୍ମୀ ସହିତ ପିଡ଼ି ଙ୍କ ସହିତ ଆଲୋଚନା କରୁଥିଲେ। ଦିଦ୍ୟଦାନ ଙ୍କୁ ଦେଖି ପିଡ଼ି ଗେଟ୍ ଆଉଟ୍ କହିବା ସହିତ ଦୁର୍ବ୍ଯବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ଦିବ୍ୟଦାନ ଦର୍ଶାଇଥିଲେ।ଉଭୟଙ୍କ ନାମରେ ମାମଲା ହେବା ପରେ ନେତା ଓ ଅଧିକାରୀ ମଧ୍ୟରେ ଛନକା ପଶିଯାଇଛି।ଏହି ବିବାଦ କୁ ନେଇ କଂଗ୍ରେସ ବିଜେପି ବିଜେଡି ନେତା ପାଟି ଖୋଲୁନାହାନ୍ତି। ନବରଙ୍ଗପୁର ଆରକ୍ଷୀ ଅଧିକାରୀ ଏହି କେସ୍ ଉପରେ ସୂତନ୍ତ୍ର ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରେ ଦ୍ରୁଢ ଦାବି କରିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବର ଆସୁଛି ଦେଖ

Sunil Chandra Nayak

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ବିଦାୟୀ ସମ୍ବର୍ଦ୍ଧନା

Sunil Chandra Nayak

ମାରୁତି ସେନା ପକ୍ଷରୁ ଗରିବ ଅସହାୟ ପରିବାର କୁ ରାସନ ସାମଗ୍ରୀ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!