ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନଦୁଆଁରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା –  ଶହିଦଙ୍କୁ ସମ୍ମାନ ଆମ ସରକାରର ଦାୟିତ୍ୱ

ଆନନ୍ଦପୁର -: ଯବାନ ଦେଶର ସୁରକ୍ଷା କରନ୍ତି।ଆବଶ୍ୟକ ପଡିଲେ ଦେଶ ପାଇଁ ନିଜ ଜୀବନକୁ ମଧ୍ୟ ଉତ୍ସର୍ଗ କରନ୍ତି। ଏହା ହିଁ ଶ୍ରେଷ୍ଠ ବଳିଦାନ। ସହିଦ ଯବାନଙ୍କ ପରିବାରର ସୁରକ୍ଷା ଓ ସେମାନଙ୍କୁ ମିଳିବାକୁ ଥିବା ସୁବିଧା ସୁଯୋଗ ପାଇଁ ମୋଦି ସରକାର ସର୍ବଦା ଚେଷ୍ଟିତ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି।କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ଆଜି ଘଷିପୁରା ବ୍ଲକ ବଳରାମପୁର ପଞ୍ଚାୟତ ନଦୁଆଁ ଗ୍ରାମରେ ସହିଦ ବ୍ରଜମୋହନ ବେହେରାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ଶ୍ରୀ ମୁଣ୍ଡା ସହିଦଙ୍କ ପରିବାରକୁ ଯାଇ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ସହିଦଙ୍କ ପତ୍ନୀ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଆମକୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି। ହେଲେ ମିଳିବାକୁ ଥିବା ଜମି ଏଯାଏଁ ସ୍ଥାନୀୟ ପ୍ରଶାସନ ଦେଉ ନାହିଁ। ଏ ସମ୍ପର୍କରେ ସେ ନିଜେ କେନ୍ଦୁଝର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ସହିଦଙ୍କ ପୁଅଝିଅ, ସହିଦଙ୍କ ଭାଇ ରାଜକିଶୋର ବେହେରା, ବିଜେପି ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତି, କେନ୍ଦୁଝର ଲୋକସଭା ପ୍ରଭାରୀ ରଞ୍ଜନ ମହାନ୍ତି, ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ଜିଲ୍ଲା ସଭାପତି ସବୁଜ ମହାନ୍ତ, ବରିଷ୍ଠ ବିଜେପି ନେତା ଭଗବାନ ସାହୁ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ, ନମାମି ଗଙ୍ଗେ ରାଜ୍ୟ ସଂଯୋଜକ ମହେଶ୍ୱର ସାହୁ, ପୃଥ୍ୱୀରାଜ କୁଅଁର, ଶମ୍ଭୁନାଥ ରାଉତ, ଦେବେନ୍ଦ୍ର ଜେନା, ଅମର ସିଂ, ମହିଳା ମୋର୍ଚ୍ଚା ସଭାନେତ୍ରି ମମତା ସିଂ, ପ୍ରଣବ ପୁହାଣ, ବାବନ୍ ଭୂୟାଁ, ଦୀପକ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଧବଳେଶ୍ଵର ସାହୁ, ରୁଦ୍ର ଜେନା, ବିଜୟ ବେହେରା, ପ୍ରଶାନ୍ତ ସାହୁ, ସ୍ଵାଧୀନ ସାହୁ, ପ୍ରକାଶ ମଲ୍ଲିକ, ହେମରଞ୍ଜନ ବାରିକ ପ୍ରମୁଖ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆନନ୍ଦପୁର ବ୍ଲକ ଗୁହାଳିଆ ଗ୍ରାମ ଅନାଦି ଜେନାଙ୍କ ବାସଭବନରେ ଭୋଜନ କରିଥିଲେ। ଶେଷରେ ମନ୍ତ୍ରୀ ଶ୍ରୀ ମୁଣ୍ଡା ବେଲବାହାଳିରେ ପଦଯାତ୍ରାରେ ସାମିଲ ହୋଇଥିଲେ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କି ଗୀତ ଗାଇବୁ କବିରେ

Sunil Chandra Nayak

ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର)ଙ୍କ ଆଠଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ଭତ୍ତା ଆତ୍ମସାତ ଘଟଣାରେ ଭିଜିଲାନ୍ସ ମାଗିଲା ରିପୋର୍ଟ୍

Leave a Comment

error: Content is protected !!